rr
ମୁମ୍ବାଇ: ରାଜା ବାବୁ ଏବେ ରାଗିଛନ୍ତି। କାହା ଉପରେ ଜାଣିଛନ୍ତି। ସେନ୍ସର ବୋର୍ଡ୍ ଉପରେ। ଆଉ ଅଭିଯୋଗ ବଡ଼ ଗୁରୁତର। ସେ ଅଭିଯୋଗ କରିଛନ୍ତି ଫିଲ୍ମ ଉଦ୍ୟୋଗର ଏମିତି ଏକ ଗୋଷ୍ଠୀ ଅଛନ୍ତି ଯେ ତାଙ୍କ ଫିଲ୍ମକୁ ରିଲିଜ୍ ହେବାକୁ ନ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ(ସିବିଏପ୍ସି) ଦ୍ୱାରା ୨୦ କଟ୍ ଲଗାଇବା ଖବର ପରେ ଶନିବାର ଅପରାହ୍ନରେ ଗୋବିନ୍ଦା ଏକ ପ୍ରେସ୍ କନ୍ପ୍ରେନ୍ସରେ ଏହି କଥା କହିଛନ୍ତି।
ଖବର ମୁତାବକ ଗୋବିନ୍ଦାଙ୍କ ଫିଲ୍ମ ସହ ଆମୀର ଖାନ୍ ଓ ଅମିତାଭ୍ଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ୍ ହନ୍ଦୁସ୍ତାନ୍’ ରିଲିଜ୍ ହେବାର ଥିଲା।
ଗୋବିନ୍ଦା ଗଣମାଧ୍ୟମକୁ କହିଥିଲେ, ‘‘ଏହା ଗତ ୯ ବର୍ଷରୁ ଚାଲୁଛି। ଏହି ଫିଲ୍ମ ଉଦ୍ୟୋଗରେ କିଛି ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି। ଆଉ ମୋ ଫିଲ୍ମକୁ ସେତିକି ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ମୋ ଫିଲ୍ମ ଟାଇମ୍ରେ ରିଲିଜ୍ ହୋଇପାରୁ ନାହିଁ ଓ ଭଲ ଥିଏଟର୍ ମଧ୍ୟ ମିଳୁନାହିଁ। ଏହାର ତାଜା ଉଦାହରଣ ‘ପ୍ରାଇଡେ’ ଯାହା କିଛି ସପ୍ତାହ ପୂର୍ବରୁ ରିଲିଜ୍ ହୋଇଥିଲା। ଏହାକୁ ଖୁବ୍ ରିଭ୍ୟୁ ମିଳିଥିଲା କିନ୍ତୁ ବହୁତ୍ ଜଲ୍ଦି ହଲ୍ରୁ ହଟାଇ ଦିଆ ଯାଇଥିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/11/rr.jpg)