କେମିତି ସୁଟିଂ ହୋଇଥିଲା ‘ଶଂଖା ସିନ୍ଦୂର’ର ହଳଦୀଲଗା ସିନ୍

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଲାପ ପାଖୁଡାରେ ସଜା ସାରା ଘର। ତା ସହ ଗୋଲାପୀ ରଙ୍ଗର ମହମବତୀ ଘରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦେଇଛି। ଆଉ ଏହି ସୁନ୍ଦର ପରିବେଶକୁ ପ୍ରବେଶ କରୁଛନ୍ତି &#039; ଶଂଖା ସିନ୍ଦୂର &#039; ସିରିଏଲର ନାୟକ ୠଷି ଓ ନାୟିକା ମିଲି।ଧଳା ଧୋତି ପଞ୍ଜ।ବିରେ ୠଷି ଓ ହଳଦୀ ରଙ୍ଗର ଶାଢୀରେ ଅଛନ୍ତି ମିଲି । ବେକ ଓ ହାତରେ ଫୁଲର ହାର । ମିଲିଙ୍କ ଆଖିରେ ବନ୍ଧା ହୋଇଛି ଅନ୍ଧପୁଟୁଳି ସରପ୍ରାଇଜ ଦେବା ପାଇଁ ୠଷି ମିଲିଙ୍କ ଆଖିରେ ଏକ କପଡା ବାନ୍ଧି ଘରକୁ ଆଣୁଛନ୍ତି । ଏବଂ କିଛି ସମୟ ପରେ ଆଖିରୁ କପଡା କାଢିବା ପରେ ମିଲି ଏମିତି ସାଜସଜ୍ଜା ଦେଖି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ସିରିଏଲ &#039;ଶଂଖା ସିନ୍ଦୁରରେ&#039; ଏମିତି ଏକ ରୋମାଣ୍ଟିକ ସିନ୍ ର ସୁଟିଂ ଚାଲିଛି । ମିଲି ଓ ୠଷିଙ୍କର ପୁନଃବିବାହ ହେବାକୁ ଯାଉଛି।</p> <p>ସିରିଏଲରେ ମିଲି ଏକ ଗରିବ ଘରର ଝିଅ , ଭାଗ୍ୟବଶତଃ ତାର ବିବାହ ହୋଇଯାଏ ଏକ ବଡଘରର ପୁଅ ୠଷି ସହ। କିନ୍ତୁ ବଡଘରର ବଡଲୋକମାନେ ଏ ଗରିବ ମଳିମୁଣ୍ଡିଆ ଝିଅକୁ&nbsp; ସ୍ୱୀକାର କରିପାରନ୍ତି ନାହିଁ । ୠଷି ଓ ମିଲି କୁ ଅଲଗା କରିବା ପାଇଁ ସମସ୍ତଙ୍କର ଚେଷ୍ଟା ଚାଲେ।କିନ୍ତୁ&nbsp; ଶାଶୂଘରେ ସମସ୍ତଙ୍କ ମନ ଜିତିବା ପାଇଁ ମିଲ୍ଲୀ କିନ୍ତୁ ଅନେକ ପରିଶ୍ରମ କରେ। ଶାଶୂଘର ଲୋକମାନଙ୍କ ସହ ଖାପଖୁଆଇ ଚଳିବା ପାଇଁ ସେ ଧୀରେ ଧୀରେ ଇଂଲିଶ ଶିଖିବା ପାଇଁ ଚେଷ୍ଟା କରେ, ଇତି ମଧ୍ୟରେ ତାସହ ଦେଖାହୁଏ ଏକ ଝିଅ ସଲୋନୀ । ସେ ତାକୁ ନିଜ ପାଖରେ ରଖେ ଓ ସଲୋନୀଙ୍କ ଇଂଲିଶ ଶିକ୍ଷକଙ୍କଠାରୁ ସେ ଇଂଲିଶ&nbsp; ଶିଖିବା ଆରମ୍ଭ କରେ କିନ୍ତୁ ମିଲିକୁ ପସନ୍ଦ କରୁନଥିବା ତା ଶାଶୂ ଆରୁନ୍ଧତୀ ୠଷିକୁ ମିଲିର ଇଂଲିଶ&nbsp; ଶିକ୍ଷକଙ୍କ ସହ ଖରାପ ସଂମ୍ପର୍କ ଅଛି କହି ତାକୁ ଘରୁ ବାହାର କରିଦିଏ । ଘରୁ ବହାରିବାର କିଛି ଦିନପରେ ମିଲିର ଏକ ପୁତ୍ର ସନ୍ତାନକୁ ଜନ୍ମ&nbsp; ଦିଏ । କିନ୍ତୁ ମିଲିର ସ୍ୱାମୀ ତାକୁ ନିଜ ପିଲା ଭାବରେ ସ୍ୱୀକାର କରେନାହିଁ କାରଣ ୨ବର୍ଷ ତଳେ ଡାକ୍ତର କହିଥିଲେ&nbsp; ମିଲି କେବେ ମା ହେଇ ପାରିବନାହିଁ । ଏହାପରେ ହୁଏ ଡିଏନଏ ଟେଷ୍ଟ, ଏଥିରେ ମଧ୍ୟ ମିଲିର ଶାଶୂ ଅରୁନ୍ଧତୀ ଛଳନା କରି ଭୁଲ ରିପୋର୍ଟ ନେଇଆସନ୍ତି, କିନ୍ତୁ ସତ ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହିପାରେନି ମିଲିର ସତ ଜାଣିବା ପରେ ୠଷି ମିଲିକୁ ପୁନଃବିବାହ କରି ତା ଜୀବନକୁ ଆଣିବାକୁ&nbsp; ଚାହେଁ (ଭିଡିଓ ଦେଖନ୍ତୁ ) । ଏ ହେଉଛି ସେଇ ବିବାହ ପ୍ରସ୍ତୁତିର ଏକ ସିନ୍ । ହଳଦୀ ଲଗା ସିନ୍।</p>

Ordigital Desk
  • Published: Thursday, 14 September 2017
  • Updated: 14 September 2017, 01:43 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଲାପ ପାଖୁଡାରେ ସଜା ସାରା ଘର। ତା ସହ ଗୋଲାପୀ ରଙ୍ଗର ମହମବତୀ ଘରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦେଇଛି। ଆଉ ଏହି ସୁନ୍ଦର ପରିବେଶକୁ ପ୍ରବେଶ କରୁଛନ୍ତି &#039; ଶଂଖା ସିନ୍ଦୂର &#039; ସିରିଏଲର ନାୟକ ୠଷି ଓ ନାୟିକା ମିଲି।ଧଳା ଧୋତି ପଞ୍ଜ।ବିରେ ୠଷି ଓ ହଳଦୀ ରଙ୍ଗର ଶାଢୀରେ ଅଛନ୍ତି ମିଲି । ବେକ ଓ ହାତରେ ଫୁଲର ହାର । ମିଲିଙ୍କ ଆଖିରେ ବନ୍ଧା ହୋଇଛି ଅନ୍ଧପୁଟୁଳି ସରପ୍ରାଇଜ ଦେବା ପାଇଁ ୠଷି ମିଲିଙ୍କ ଆଖିରେ ଏକ କପଡା ବାନ୍ଧି ଘରକୁ ଆଣୁଛନ୍ତି । ଏବଂ କିଛି ସମୟ ପରେ ଆଖିରୁ କପଡା କାଢିବା ପରେ ମିଲି ଏମିତି ସାଜସଜ୍ଜା ଦେଖି ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ସିରିଏଲ &#039;ଶଂଖା ସିନ୍ଦୁରରେ&#039; ଏମିତି ଏକ ରୋମାଣ୍ଟିକ ସିନ୍ ର ସୁଟିଂ ଚାଲିଛି । ମିଲି ଓ ୠଷିଙ୍କର ପୁନଃବିବାହ ହେବାକୁ ଯାଉଛି।</p><p>ସିରିଏଲରେ ମିଲି ଏକ ଗରିବ ଘରର ଝିଅ , ଭାଗ୍ୟବଶତଃ ତାର ବିବାହ ହୋଇଯାଏ ଏକ ବଡଘରର ପୁଅ ୠଷି ସହ। କିନ୍ତୁ ବଡଘରର ବଡଲୋକମାନେ ଏ ଗରିବ ମଳିମୁଣ୍ଡିଆ ଝିଅକୁ&nbsp; ସ୍ୱୀକାର କରିପାରନ୍ତି ନାହିଁ । ୠଷି ଓ ମିଲି କୁ ଅଲଗା କରିବା ପାଇଁ ସମସ୍ତଙ୍କର ଚେଷ୍ଟା ଚାଲେ।କିନ୍ତୁ&nbsp; ଶାଶୂଘରେ ସମସ୍ତଙ୍କ ମନ ଜିତିବା ପାଇଁ ମିଲ୍ଲୀ କିନ୍ତୁ ଅନେକ ପରିଶ୍ରମ କରେ। ଶାଶୂଘର ଲୋକମାନଙ୍କ ସହ ଖାପଖୁଆଇ ଚଳିବା ପାଇଁ ସେ ଧୀରେ ଧୀରେ ଇଂଲିଶ ଶିଖିବା ପାଇଁ ଚେଷ୍ଟା କରେ, ଇତି ମଧ୍ୟରେ ତାସହ ଦେଖାହୁଏ ଏକ ଝିଅ ସଲୋନୀ । ସେ ତାକୁ ନିଜ ପାଖରେ ରଖେ ଓ ସଲୋନୀଙ୍କ ଇଂଲିଶ ଶିକ୍ଷକଙ୍କଠାରୁ ସେ ଇଂଲିଶ&nbsp; ଶିଖିବା ଆରମ୍ଭ କରେ କିନ୍ତୁ ମିଲିକୁ ପସନ୍ଦ କରୁନଥିବା ତା ଶାଶୂ ଆରୁନ୍ଧତୀ ୠଷିକୁ ମିଲିର ଇଂଲିଶ&nbsp; ଶିକ୍ଷକଙ୍କ ସହ ଖରାପ ସଂମ୍ପର୍କ ଅଛି କହି ତାକୁ ଘରୁ ବାହାର କରିଦିଏ । ଘରୁ ବହାରିବାର କିଛି ଦିନପରେ ମିଲିର ଏକ ପୁତ୍ର ସନ୍ତାନକୁ ଜନ୍ମ&nbsp; ଦିଏ । କିନ୍ତୁ ମିଲିର ସ୍ୱାମୀ ତାକୁ ନିଜ ପିଲା ଭାବରେ ସ୍ୱୀକାର କରେନାହିଁ କାରଣ ୨ବର୍ଷ ତଳେ ଡାକ୍ତର କହିଥିଲେ&nbsp; ମିଲି କେବେ ମା ହେଇ ପାରିବନାହିଁ । ଏହାପରେ ହୁଏ ଡିଏନଏ ଟେଷ୍ଟ, ଏଥିରେ ମଧ୍ୟ ମିଲିର ଶାଶୂ ଅରୁନ୍ଧତୀ ଛଳନା କରି ଭୁଲ ରିପୋର୍ଟ ନେଇଆସନ୍ତି, କିନ୍ତୁ ସତ ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହିପାରେନି ମିଲିର ସତ ଜାଣିବା ପରେ ୠଷି ମିଲିକୁ ପୁନଃବିବାହ କରି ତା ଜୀବନକୁ ଆଣିବାକୁ&nbsp; ଚାହେଁ (ଭିଡିଓ ଦେଖନ୍ତୁ ) । ଏ ହେଉଛି ସେଇ ବିବାହ ପ୍ରସ୍ତୁତିର ଏକ ସିନ୍ । ହଳଦୀ ଲଗା ସିନ୍।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos