Advertisment

‘ବିଗ୍‌ ବସ୍‌-୧୩’ରେ ସାମିଲ୍‌ ହେଲେ ଗୁତ୍ଥୀ

ମୁମ୍ବାଇ: ‘ବିଗ୍ ବସ୍’ର ସିଜନ୍-୧୩’ରେ ସାମିଲ୍‌ ହୋଇଛନ୍ତି ଗୁତ୍ଥୀ ବା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ତେବେ ସେ ଏଥିରେ ପ୍ରତିଯୋଗୀ ଭାବେ ସାମିଲ ହୋଇ ନାହାନ୍ତି। ସେ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି। ଶୋ’ର ଆଜିର ଏପିସୋଡ଼୍‌ରେ ଆପଣମାନେ ତାଙ୍କୁ ଦେଖିପାରିବେ। ଗତ କିଛି ଦିନ ହେବ ଶୋ’ର ଟିଆର୍‌ପି ଖସି ଯାଇଥିବା ବେଳେ ସୁନୀଲଙ୍କୁ ସାମିଲ୍‌ କରାଯାଇ ଏଥିରେ ଟିକେ କମେଡିର ତଡ୍‌କା ଦେବାକୁ ପ୍ରଡକ୍ସନ୍‌ ଟିମ୍‌ ଚେଷ୍ଟା କରିଥିବା କୁହାଯାଉଛି। ଗତକାଲି […]

author-image
Biswobandita Swain
ଅଦ୍ୟତନ ହୋଇଛି
‘ବିଗ୍‌ ବସ୍‌-୧୩’ରେ ସାମିଲ୍‌ ହେଲେ ଗୁତ୍ଥୀ

sunil

ମୁମ୍ବାଇ: ‘ବିଗ୍ ବସ୍’ର ସିଜନ୍-୧୩’ରେ ସାମିଲ୍‌ ହୋଇଛନ୍ତି ଗୁତ୍ଥୀ ବା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ତେବେ ସେ ଏଥିରେ ପ୍ରତିଯୋଗୀ ଭାବେ ସାମିଲ ହୋଇ ନାହାନ୍ତି। ସେ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି। ଶୋ’ର ଆଜିର ଏପିସୋଡ଼୍‌ରେ ଆପଣମାନେ ତାଙ୍କୁ ଦେଖିପାରିବେ। ଗତ କିଛି ଦିନ ହେବ ଶୋ’ର ଟିଆର୍‌ପି ଖସି ଯାଇଥିବା ବେଳେ ସୁନୀଲଙ୍କୁ ସାମିଲ୍‌ କରାଯାଇ ଏଥିରେ ଟିକେ କମେଡିର ତଡ୍‌କା ଦେବାକୁ ପ୍ରଡକ୍ସନ୍‌ ଟିମ୍‌ ଚେଷ୍ଟା କରିଥିବା କୁହାଯାଉଛି।

Advertisment

ଗତକାଲି ଟ୍ୱିଟରରେ କଲର୍ସ ଟିଭି ପକ୍ଷରୁ ସୁନୀଲଙ୍କର ଏକ ପ୍ରୋମୋ ଭିଡିଓ ଶେଆର କରାଯାଇଛି। ଏଥିରେ ସେ ଶୋ’ର ଉପସ୍ଥାପକ ସଲମାନ ଖାନ୍ ଓ ଦର୍ଶକଙ୍କୁ ହସାଉଥିବାର ଦେଖାଯାଇଛି। ପ୍ରୋମୋଟି ଛୋଟ ହୋଇଥିଲେ ମଧ୍ୟ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏହା ଗୁତ୍ଥୀ ବା ସୁନୀଲଙ୍କ ଲୋକପ୍ରିୟ ଡାଇଲଗ୍  ‘ହମ୍‌ ଆଏ ହେଁ ଇସ୍‌ ବଗିୟେ ମେଁ... ଫୁଲ୍‌ ଖିଲେ ହୈ ଗୁଲ୍‌ସନ୍‌ ଗୁଲସନ୍‌’ରୁ ଆରମ୍ଭ ହୋଇଛି।

publive-image

ଚଳିତ ସପ୍ତାହ‌ରେ ‘ବିଗ୍‌ ବସ୍‌’ ଶୋ’ର ଟିଆରପି ଟିକେ କମିଯାଇଛି।  ଟିଆପରି ବଢାଇବା ପାଇଁ ଅର୍ଥାତ୍‌ ଲୋକଙ୍କୁ ଆଉ ଟିକେ ମନୋରଞ୍ଜନ କରିବା ପାଇଁ ସୁନୀଲଙ୍କୁ ସାମିଲ କରାଯାଇଥିବା କୁହାଯାଉଛି। ତାଙ୍କର ଉପସ୍ଥିତି ଶୋ’ର ଟିଆର୍‌ପି ବଢ଼ାଇବ ବୋଲି ନିର୍ମାତା ଆଶା ରଖିଛନ୍ତି।

Advertisment

https://twitter.com/BiggBoss/status/1205385721965510656