Advertisment

ହାପି ବାର୍ଥ ଡେ’ ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର

ମୁମ୍ୱାଇ: ‘ଟ୍ରାଜେଡି କିଙ୍ଗ୍’ ଦିଲ୍ଲୀପ କୁମାରଙ୍କ ଆଜି ହେଉଛି ଜନ୍ମଦିନ। ବି-ଟାଉନର ଏହି କଳାକାର ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୨୨ ଡିସେମ୍ବର ୧୧ ତାରିଖରେ ପେଶୱାର (ବର୍ତ୍ତମାନ ପାକିସ୍ତାନରେ ଅଛି)ରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ନାମ ମହମ୍ମଦ ୟୁସୁଫ୍ ଖାନ୍ ରଖାଯାଇଥିଲା। ୧୯୩୦ରେ ତାଙ୍କ ପରିବାର ମୁମ୍ବାଇକୁ ଚାଲିଯାଇଥିଲେ। ଦିନେ ମୁମ୍ୱାଇର ଚର୍ଚଗେଟ୍ ଷ୍ଟେସନ ନିକଟରେ ତାଙ୍କର ଡାକ୍ତର ମସାନୀଙ୍କ ସହ […]

ଅଦ୍ୟତନ ହୋଇଛି
ହାପି ବାର୍ଥ ଡେ’ ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର

Dilip_Kumarr

Advertisment

ମୁମ୍ୱାଇ: ‘ଟ୍ରାଜେଡି କିଙ୍ଗ୍’ ଦିଲ୍ଲୀପ କୁମାରଙ୍କ ଆଜି ହେଉଛି ଜନ୍ମଦିନ। ବି-ଟାଉନର ଏହି କଳାକାର ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୨୨ ଡିସେମ୍ବର ୧୧ ତାରିଖରେ ପେଶୱାର (ବର୍ତ୍ତମାନ ପାକିସ୍ତାନରେ ଅଛି)ରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ନାମ ମହମ୍ମଦ ୟୁସୁଫ୍ ଖାନ୍ ରଖାଯାଇଥିଲା। ୧୯୩୦ରେ ତାଙ୍କ ପରିବାର ମୁମ୍ବାଇକୁ ଚାଲିଯାଇଥିଲେ। ଦିନେ ମୁମ୍ୱାଇର ଚର୍ଚଗେଟ୍ ଷ୍ଟେସନ ନିକଟରେ ତାଙ୍କର ଡାକ୍ତର ମସାନୀଙ୍କ ସହ ସାକ୍ଷାତ ହୋଇଥିଲା। ସେ ଦିଲ୍ଲୀପଙ୍କୁ ଫିଲ୍ମ ‘ବମ୍ୱେ ଟକିଜ୍’ରେ କାମ କରିବାକୁ ସୁଯୋଗ ଦେଇଥିଲେ। ୧୯୪୪ରେ  ଦିଲ୍ଲୀପ କୁମାରଙ୍କୁ ’ଜୁଆର ଭଟ୍ଟା’ ଫିଲ୍ମରେ ମୁଖ୍ୟ ଚରିତ୍ର ମିଳିଥିଲା। ସେହିଠାରୁ ସେ ଟ୍ରେଜେଡି କିଙ୍ଗର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ।

Advertisment

ମୀନା କୁମାରୀ, ମଧୁବାଳା, ବୈଜୟନ୍ତି ମାଳା ଓ ନର୍ଗିସଙ୍କ ସହ ସେ ଅନେକ ଫିଲ୍ମ କରିଛନ୍ତି। ଟ୍ରାଜେଡି କିଙ୍ଗଙ୍କ ସୁପରହିଟ୍ ଫିଲ୍ମ ମୁଗଲ ଏ ଆଜାମ୍, ମଧୁମତି, ଦେବଦାସ, ଗଙ୍ଗା ଯମୁନା, ମୁସାଫିର୍, ନୟାଦୋର, ରାମ ଓ ଶ୍ୟାମ ପରି ଅନେକ ଫିଲ୍ମ କରିଛନ୍ତି। ତାଙ୍କୁ ପଦ୍ମଭୂଷଣ ଓ ଦାଦା ସାହେବ ଫାଲକେ ପୁରସ୍କାରରେ ଭାରତ ସରକାର ସମ୍ମାନିତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe