Advertisment

ମିଳିଲା ପ୍ରତିଶ୍ରୁତି, ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନ୍‌ଲିସା

୨୦୨୪ ମାର୍ଚ୍ଚ ପୂର୍ବରୁ ଆସିବ ନୂଆ ଓଡ଼ିଆ ସିନେମା ପଲିସି। ଓଡ଼ିଆ ସିନେମା ପଲିସିର ହେବ ସରଳୀକରଣ। ଓଡ଼ିଆ ଭାଷାର ସିନେମା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ। ଯେଉଁମାନେ ଭଲ କାହାଣୀର ଓଡ଼ିଆ ସିନେମା ପ୍ରସ୍ତୁତ କରିବେ, ସେହି ପ୍ରଯୋଜକଙ୍କୁ ସବସିଡି ଯୋଗାଇ ଦିଆଯିବ।

Odia Film

Odia Film

Advertisment

୫ ଦିନର ଧାରଣାରେ ବସିବା ପରେ ଆଜି ଆନ୍ଦୋଳନରୁ ଓହରିଲେ ‘ପ୍ରଥା’ ଚଳଚ୍ଚିତ୍ରର ପ୍ରଯୋଜିକା ସନଲିସା ପଟେଲ୍‌। ପୂର୍ବ ଯୋଜନା ମୁତାବକ ଆଜି ବସିଥିବା ବୈଠକରେ ଦିଆଯାଇଥିବା ପ୍ରତିଶ୍ରୁତି ପରେ ସନ୍‌ଲିସା ଧାରଣାକୁ ପ୍ରତ୍ୟାହୃତ କରିଛନ୍ତି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସନ୍‌ଲିସା।

Advertisment

ଓଡ଼ିଆ ଫିଲ୍ମ ବିତରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଓଏଫ୍‌ଡିସିର ଚେୟାରମ୍ୟାନ କୁନା ତ୍ରୀପାଠୀ, ପ୍ରୟୋଜକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତ୍ରୀ ମହାଶ୍ୱେତା ରାୟ, ନିର୍ଦ୍ଦେଶକ ତାପସ ସରଘରିଆ, ସଂଗୀତ ନିର୍ଦ୍ଦେଶକ ପ୍ରାମାନନ୍ଦ, ଅଭିନେତା ବୁଦ୍ଧାଦିତ୍ୟ, ପ୍ରଯୋଜିକା ସନଲିସା ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଆ ଫିଲ୍ମର ପୁନରୁଦ୍ଧାର କେମିତି ହୋଇପାରିବ, ତାହା ଉପରେ ଆଲୋଚନା ହୋଇଥିଲା।

Odia Filmବୈଠକରେ ଯୋଗଦେଇଛନ୍ତି ସବ୍ୟସାଚ୍ଚୀ ମହାପାତ୍ର ଓ ଅଭିନେତ୍ରୀ ମହାଶ୍ୱେତା ରାୟ

୨୦୨୪ ମାର୍ଚ୍ଚ ପୂର୍ବରୁ ଆସିବ ନୂଆ ଓଡ଼ିଆ ସିନେମା ପଲିସି। ଓଡ଼ିଆ ସିନେମା ପଲିସିର ହେବ ସରଳୀକରଣ। ଓଡ଼ିଆ ଭାଷାର ସିନେମା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ। ଯେଉଁମାନେ ଭଲ କାହାଣୀର ଓଡ଼ିଆ ସିନେମା ପ୍ରସ୍ତୁତ କରିବେ, ସେହି ପ୍ରଯୋଜକଙ୍କୁ ସବସିଡି ଯୋଗାଇ ଦିଆଯିବ। ସେହିପରି ଗ୍ରାମାଞ୍ଚଳରେ ସିଙ୍ଗଲ୍‌ ସ୍କ୍ରିନ୍‌ ଥିବା ଫିଲ୍ମ ହଲ୍‌ ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯିବ। ଗାଁ ଗାଁରେ ମିଶନ୍ ଶକ୍ତି ମାଧ୍ୟମରେ ସିନେମାର ପ୍ରଚାର ପ୍ରସାର କରାଯିବା ନେଇ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ପ୍ରସ୍ତାବ ଦେଇଛନ୍ତି।

Advertisment
Odia Filmଆଜିର ବୈଠକରେ ଯୋଗଦେଇଥିବା ନିର୍ଦ୍ଦେଶକ ଓ ଅଭିନେତା

ଗତ ୩ରୁ ୪ ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇଯାଇଛି। ସେ ଗୁଡିକୁ ପୁନରୁଦ୍ଧାର କରାଯିବ ଓ ଯେଉଁମାନେ ନୂଆ ସିନେମା ହଲ୍ ନିର୍ମାଣ କରିବେ, ସେମାନଙ୍କ ପାଇଁ ସବସିଡିର ବ୍ୟବସ୍ଥା କରିବାକୁ ସରକାର ଯୋଜନା କରୁଛନ୍ତି। ଆଜି ବସିଥିବା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ଇଣ୍ଡଷ୍ଟ୍ରୀ ସଚିବ ହେମନ୍ତ ଶର୍ମା।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe