ମୁମ୍ୱାଇ: ୪୨ ବର୍ଷରେ ପଦାର୍ପଣ କଲେ ବଲିଉଡର ନୀଳନୟନା ଐଶର୍ଯ୍ୟା ରାୟ ବଚ୍ଚନ।୧୯୭୩ ମସିହା ଆଜିର ଦିନରେ କର୍ଣ୍ଣାଟକର ମ୍ୟାଙ୍ଗଲୋରରେ ଜନ୍ମ ଗ୍ରହଣ କରିଥିଲେ ଐଶ୍। ୧୯୯୪ ମସିହାରେ ସେ ମିସ୍ ୱାର୍ଲଡ ଟାଇଟଲ ଜିତିଥିଲେ। ତାମିଲ ଫିଲ୍ମ ‘ଇରୁଭର’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।
ତା’ପରେ ଜିନସ୍, ଔର ପ୍ୟାର ହୋଗୟା ଭଳି ଫିଲ୍ମରେ ଆକଟିଂ କରିଥିଲେ। ତେବେ ୧୯୯୯ରେ ସଂଜୟ ଲୀଲା ଭଂସାଲୀଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ’ ଓ ସୁବାଷ ଘାଇଙ୍କ ଫିଲ୍ମ ‘ତାଲ’ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏହାପରେ ‘ଦେବଦାସ’, ‘ଯୋଦ୍ଧା’ ‘ଆକବର’, ‘ରୋବଟ’, ‘ଗୁଜାରିସ୍’ ପରି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଐଶ୍ ।
ଶେଷଥର ପାଇଁ ୨୦୧୦ରେ ଐଶଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ୫ବର୍ଷ ପରେ ସଂଜୟ ଗୁପ୍ତାଙ୍କ ‘ଜଜବା’ରେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏଶ୍ୱର୍ଯ୍ୟା। ଏବେ ଐଶଙ୍କ ହାତରେ ପ୍ରାୟ ୭ରୁ୮ଟି ଫିଲ୍ମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।