ବିବାହ ପାର୍ଟିରେ ଗୀତ ଗାଉଥିବା ଯୁବକ ପାଲଟିଗଲେ ବଲିଉଡ ବାଦଶାହଙ୍କ ଭଏସ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ନିଜ ସ୍ୱର ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ସଙ୍ଗୀତ ଦୁନିଆରେ ସେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି।  ୧୯୭୩ ମସିହା  ଜୁଲାଇ ୩୦ରେ ହରିୟାଣାର ଫରିଦାବାଦରେ ଜନ୍ମ ଗ୍ରହଣ କରିଥିବା ସୋନୁ ନିଗମଙ୍କର ଆଜି ହେଉଛି ୪୬ତମ ଜନ୍ମଦିନ। ଭାରତ –ପାକିସ୍ତାନ ବିଭାଜନ ସମୟରେ ସୋନୁ ନିଗମଙ୍କ ପରିବାର ଫରିଦାବାଦ ଚାଲି ଆସିଥିଲେ। ଏହିଠାରେ ହିଁ ସୋନୁଙ୍କ ଜନ୍ମ […]

Sonu-Nigam-As-a-singer-Im-i

Biswobandita Swain
  • Published: Tuesday, 30 July 2019
  • , Updated: 30 July 2019, 03:19 PM IST

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ନିଜ ସ୍ୱର ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ସଙ୍ଗୀତ ଦୁନିଆରେ ସେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି।  ୧୯୭୩ ମସିହା  ଜୁଲାଇ ୩୦ରେ ହରିୟାଣାର ଫରିଦାବାଦରେ ଜନ୍ମ ଗ୍ରହଣ କରିଥିବା ସୋନୁ ନିଗମଙ୍କର ଆଜି ହେଉଛି ୪୬ତମ ଜନ୍ମଦିନ।

ଭାରତ –ପାକିସ୍ତାନ ବିଭାଜନ ସମୟରେ ସୋନୁ ନିଗମଙ୍କ ପରିବାର ଫରିଦାବାଦ ଚାଲି ଆସିଥିଲେ। ଏହିଠାରେ ହିଁ ସୋନୁଙ୍କ ଜନ୍ମ ହୋଇଥିଲା। ବାପା ଜଣେ ସିଙ୍ଗର ଥିବାରୁ ସୋନୁଙ୍କୁ ଏହା  ପିଢି ହିସାବରେ ମିଳି ଯାଇଥିଲା। ଫରିଦାବାଦରେ ରହୁଥିବା ଶରଣାର୍ଥୀ ପରିବାର ନିକଟରେ ଥିବା ଏକ ଅଶ୍ୱସ୍ତ ଗଛ ମୂଳେ ରୋଷେଇ କରୁଥିଲେ। ଆଉ ସମସ୍ତେ ସେଠାରେ ସାଙ୍ଗ ହୋଇ ଖାଉଥିଲେ। ଏବେ ବି ସୋନୁ ଫରିଦାବାଦ ଗଲେ, ସାଙ୍ଗଙ୍କ ସହ ସେହି ଗଛ ମୂଳେ ଖାଇବାକୁ ଭୁଲନ୍ତି ନାହିଁ।

ସୋନୁଙ୍କ ବାପା ଅଗମ କୁମାର ନିଗମ ଜଣେ  ଭଲ ଗାୟକ ଥିଲେ। ଏଥିଯୋଗୁ ପିଲାଦିନୁ ‍ସଙ୍ଗୀତ ପ୍ରତି ତାଙ୍କର ଖୁବ୍‌ ଋଚି ରହିଥିଲା। ପିଲା ଦିନ ତାଙ୍କର ସଂଘର୍ଷରେ କଟିଥିଲା। ମାତ୍ର ୪ ବର୍ଷ ବୟସରୁ ନିଜ ବାପାଙ୍କ ସହ ଷ୍ଟେଜ ପ୍ରୋଗ୍ରାମ କରିଥିଲେ ସୋନୁ। ପ୍ରଥମ ଥର ସେ ଷ୍ଟେଜରେ ମହମ୍ମଦ ରଫିଙ୍କ ଗୀତ ‘କ୍ୟା ହୁଆ ତେରେ ୱାଦା’ ଗାଇଥିଲେ। ଏହାପରେ ବହୁ ବିବାହ ପାର୍ଟି, ଫଙ୍କସନ୍‌ରେ ବି ଗୀତ ଗାଇଥିଲେ।

ସଙ୍ଗୀତକୁ କ୍ୟାରିଅର କରିବାକୁ ମାତ୍ର ୧୯ ବର୍ଷରେ ମୁମ୍ବାଇରେ ପାଦ ଥାପିଥିଲେ ଏହି ଗାୟକ। ଏଠାରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିବାକୁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା।  ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମ କରି ସେ  ମହମ୍ମଦ ରଫିଙ୍କ ଗୀତ ଗାଉଥିଲେ। ଏଥିରେ ତାଙ୍କ ଖର୍ଚ୍ଚ ଉଠିଯାଉଥିଲା। ଏହାପରେ ଟି-ସିରିଜ କମ୍ପାନୀ ତାଙ୍କ ଗୀତକୁ ନେଇ ‘ରଫି କି ୟାଦେ’  ନାମରେଏକ ଆଲବମ୍‌ ବାହାର କଲା। ଏହା ତାଙ୍କୁ ଜଣେ ପ୍ଲେ-ବ୍ୟାକ୍‌ ସିଙ୍ଗର ଭାବେ ପରିଚୟ ଦେଲା। ଏହା ମଧ୍ୟରେ କାମ ପାଇବା ଲାଗି ସେ ବହୁ ବି-ଗ୍ରେଡ, ସି-ଗ୍ରେଡ ଫିଲ୍ମରେ ମଧ୍ୟ ଗୀତ ଗାଇଥିଲେ।

ଯଦି ବଲିଉଡ୍‌ କଥା କହିବା, ତେବେ ବଲିଉଡ୍‌ ବାଦ୍‌ଶାହା ଶାହରୁଖଙ୍କ ଅଧିକାଂଶ ଗୀତରେ ସେ କଣ୍ଠଦାନ କରିଛନ୍ତି। ‘କଲ୍‌ ହୋ ନା ହୋ’ , ‘ୟେ ଦିଲ୍ଲ ଦିୱାନା’, ‘ସୁରଜ ହୁଆ ମଝମ’ ଆଦି ହିଟ୍‌ ଗୀତରେ ତାଙ୍କ ସ୍ୱର ଶୁଣିବାକୁ ପାଇଛନ୍ତି ପ୍ରଶଂସକ।

 

ସୋନୁ  ଅଭିନୟ କ୍ଷେତ୍ରରେ ପାଦ ରଖିଥିଲେ ମଧ୍ୟ ବିଶେଷ ସଫଳତା ପାଇ ପାରି ନ ଥିଲେ।  ଆଜାନ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସୋନୁ ଇସ୍‌ଲାମିକ ଗୀତ ମଧ୍ୟ ଗାଇ ସାରିଛନ୍ତି।

 

ଆଜାନ କଣ୍ଟ୍ରୋଭର୍ସି କଥା ଯଦି କହିବା ତେବେ ମସ୍‌ଜିଦ୍‌ରେ ପ୍ରାତଃ ସକାଳେ ହେଉଥିବା ପ୍ରାର୍ଥନାକୁ ସୋନୁ ଲାଉଡ୍‌ ସ୍ପିକର କହିଥିଲେ। ସେ କହିଥିଲେ ଯଦି ସେ ମୁସଲମାନ ନୁହନ୍ତି ତେବେ କାହିଁକି ଆଜାନ ଦ୍ୱାରା ତାଙ୍କୁ ଉଠିବାକୁ ପଡୁଛି। କେତେଦିନ ପର୍ଯ୍ୟନ୍ତ ବାଧ୍ୟବାଧକତାରେ ଏପରି ଧାର୍ମିକ ରୀତିନୀତିରେ ବାନ୍ଧି ହୋଇ ରହିବାକୁ ପଡିବ।

ହିନ୍ଦୀ ବ୍ୟତୀତ  ସୋନୁ ଓଡ଼ିଆ, ତାମିଲ୍, ପଞ୍ଜାଵୀ, ବେଙ୍ଗଲୀ, ଅସମିୟା,ମଲୟାଲମ୍‌, ତେଲୁଗୁ ଏବଂ ନେପାଳୀ ଭାଷାରେ ଗୀତ ଗାଇଛନ୍ତି। ସୋନୁ ଓଡିଆରେ ‘ଇଲୁ ଇଲୁ ଉଲାଲା’, ‘ତୋ ଆଖି ମୋ ଆଇନା’, ‘ରହିଯା ଟିକେ ବର୍ଷା’,  ‘ମା ଝାଡି ଦିଏ ଯେତେ ଦେହ ଧୂଳି’,  ହାଏରେ ନାଲି ଦୁପଟା ବାଲି’ ଆଦି ଗୀତ ଗାଇଛନ୍ତି। ଏହା ବ୍ୟତୀତ ସେ ହଲିଉଡ୍‌ ଫିଲ୍ମ ‘ରିୟୋ’ ଏବଂ ଆଲାଦିନର ଡବିଂରେ ନିଜ ସ୍ୱର ଦେଇଛନ୍ତି। ସେ ନର୍ଥ ଆମେରିକା , ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ଏସିଆର ବିଭିନ୍ନ ଦେଶ ଯାଇ ଷ୍ଟେଜ ପ୍ରୋଗ୍ରାମ କରି ଗୀତ ଗାଇଛନ୍ତି।

Related story