Advertisment

Jatra: ନାଣ୍ଡୁ ଦେଉଛନ୍ତି ନିର୍ଯାତନା

ଥାନାରେ ହେଲା ଏତଲା। ନିର୍ଯାତନା ଦେଉଛନ୍ତି ନାଣ୍ଡୁ। ସାଇ ସତ୍ୟଜିତଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ ମାନସିକ ନିର୍ଯାତନା ଦେଉଥିବା ନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ମା’ ପଦ୍ମିନୀ ଦାଶ।

Nandu1
Advertisment

ଥାନାରେ ହେଲା ଏତଲା। ନିର୍ଯାତନା ଦେଉଛନ୍ତି ନାଣ୍ଡୁ। ସାଇ ସତ୍ୟଜିତଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ ମାନସିକ ନିର୍ଯାତନା ଦେଉଥିବା ନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ମା’ ପଦ୍ମିନୀ ଦାଶ। 

Advertisment

ପଦ୍ମିନୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ସାଇ ସତ୍ୟଜିତ ଏବେ ତୁଳସୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି। ଗୁରୁବାର ସାଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପୁଅର ଜୀବନ ପ୍ରତି ବିପଦ ଅଛି । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ତାଙ୍କ ପୁଅକୁ ୫-୬ ଦିନ ହେବ ଗୁଣ୍ଡା ଲଗାଇ ଧମକ ଦେଉଛନ୍ତି । ଏମିତିକି ଗ୍ରୀନ୍ ରୁମ୍‌କୁ ଆସି ମଧ୍ୟ ସେଠାରେ ସେ ଧମକାଉଛନ୍ତି । ଯାହା ଫଳରେ ସାଇ ଅସୁସ୍ଥ ହୋଇଥିବା ସେ କହିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ଯାତ୍ରାପାର୍ଟି ତରଫରୁ କି ମାଲିକଙ୍କ ତରଫରୁ ପୁଅ ଅସୁସ୍ଥ ହେବା ନେଇ କୌଣସି ସୂଚନା ଦିଆଯାଇନାହିଁ । ଏହା ବଡ଼ ଦୁଃଖର କଥା । ପୁଅର ଜୀବନ ପ୍ରତି ବିପଦ ଥିବାରୁ ସେ ଆଉ ତାଙ୍କୁ ଯାତ୍ରାପାର୍ଟିକୁ ଛାଡ଼ିବେ ନାହିଁ କହିଛନ୍ତି ସାଇଙ୍କ ମା’।

ସାଇ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଆଉ ତୁଳସୀ ଗଣନାଟ୍ୟ ମଞ୍ଚ ଚଢ଼ିବେ ନାହିଁ। ଲୋକ ଲଗାଇ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ ଧମକ ଚମକ ଦେଉଛନ୍ତି। ଧମକ ଦେଇ ତାଙ୍କୁ ରଖିହେବ ନାହିଁ ବୋଲି କହିଛନ୍ତି।

Advertisment

ନାଣ୍ଡୁ ଧଳ ଗତ ବର୍ଷ ତମାମ ବିବାଦରେ ରହିଆସିଛନ୍ତି। ଏଥର ଖଣ୍ଡଗିରି ଯାତ୍ରା ସୁରୁଖୁରରେ କଟିବା ନେଇ ଆଶା କରାଯାଇଥିଲା। କିନ୍ତୁ ଠିକ ଶେଷଦିନ ପୂର୍ବରୁ ତାଙ୍କ ପାଇଁ ପୁଣି ବିବାଦ ଉଭା ହୋଇଛି। ଠିକ ବର୍ଷେ ପୂର୍ବରୁ ପ୍ରଥମେ କମେଡ଼ି କଳାକାର ନରି ପଣ୍ଡା ଅଭିଯୋଗ କରିଥିଲେ ନାଣ୍ଡୁଙ୍କ ବିରୋଧରେ। ପରେ ପରେ ସୋନାଲିଙ୍କ ଘଟଣାରେ ବି ସେ ଫସିଥିଲେ। ଆଉ ପରେ ସଂଘର ନିଷ୍ପତି ନେଇ  ବିବାଦ ଦେଖାଦେଇଥିଲା। ପରେ ପରେ ପଲିଟିକ୍ସରେ ଏଣ୍ଟ୍ରି ପାଇଁ ହାଇଡ଼୍ରାମା ଦେଖା ଦେଇଥିଲା। ଏହାର କିଛି ଦିନ ପରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି।  ତେବେ ତାଙ୍କ ପାଇଁ ବିବାଦ କିଛି ନୂଆ ନହେଲେ ବି ଏହା ତାଙ୍କୁ କାଠଗଡ଼ାକୁ ଟାଣିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe