Advertisment

ମିସ୍ ୟୁନିଭର୍ସ ୨୦୨୪, ଭାରତକୁ ପ୍ରତିନିଧିତ୍ୱ କରିବେ ଗୁଜରାଟର ରିୟା ସିଂଘା

ମାତ୍ର ୧୯ ବର୍ଷ ବୟସରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ହୋଇଛନ୍ତି ରିୟା ସିଂଙ୍ଘା।

ଅଦ୍ୟତନ ହୋଇଛି
Rhea Singha

Rhea Singha

Advertisment

ଗୁଜୁରାଟର ରିୟା ସିଂଙ୍ଘା ହୋଇଛନ୍ତି ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪। ମାତ୍ର ୧୯ ବର୍ଷ ବୟସରେ ସେ ଏହି ସମ୍ମାନଜନକ ଟାଇଟଲ୍ ହାତେଇଛନ୍ତି। ଏହି ବିଜୟ ପରେ ସେ ଏବେ ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।  

Advertisment

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ୍ ସେପ୍ଟେମ୍ବର ୨୨ରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗୁଜରାଟର ରିୟା ସେମାନଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଛନ୍ତି। 

ନଭେମ୍ବର ୧୬ରୁ ମ୍ୟାକ୍ସିକୋରେ ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ରିୟା ସିଂଘା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। 

Advertisment

ଏହି ସଫଳତା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇସେ କହିଛନ୍ତି, "ସମ୍ମାନଜନକ ଏହି ଟାଇଟଲ୍ ଜିତି ମୁଁ ଖୁବ୍ ଖୁସି। ଏଥିପାଇଁ ମୁଁ ଖୁବ୍ ପରିଶ୍ରମ କରିଥିଲି। ଯେଉଁମାନେ ପୂର୍ବରୁ ଏହି ଟାଇଟଲ୍ ଜିତିଥିଲେ, ସେମାନଙ୍କଠାରୁ ଅନୁପ୍ରାଣିତ ହୋଇଥିଲି।"

Miss Universe Rhea Singha Miss Universe India 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe