Advertisment

ହାପିବାର୍ଥ ଡେ ଅସିନ

ମୁମ୍ୱାଇ: ମଡେଲ, ଅଭିନେତ୍ରୀ ତଥା ସମାଜସେବୀ ଅସିନ ଥଟ୍ଟୁମକାଲଙ୍କ ଆଜି ହେଉଛି ହାପି ବାର୍ଥ ଡେ। ୨୬ ଅକ୍ଟୋବର ୧୯୮୫ରେ କେରଳର କେଚ୍ଚରେ ଜନ୍ମିତ ଅସିନଙ୍କର ୮ଟି ଭାଷାରେ ଜ୍ଞାନ ଅଛି । ଏହାସହ ବଲିଉଡରେ ୧୦୦ କୋଟି ଟଙ୍କା କ୍ଳବ ଫିଲ୍ମର ଅଭିନେତ୍ରୀ ତାଲିକାରେ ରହିଛନ୍ତି । ଜନ୍ମଦିନ ଅବସରରେ ବଲିଉଡ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଅଭିନନ୍ଦନ ଜଣାଯାଇଛି । ଅଭିନେତ୍ରୀ ସହ ଅସିନ ଭାରତନାଟ୍ୟମରେ ବେଶ ପାରଙ୍ଗମ। ଅସିନ […]

author-image
Rakesh Mallick
ହାପିବାର୍ଥ ଡେ ଅସିନ

indian

ମୁମ୍ୱାଇ: ମଡେଲ, ଅଭିନେତ୍ରୀ ତଥା ସମାଜସେବୀ ଅସିନ ଥଟ୍ଟୁମକାଲଙ୍କ ଆଜି ହେଉଛି ହାପି ବାର୍ଥ ଡେ। ୨୬ ଅକ୍ଟୋବର ୧୯୮୫ରେ କେରଳର କେଚ୍ଚରେ ଜନ୍ମିତ ଅସିନଙ୍କର ୮ଟି ଭାଷାରେ ଜ୍ଞାନ ଅଛି । ଏହାସହ ବଲିଉଡରେ ୧୦୦ କୋଟି ଟଙ୍କା କ୍ଳବ ଫିଲ୍ମର ଅଭିନେତ୍ରୀ ତାଲିକାରେ ରହିଛନ୍ତି । ଜନ୍ମଦିନ ଅବସରରେ ବଲିଉଡ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଅଭିନନ୍ଦନ ଜଣାଯାଇଛି । ଅଭିନେତ୍ରୀ ସହ ଅସିନ ଭାରତନାଟ୍ୟମରେ ବେଶ ପାରଙ୍ଗମ। ଅସିନ ‘କୁଇନ ଅଫ୍ କଲୀବୁଡ୍’ ବୋଲି ମଧ୍ୟ କୁହାଯାଏ। ୨୦୦୧ରେ ମଲାୟାଲମ୍ ଫିଲ୍ମ ‘ନରେନ୍ଦ୍ରନ୍ ମାକାମ ଜୟକାଥମ୍ ୱକା’ରୁ କ୍ୟାରିୟର ଆରମ୍ଭ କରିଥିଲେ ଅସିନ। ୨୦୦୩ରେ ତେଲୁଗୁ କମସିୟାଲ୍ ଫିଲ୍ମ ‘ଅମ୍ମା ନନ୍ନା ଓ ତମିଲା ଅମ୍ମାଇ’ରେ ଦେଖିବାକୁ ମିଳିଥିଲା ତାଙ୍କୁ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା।

Advertisment

୨୦୦୮ରେ ‘ଗଜନୀ’ ଫିଲ୍ମ ଜରିଆରେ ସେ ବିଲିଉଡକୁ ଏଣ୍ଟ୍ରି କରିଥିଲେ। ଏହାପରେ ସେ ସଲାମନ୍ ଖାଁଙ୍କ ସହ ‘ରେଡ୍ଡି’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ‘ହାଉସ୍ ଫୁଲ୍ ୩’, ଖିଲାଡି ନମ୍ୱର ୭୮୬, ବୋଲ୍ ବଚ୍ଚନ ଓ ଅଲ୍ ଇଜ୍ ୱେଲରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି ।