/odisha-reporter/media/post_attachments/uploads/2018/09/tele-star-sumit.jpg)
tele star sumit
ମୁମ୍ବାଇ: କମ୍ପାନୀ ମାଲିକଙ୍କ ନିର୍ଯାତନା ଯୋଗୁ ଟେଲି ଅଭିନେତା ସୁମିତ୍ ସଚ୍ଚଦେବଙ୍କ ପତ୍ନୀ ଗର୍ଭପାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନିଜେ ଅଭିନେତା ସୁମିତ୍ ଏପରି ଅଭିଯୋଗ କରିଛନ୍ତି।
Advertisment
ସୁମିତ୍ଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ଅମ୍ରିତା ଗୁଜ୍ରାଲ୍ ୫ ମାସର ଗର୍ଭବତୀ ଥିଲେ। ତେବେ ପ୍ରସୂତିକାଳୀନ ଛୁଟିକୁ ନେଇ ଅମ୍ରିତାଙ୍କୁ ତାଙ୍କ 'ବସ୍' (ନିଯୁକ୍ତିଦାତା) ଗାଳି କରିବା ସହ ନିର୍ଯାତନା ଦେଇଥିଲେ। ଏହାକୁ ନେଇ ମାନସିକସ୍ତରରେ ଗଭୀର ଆଘାତ ପାଇଥିବା କାରଣରୁ ଅମ୍ରିତାଙ୍କ ଗର୍ଭପାତ ହୋଇଯାଇଥିବା ସ୍ୱାମୀ ତଥା ଲୋକପ୍ରିୟ ଟେଲିଭିଜନ୍ ଧାରବାହିକର 'ୟେ ହୈ ମୋହବତେଁ'ର ଅଭିନେତା ସୁମିତ୍ ସଚ୍ଚଦେବ ଅଭିଯୋଗ କରିଛନ୍ତି।
ଏନେଇ ସୁମିତ୍ ସ୍ଥାନୀୟ ଏକ କୋର୍ଟରେ ମଧ୍ୟ ଅଭିଯୋଗ ଦାଏର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
