Advertisment

ବାୟୋପିକ୍ ଆସିଲେ ହରଭଜନଙ୍କ ଚରିତ୍ରରେ ରହିବେ ଭିକି କୌଶଲ

ଗୋଟିଏ ଦୁଇଟି ଭଲ କାହାଣୀ ଅଛି, ଯାହାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛି ବୋଲି କହିଲେ ହରଭଜନ। ପତ୍ନୀଙ୍କ ଗୀତାଙ୍କ ପ୍ରଥମ ପସନ୍ଦ ଭିକି କୌଶଲ।

ଅଦ୍ୟତନ ହୋଇଛି
Harbhajan Singh and Vicky Kaushal (File Photo)

Harbhajan Singh and Vicky Kaushal (File Photo)

Advertisment

ବଲିଉଡରେ ଗତ କିଛି ବର୍ଷ ହେବ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏମ.ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ ଏବଂ ଚନ୍ଦୁ ଚାମ୍ପିୟନ୍ ପରି ଅନେକ କ୍ରୀଡ଼ା କ୍ଷେତ୍ରର ହିରୋଙ୍କ ଉପରେ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏବେ ଆଉ ଜଣେ ଏମିତି ଖେଳାଳିଙ୍କ ଉପରେ ବାୟୋପିକ୍ ଫିଲ୍ମ ନିର୍ମାଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ସେ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ। ସବୁଠାରୁ ବଡ଼କଥା ହେଉଛି ହରଭଜନଙ୍କ ବାୟୋପିକ୍ ଚର୍ଚ୍ଚା ସେ ନିଜେ ଓ ତାଙ୍କ ପତ୍ନୀ ଗୀତା ବସରା ଆରମ୍ଭ କରିଛନ୍ତି।

Advertisment

ଶନିବାର ନିଜେ ହରଭଜନ ଇନଷ୍ଟାଣ୍ଟ ବଲିଉଡ ସହ ବାର୍ତ୍ତାଳାପ ସମୟରେ କହିଥିଲେ ଯେ, ମୋର ବାୟୋପିକ୍ ତିଆରି ହେବ। ଗୋଟିଏ ଦୁଇଟି ଭଲ କାହାଣୀ ଅଛି, ଯାହାକୁ ମୁଁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛି। କିନ୍ତୁ ଏହା କେବେ ତିଆରି ହେବ ମୁଁ ଜାଣେ ନାହିଁ। ତେବେ ମୁଁ ଖୁବଶୀଘ୍ର ଏହା ଘୋଷଣା କରିବି। ଯେତେବେଳେ ତାଙ୍କୁ ପଚରାଗଲା ଯେ ତାଙ୍କ ଚରିତ୍ରରେ ଉପଯୁକ୍ତ ଅଭିନେତା କିଏ ହେବେ, ସେ ଭିକି କୌଶଲଙ୍କ ନାମ ନେଇଥିଲେ।

Advertisment

ରବିବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଗୀତା କହିଛନ୍ତି ଯେ ମୁଁ ଭାବୁଛି ହରଭଜନଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯିବା ଉଚିତ୍। ଏବଂ ଯେତେବେଳେ ବି ଫିଲ୍ମ ତିଆରି ହେବ, ଭିକି କୌଶଲ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ହେବେ। ଯେତେବେଳେ ଗୀତାଙ୍କୁ ପଚରାଗଲା କେବଳ ଭିକି କୌଶଲ କାହିଁକି? ସେ କହିଥିଲେ, 'କାରଣ ସର୍ବପ୍ରଥମେ ଭିକି ଜଣେ ପଞ୍ଜାବୀ। ସେ ପଞ୍ଜାବୀ ଭାଷା ପିଣ୍ଡୱାଲି ସଠିକ ଭାବେ କୁହନ୍ତି। ଭିକିଙ୍କର ଚରିତ୍ରରେ ପ୍ରବେଶ କରିବାର ପ୍ରତିଭା ଅଛି ଏବଂ ମୁଁ ଭାବୁଛି ସେ ହିଁ ହରଭଜନଙ୍କୁ ଅନସ୍କ୍ରିନରେ ଚିତ୍ରିତ କରିବା ପାଇଁ ଉପଯୁକ୍ତ ହେବେ।'

Harbhajan Singh Vicky Kaushal Gita Basara Harbhajan Singh Biopic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe