juhi-chawla
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ଆଜି ୪୮ ବର୍ଷରେ ପାଦ ଦେଇଛନ୍ତି। ୧୩ ନଭେମ୍ୱର ୧୯୬୭ରେ ପଞ୍ଚାବରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସମେତ ବହୁ ବ୍ୟକ୍ତି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୮୪ରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ। ୧୯୮୬ରେ ଫିଲ୍ମ ‘ସଲ୍ଲତନତ’ରେ ’ଜରିନା’ ଚରିତ୍ରରେ ଅଭିନୟ କରି ବଲିଉଡକୁ ଏଣ୍ଟ୍ରି କରିଥିଲେ। ହେଲେ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରି ନ ଥିଲା। ଏହାପରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ରବିଚନ୍ଦ୍ରନଙ୍କ ଫିଲ୍ମ ‘ପ୍ରେମଲୋକ’ରେ କାମ କରିଥିଲେ।
୧୯୮୮ ଜୁହି ‘ କୟାମତ୍ ସେ କୟାମତ୍ ତକ୍’ ଫିଲ୍ମରେ ଅଭିନେତା ଅମୀର ଖାନଙ୍କ ସହ କାମ କରିଥିଲେ। ଏହା ତାଙ୍କର କ୍ୟାରିୟର ପ୍ରଥମ ସୁପର ହିଟ୍ ଫିଲ୍ମ ଥିଲା। ୧୯୯୨ରେ ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଗୋବିନ୍ଦାଙ୍କ ସହ ଫିଲ୍ମ ‘ସ୍ୱର୍ଗ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। କିଙ୍ଗଖାନ୍ ଶାହାରୁଖଙ୍କ ସହ ମିଶି ‘ଫିର ଦିଲ୍ ହେ ହିନ୍ଦୁସ୍ତାନୀ’ ‘ଅଶୋକ’ ଓ ‘ଚଲତେ ଚଲତେ’ ଫିଲ୍ମରେ ପ୍ରଯୋଜନା ମଧ୍ୟ କରିଛନ୍ତି। ଏହାସହ ସେ ରିୟାଲିଟି ଶୋ ‘ଝଲକ୍ ଦିଖଲା ଯା’ ସିଜିନ୍-୩ରେ ବିଚାରକ ଦାୟିତ୍ୱ ନିଭାଇଛନ୍ତି। ୧୯୯୮ରେ ଶିଳ୍ପପତି ଜୟ ମେହେତାଙ୍କୁ ବିବାହ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/juhi-chawla.jpg)