Advertisment

ରାନୁ ମଣ୍ଡଳଙ୍କ ସହ ବିଚ୍‌ରେ ହାର୍ଦ୍ଦିକ

ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ।  ବଲିଉଡ୍‌ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ମୁଦି ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ସାମ୍ନାକୁ ଆସିଥିଲା। ସୋଶାଲ୍‌ ମିଡିଆରେ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏନ୍‌ଗେଜ୍‌ମେଣ୍ଟ୍‌ ପରେ ନତାଶା, ହାର୍ଦ୍ଦିକଙ୍କ ସହ ପୁଣି ଆଉ ଏକ […]

ରାନୁ ମଣ୍ଡଳଙ୍କ ସହ ବିଚ୍‌ରେ ହାର୍ଦ୍ଦିକ

ranu

Advertisment

ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ।  ବଲିଉଡ୍‌ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ମୁଦି ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ସାମ୍ନାକୁ ଆସିଥିଲା।

Advertisment

ସୋଶାଲ୍‌ ମିଡିଆରେ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି।

ଏନ୍‌ଗେଜ୍‌ମେଣ୍ଟ୍‌ ପରେ ନତାଶା, ହାର୍ଦ୍ଦିକଙ୍କ ସହ ପୁଣି ଆଉ ଏକ ଫଟୋ ସୁଟ୍‌ କରିଛନ୍ତି। ଉଭୟ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଏହି ଫଟୋକୁ ବି ଟ୍ରୋଲ୍‌ କରିବାକୁ ପଛାଇ ନ ଥିଲେ। ଫଟୋଟିକୁ ନେଇ ଲୋକମାନେ ଜବରଦସ୍ତ ଟ୍ରୋଲ୍‌ କରିଛନ୍ତି। କିଛି ଲୋକ ଉଭୟଙ୍କ ଫଟୋକୁ ଏଡିଟ୍‌ କରି ସେମାନଙ୍କୁ ମତ୍ସଜୀବୀ କରି ଦେଇଥିବାବେଳେ ଆଉ କିଛି ଫଟୋକୁ ନେଇ ମଜାଳିଆ ଭାବେ ଅନେକ କମେଣ୍ଟସ୍‌ ଦେଇଛନ୍ତି।

Advertisment

ଏସବୁ ବ୍ୟତୀତ ନତାଶା ଓ ହାର୍ଦ୍ଦିକଙ୍କ ଅନେକ ଫଟୋକୁ ଟ୍ରୋଲ୍‌ କରାଯାଇଛି। ଯାହା ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ସୋଶାଲ୍‌ ମିଡିଆ ୟୁଜର୍ସ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋକୁ ଏଡିଟ୍‌ କରି ନତାଶାଙ୍କ ସ୍ଥାନରେ ରାନୁ ମଣ୍ଡଳଙ୍କ ଫଟୋ ଲଗାଇଛନ୍ତି। ଯାହାକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି। ଭାଇରାଲ୍‌ ଏହି ଫଟୋରେ ହାର୍ଦ୍ଦିକଙ୍କୁ ବହୁତ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ ରାନୁ।

https://www.instagram.com/p/B7S4b64nUaO/?utm_source=ig_web_button_share_sheet

ନତାଶା ଓ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ର ରୋମାଣ୍ଟିକ୍‌ ଭିଡିଓ ନିଜେ ହାର୍ଦ୍ଦିକ ସୋଶାଲ ମିଡିଆରେ ଶାୟାର କରିଛନ୍ତି। ଉଭୟ ସମୁଦ୍ର ମଝିରେ ଏକ ବୋଟ୍‌ରେ ରିଙ୍ଗ୍ ସେରିମନି ମନାଉଥିବାର ଭିଡିଓରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ନତାସା ଷ୍ଟାନକୋଭିକ୍ ହେଉଛନ୍ତି ସର୍ବିଆର ନାଗରିକ।

ପ୍ରକାଶ ଝାଙ୍କ ‘ସତ୍ୟାଗ୍ରହ’ ଫିଲ୍ମରେ ନତାଶା ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଲେ। ତେବେ ବିଗ୍ ବସ୍ ଟିଭି ଶୋ’ରେ ଅଂଶଗ୍ରହଣ କରି ସେ ଚର୍ଚ୍ଚାକୁ ଆସିଥିଲେ।

https://www.instagram.com/p/B649D7ElOlx/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe