ହାପି ବର୍ଥ ଡେ' ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଭୟ ରିଲ୍ ଓ ରିୟଲ୍ ଲାଇଫରେ, ମେକଅପ୍ ଲଗାଇ କ୍ଯାମେରା ସାମ୍ନାରେ ହେଉ ବା ମେକଅପ୍ ପୋଛି ବ୍ୟକ୍ତିଗତ ଜୀବନରେ, ଖୁବ୍ କମ୍ ବ୍ୟକ୍ତିତ୍ୱ ଏଭଳି ଥା’ନ୍ତି ଯେଉଁମାନେ ପ୍ରକୃତରେ ନାୟକ ବା ନାୟିକା। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ ହେଉଛନ୍ତି ସେଭଳି ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ। ସେ ରିଲ୍ ଲାଇଫର ହିରୋଇନ୍ ଆଉ ରିୟଲ୍ ଲାଇଫର ବି ନାୟିକା। ବଡ଼ ପରଦାରେ ମହିଳାମାନଙ୍କ ଜୀବନର ସମସ୍ୟାଗୁଡ଼ିକୁ ନିଜ ଦମଦାର ଅଭିନୟ […]

smita patil

smita patil

Pragnya Choudhury
  • Published: Saturday, 17 October 2020
  • Updated: 17 October 2020, 03:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଭୟ ରିଲ୍ ଓ ରିୟଲ୍ ଲାଇଫରେ, ମେକଅପ୍ ଲଗାଇ କ୍ଯାମେରା ସାମ୍ନାରେ ହେଉ ବା ମେକଅପ୍ ପୋଛି ବ୍ୟକ୍ତିଗତ ଜୀବନରେ, ଖୁବ୍ କମ୍ ବ୍ୟକ୍ତିତ୍ୱ ଏଭଳି ଥା'ନ୍ତି ଯେଉଁମାନେ ପ୍ରକୃତରେ ନାୟକ ବା ନାୟିକା। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ ହେଉଛନ୍ତି ସେଭଳି ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ। ସେ ରିଲ୍ ଲାଇଫର ହିରୋଇନ୍ ଆଉ ରିୟଲ୍ ଲାଇଫର ବି ନାୟିକା। ବଡ଼ ପରଦାରେ ମହିଳାମାନଙ୍କ ଜୀବନର ସମସ୍ୟାଗୁଡ଼ିକୁ ନିଜ ଦମଦାର ଅଭିନୟ ଜରିଆରେ ଲୋକଙ୍କ ସମ୍ମୁଖକୁ ଆଣିଥିବା ସ୍ମିତା ବାସ୍ତବ ଜୀବନରେ ମଧ୍ୟ ମହିଳାଙ୍କ ଉନ୍ନତି କ୍ଷେତ୍ରରେ ଅନେକ କାମ କରିଛନ୍ତି।

स्मिता पाटिल

କେବଳ ଜଣେ ଅଭିନେତ୍ରୀ ଭାବେ ସ୍ମିତାଙ୍କ ଜୀବନ ସୀମିତ ନଥିଲା। ସେ ପ୍ରକୃତ ଜୀବନରେ ମଧ୍ୟ ମହିଳାଙ୍କ ଅଧିକାର, ସୁରକ୍ଷାକୁ ନେଇ ଖୁବ୍ ସକ୍ରିୟ ଥିଲେ। ଏଣୁ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଫିଲ୍ମ ଦୁନିଆ ବାହାରେ ନିଜର ନିଆରା ପରିଚୟ ସୃଷ୍ଟି କରିଥିଲେ।

ସ୍ମିତା କେବଳ ଜଣେ ନାରିବାଦୀ ନ ଥିଲେ। ସେ ମୁମ୍ବାଇସ୍ଥିତ ଓ୍ୱିମେନ୍ ସେଣ୍ଟରର ସଦସ୍ୟ ମଧ୍ୟ ଥିଲେ। ଏଣୁ ସେ ନିଜ ବାସ୍ତବ ଜୀବନର ଚରିତ୍ରକୁ ପରଦାରେ ପ୍ରଦର୍ଶିତ କରିବାରେ ସମର୍ଥ ହେଉଥିଲେ। ଭାରତୀୟ ସମାଜରେ ମହିଳାଙ୍କ ଭୂମିକାକୁ ନେଇ ପ୍ରସ୍ତୁତ ଫିଲ୍ମଗୁଡ଼ିକୁ ହିଁ ସ୍ମିତା ନିଜ ଅଭିନୟ ଜୀବନରେ ମହତ୍ୱ ଦେଇଥିଲେ। ଏଣୁ ସେ ଖୁବ୍ ପାରଦର୍ଶିତାର ସହ ଭାରତର ମଧ୍ୟବିତ ପରିବାରର ମହିଳାଙ୍କ ଜୀବନ ସଂଘର୍ଷକୁ ପରଦାରେ ଫୁଟାଇପାରୁଥିଲେ।

Birthday: फिल्मों में आने से पहले न्यूजरीडर थीं Smita Patil, ऐसे बनाई विशेष पहचान

ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ତତ୍କାଳୀନ ସମୟର ସବୁଠାରୁ ପ୍ରତିଭାବାନ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସ୍ମିତା ପାଟିଲ। ସେହି ସମୟରେ ଫିଲ୍ମର ଜଣେ ଅଭିନେତ୍ରୀ ହେବାକୁ ବିଭିନ୍ନ ମାପଦଣ୍ଡ ଥିଲା, ଯାହାକୁ ସ୍ମିତା ବ୍ରେକ୍ କରିଥିଲେ। ମାନଦଣ୍ଡ ଭାଙ୍ଗି ଶ୍ୟାମଳ ରଙ୍ଗର ଅଭିନେତ୍ରୀ ସ୍ମିତା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ। ବଲିଉଡ୍ ଏବଂ ମରାଠୀ ଫିଲ୍ମ ଜଗତରେ ସ୍ମିତା ପାଟିଲ ଏକ ବଡ଼ ନାଁ।

ଫିଲ୍ମ 'ଭୂମିକା'ରେ ଉଚ୍ଚକୋଟିର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲେ ସ୍ମିତା। ସେହିପରି ମରାଠୀ ଫିଲ୍ମ 'ଜୈତ୍ ରେ ଜୈତ୍' ଏବଂ 'ଉମ୍ବର୍ଥା'ରେ ଅଭିନୀତ ଚରିତ୍ର ପାଇଁ ସ୍ମିତାଙ୍କୁ ଫିଲ୍ମଫେୟାର୍ ସମ୍ମାନ ମିଳିଥିଲା। ଖାଲି ଏତିକି ନୁହେଁ ଫିଲ୍ମ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମିତାଙ୍କୁ ପଦଶ୍ରୀ ସମ୍ମାନରେ ଭାରତ ସରକାର ସମ୍ମାନିତ ମଧ୍ୟ କରିଛନ୍ତି।

sm

ତେବେ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ସ୍ମିତା ପାଟିଲଙ୍କ ଆଜି ହେଉଛି ଜନ୍ମଦିନ। 1955 ଅକ୍ଟୋବର 17ରେ ପୁଣେର ଏକ ମରାଠୀ ପରିବାରରେ ସ୍ମିତା ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଶିବାଜୀରାଓ ଗିରିଧର ପାଟିଲ ଜଣେ ଲୋକପ୍ରିୟ ରାଜନେତା ତଥା ମାଆ ବିଦ୍ୟାତାଇ ପାଟିଲ ଜଣେ ସାମାଜିକ କର୍ମୀ ଥିଲେ। ପୁଣେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ପାଠପଢ଼ା ଶେଷ କରିବା ପରେ ଟିଭିରେ ନ୍ୟୁଜ୍ ରିଡର୍ ବା ଉପସ୍ଥାପିକା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। 1970ରେ ମୁମ୍ବାଇ ଦୂରଦର୍ଶନର ଉପସ୍ଥାପିକା ଭାବେ ସ୍ମିତାଙ୍କୁ ପ୍ରଥମେ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲା।

sm

ସେହି ସମୟରେ ଲୋକପ୍ରିୟ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ନଜର ସ୍ମିତାଙ୍କ ପ୍ରତିଭାକୁ ଠାବ କରିପାରିଥିଲା। ସେ ଫିଲ୍ମ 'ଚରଣଦାସ ଚୋର' ଏବଂ 'ନିଶାନ୍ତ' ପାଇଁ ସ୍ମିତାଙ୍କୁ ବାଛିଥିଲେ। 1976ରେ ରିଲିଜ୍ ଫିଲ୍ମ 'ମନ୍ଥନ'ରେ ସ୍ମିତାଙ୍କ ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା। ଏହା ପରେ ସେ ଘରେ ଘରେ ପରିଚିତ ହୋଇଗଲେ। ପରେ ପରେ ସେ ହିନ୍ଦୀ ଏବଂ ମରାଠୀ ଫିଲ୍ମ ଦୁନିଆର ପ୍ରମୁଖ ଅଭିନେତ୍ରୀ ଭାବେ ଗଣାହେଲେ।

ଫିଲ୍ମ 'ସାମନା' ଜରିଆରେ ସେ ମରାଠୀ ଫିଲ୍ମ ଜଗତରେ ପାଦ ଦେଇଥିଲେ। ତେବେ ଫିଲ୍ମ 'ମେରେ ସାଥ ଚଲ୍'ରୁ ସେ ବଲିଉଡ୍ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରୁ 'ମନ୍ଥନ', 'ଭୂମିକା', 'ଆକ୍ରୋଶ୍', 'ଜୈତ୍ ରେ ଜୈତ୍' ସହ ଅନେକ ହିଟ୍ ଫିଲ୍ମ ରହିଛି।

Remembering The Fabulous Smita Patil On Her Birthday - We Lost Her Too Soon!

ଦୁଃଖର ବିଷୟ 1986 ଡିସେମ୍ବର 13ରେ ମାତ୍ର 31 ବର୍ଷ ବୟସରେ ସ୍ମିତା ଆମ ସମସ୍ତଙ୍କୁ ଛାଡ଼ି ଇହଲୀଳା ତ୍ୟାଗ କଲେ। ପୁତ୍ର ପ୍ରବୀର ବାବ୍ବରଙ୍କୁ ଜନ୍ମ ଦେବାର 6 ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story