Advertisment

ଭାରତ ପାଇଁ ଗର୍ବ, ତୃତୀୟ ଗ୍ରାମୀ ଆଓ୍ୱାର୍ଡ ଜିତିଲେ ରିକି କେଜ

ଗତବର୍ଷ ମଧ୍ୟ ବେଷ୍ଟ 'ନ୍ୟୁ ଏଜ୍‌ ଆଲବମ' କ୍ୟାଟେଗୋରୀରେ ଦୁଇଟି ଗ୍ରାମୀ ଆଓ୍ୱାର୍ଡ ନିଜ ନାଁରେ କରିଥିଲେ ରିକି।

ଅଦ୍ୟତନ ହୋଇଛି
Ricky Kej

Ricky Kej

Advertisment

ଭାରତ ପାଇଁ ଗୌରବ ଆଣିଲେ ସଙ୍ଗୀତକାର ରିକି କେଜ୍‌। ଜିତିଲେ ତୃତୀୟ ସମ୍ମାନଜନକ ଗ୍ରାମୀ ଆଓ୍ୱାର୍ଡ। ଆମେରିକାରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ରିକି କେଜ ନିଜର ମ୍ୟୁଜିକ ଆଲବମ 'ଡିଭାଇନ୍‌ ଟାଇଡ୍‌ସ' ପାଇଁ ଏହି ପୁରସ୍କାର ଜିତିଛନ୍ତି। ପ୍ରତିଷ୍ଟିତ ବ୍ରିଟିଶ ରକ୍‌ ବ୍ୟାଣ୍ଡ 'ଦ ପୁଲିସ'ର ଡ୍ରମର ଷ୍ଟିଓ୍ୱର୍ଟ କୋପଲ୍ୟାଣ୍ଡ ସହ ମିଶି ସେ ଏହି ଆଲବମ୍‌ ତିଆରି କରିଛନ୍ତି।

Advertisment

ରିକି କେଜ୍‌ ବେଷ୍ଟ ଇଭର୍ସିଭ ଅଡିଓ ଆଲବମ କ୍ୟାଟେଗୋରୀରେ କ୍ରିଷ୍ଟିନା ଏଗୁଇଲେରା, ଦ ଚେନସ୍ମୋକର୍ସ, ଜେନ୍‌ ଇରାବ୍ଲୁମ, ନିଡରୋସଡୋମେନ୍‌ସ ଜେଣ୍ଟେକୋ ଓ ଟ୍ରାଡେହେମ୍‌ସୋଲିଷ୍ଟିନଙ୍କୁ ହରାଇ ଏହି ଆଓ୍ୱାର୍ଡ ହାତେଇଛନ୍ତି। ଗତବର୍ଷ ମଧ୍ୟ ଡିଭାଇନ୍‌ ଟାଇଡ୍‌ସ ପାଇଁ ସେ ବେଷ୍ଟ ନ୍ୟୁ ଏଜ୍‌ ଆଲବମ କ୍ୟାଟେଗୋରୀରେ ଦୁଇଟି ଗ୍ରାମୀ ଆଓ୍ୱାର୍ଡ ନିଜ ନାଁରେ କରିଥିଲେ। ତାଙ୍କର ଏହି ଆଲବମ ସମାଜରେ ମାନବ ଜୀବନର ମୂଲ୍ୟବୋଧକୁ ପ୍ରତିପାଦିତ କରୁଛି। ‘ଡିଭାଇନ୍ ଟାଇଡ୍ସ’ ଆଲବମରେ ମୋଟ ୯ଟି ଗୀତ ରହିଛି।

ରିକି କେଜ୍‌ ମୁଖ୍ୟ ରୂପେ ବେଙ୍ଗଲୁରୁର ବାସିନ୍ଦା। ଏହା ପୂର୍ବରୁ ମଧ୍ୟ ସେ ୨୦୧୫ରେ ନିଜର ଆଲବମ୍ ‘ୱଣ୍ଡସ୍ ଅଫ୍ ସମସାରା’ ପାଇଁ ପ୍ରଥମ ଗ୍ରାମୀ ଆୱାର୍ଡ ପାଇଥିଲେ। ବିଶ୍ୱ ସଙ୍ଗୀତ କ୍ଷେତ୍ରରେ ବିଶେଷ ଉପଲବ୍ଧି ରଖୁଥିବା ସଙ୍ଗୀତକାରଙ୍କୁ ଏହି ବିଶେଷ ପୁରସ୍କାର ଦିଆଯାଏ। ୧୯୫୯ରୁ ଏହାକୁ ରେକର୍ଡିଂ ଏକାଡେମୀ ଦ୍ୱାରା ଦିଆଯାଉଛି।

Advertisment
Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe