Advertisment

ରେଖା @ ୬୨

ମୁମ୍ୱାଇ: ବଲିଉଡ୍‌ର ସଦାବାହାର ଅଭିନେତ୍ରୀ ରେଖାଙ୍କ ଆଜି ୬୨ ତମ ଜନ୍ମଦିନ। ଅକ୍ଟୋବର ୧୦, ୧୯୫୪ ମସିହାରେ ଚେନ୍ନାଇରେ ସେ ଜନ୍ମ ଗ୍ରହଣ କରିଥିଲେ।  ତାଙ୍କ ସୌନ୍ଦର୍ଯ୍ୟର ଚାତୁରୀ ଆଜି ବି ଅନ୍ୟ ଅଭିନେତ୍ରୀଙ୍କ ଚେହେରାରେ ଫିକା  କରି ଦେଇଥାଏ। ବି-ଟାଉନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ନିଜ ଫିଲ୍ମ ଓ ସୁନ୍ଦରତାକୁ ନେଇ ରେଖା ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚାରେ ରହୁଥିଲେ ନିଜ ବିବାହ ଓ […]

ଅଦ୍ୟତନ ହୋଇଛି
ରେଖା @ ୬୨

rekha

Advertisment

rekhaମୁମ୍ୱାଇ: ବଲିଉଡ୍‌ର ସଦାବାହାର ଅଭିନେତ୍ରୀ ରେଖାଙ୍କ ଆଜି ୬୨ ତମ ଜନ୍ମଦିନ। ଅକ୍ଟୋବର ୧୦, ୧୯୫୪ ମସିହାରେ ଚେନ୍ନାଇରେ ସେ ଜନ୍ମ ଗ୍ରହଣ କରିଥିଲେ।  ତାଙ୍କ ସୌନ୍ଦର୍ଯ୍ୟର ଚାତୁରୀ ଆଜି ବି ଅନ୍ୟ ଅଭିନେତ୍ରୀଙ୍କ ଚେହେରାରେ ଫିକା  କରି ଦେଇଥାଏ। ବି-ଟାଉନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

Advertisment

ନିଜ ଫିଲ୍ମ ଓ ସୁନ୍ଦରତାକୁ ନେଇ ରେଖା ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚାରେ ରହୁଥିଲେ ନିଜ ବିବାହ ଓ ପ୍ରେମକୁ ନେଇ। କୁହାଯାଏ ରେଖା ପ୍ରଥମେ ବିନୋଦ ମେହେରାଙ୍କୁ ବିବାହ କରିଥିଲେ। ହେଲେ ଏହା କେତେଦୂର ସତ ତାହା କେହି ଜାଣିନାହାନ୍ତି। ୧୯୯୦ରେ ଦିଲ୍ଲୀର ଶିଳ୍ପପତି ମୁକେଶ ଅଗ୍ରୱାଲାଙ୍କୁ ବିବାହ କରିଥିଲେ। ଏହି ବୈବାହିକ ଜୀବନ ବେଶୀ ଦିନ ତିଷ୍ଠି ନ ଥିଲା। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ପରେ ମୁକେଶ ଆତ୍ମହତ୍ୟା କରିଥିଲେ। ତେବେ ଆଜି ବି ରେଖା ସିନ୍ଦୁର ପିନ୍ଧୁଥିବା ଦେଖିବାକୁ ମିଳୁଛି। ସେ କ’ଣ ପାଇଁ ସିନ୍ଦୁର ଲଗାନ୍ତି, ଏହାର ରହସ୍ୟ କେହି ଜାଣି ନାହାନ୍ତି।

ରେଖାଙ୍କର ନବୀନ ନିଶ୍ଚଳ, ଜିତେନ୍ଦ୍ର, ବିନୋଦ ମେହରା, ବିଶ୍ୱଜିତ୍‌ ଓ ଶତ୍ରୁଘ୍ନ ସିହ୍ନାଙ୍କ ପରି ଅଭିନେତାଙ୍କ ସହ ତାଙ୍କ ସମ୍ପର୍କ ଥିବ ନେଇ  ଚର୍ଚ୍ଚା ହୋଇଥିଲା। ତେବେ ବିଗ୍‌ ବି ଅମତାଭ ବଚ୍ଚନ ଓ ତାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଅଧିକ ହୋଇଥିଲା। ଉଭୟଙ୍କୁ ଏକାଠି ‘ସିଲ୍‌ସିଲା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Advertisment

୧୯୬୬ ମସିହାରେ ଦକ୍ଷିଣ ଭାରତୀୟ ଫିଲ୍ମ ‘ରଙ୍ଗୁଲା ରତ୍ନ’ରୁ ସେ ତାଙ୍କର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ନିଜ କ୍ୟାରିୟର ମଧ୍ୟରେ ସେ ୧୭୫ ଟି ହିନ୍ଦୀ ଫିଲ୍ମରେ ଅଭିନୟ କରିଛି। ‘ଖୁବସୁରତ୍’, ‘ଖୁନ୍‌ ଭରୀ ମାଙ୍ଗ’ ‘ଖୁନ୍‌ ଓର୍‌ ପସୀନା’, ‘ମୁକନ୍ଦର କି ସିକନ୍ଦର’ ଓ ‘ଅମରାଓ ଜାନ୍’ ପରି ଫିଲ୍ମ ତାଙ୍କୁ ସଫଳତା ଆଣିଦେଇଥିଲା।

ସେ ଫିଲ୍ମ ଫେୟାର ଓ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଜିତିଛନ୍ତି। ରେଖାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe