KaranJohar
ମୁମ୍ବାଇ: ୪୭ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ର ଫେମସ୍ ଫିଲ୍ମ ମେକର କରନ ଜୋହର୍। ୧୯୭୨ ମସିହା ମେ ୨୫ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ। କରନଙ୍କ ପାଠପଢା ଆରମ୍ଭ ହୋଇଥିଲା ଗ୍ରୀନ୍ ଲନ୍ସ ହାଇସ୍କୁଲ୍ରେ। ଏହାପରେ ସେ ଏଚ୍ ଆର କଲେଜ ଅଫ୍ ଇକୋନୋମିକ୍ସରେ ପାଠ ପଢିଥିଲେ । ଏକଥା ଖୁବ୍ କମ୍ ଲୋକ ଜାଣିଥିବେ ଯେ କରନଙ୍କ ପାଖରେ ଫ୍ରେଞ୍ଚ ଭାଷାରେ ମାଷ୍ଟର ଡିଗ୍ରୀ ରହିଛି।
୧୯୮୯ରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ସିରିଏଲ୍ ଇନ୍ଦ୍ରଧନୁସ୍ରେ ସେ ଶ୍ରୀକାନ୍ତ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଅଭିନୟ ଅପେକ୍ଷା ଫିଲ୍ମ ନିର୍ମାଣ କରିବା ପାଇଁ କରନଙ୍କର ବେଶି ଆଗ୍ରହ ଥିଲା। ପଠା ସରିବା ପରେ କରନ୍ ଫିଲ୍ମ ନିର୍ମାଣ କରିବାକୁ ଲାଗିଲେ। ‘କଭି ଖୁସି କଭି ଗମ୍’, ‘କଭି ଅଲ୍ବିଦା ନା କେହେନା’ ପରି ଜବରଦସ୍ତ ପିଲ୍ମ ଦେଇଥିବା କରନ ଫିଲ୍ମ ସହ ବନ୍ଧୁତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କରନ ବଲିଉଡ୍ ବାଦଶାହା ଶାହାରୁଖ୍ଙ୍କର ଭଲ ବନ୍ଧୁ। କେବଳ ଶାହାରୁଖ୍ ନୁହଁନ୍ତି ଶାହାରୁଖଙ୍କ ପତ୍ନୀ ଗୌରୀଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି।
ଏକ ସାକ୍ଷାତକାରରେ କରନ କହିଥିଲେ, ସେ ତାଙ୍କ ବେଡ୍ରୁମ୍ରେ ବାପା ମାଆଙ୍କ ଫଟୋ ବ୍ୟତୀତ ଶାହାରୁଖ୍ ଏବଂ ଗୌରୀଙ୍କର ଏକ ଫଟୋ ରଖିଛନ୍ତି। ଗୌରୀ କାମ ସହ ପରିବାର ମଧ୍ୟ ବେଶ୍ ଭଲ ଭାବେ ସମ୍ଭାଳୁଛନ୍ତି । ଏହି ଗୁଣ ତାଙ୍କୁ ବେଶ ପସନ୍ଦ ବୋଲି ସେ କହିଥିଲେ। ଗୌରୀଙ୍କ ସହ ସେ ଇମୋସନାଲି କନେକ୍ଟ ଅଛନ୍ତି ବୋଲି ମଧ୍ୟ କହିଛନ୍ତି କରନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/KaranJohar.jpg)