କଟକ ଆକାଶବାଣୀରେ କାମ କରିବାକୁ ସରକାରୀ ଚାକିରି ଛାଡ଼ିଦେଇଥିଲେ ହରିପ୍ରସାଦ

ମୁମ୍ବାଇ: ହରିପ୍ରସାଦ ଚୌରାସିଆଙ୍କ ନାମ ଶୁଣିଲା ମାତ୍ରେ ହିଁ କାନରେ ବଂଶୀର ସ୍ୱର ଶୁଭିଥାଏ। ବାଉଁଶରେ ତିଆରି ହୋଇଥିବା ସାଧାରଣ ବଂଶୀ ଯେତେବେଳେ ହରିପ୍ରସାଦଙ୍କ ହାତରେ ପଡ଼େ ସେତେବେଳେ ବଂଶୀରେ ଜୀବନ ଚହଟି ଉଠେ। ବଂଶୀ ବାଦନରେ ଅପୂର୍ବ କଳାର ଅଧିକାରୀ ହୋଇଥିବା ହରିପ୍ରସାଦ ଚୌରାସିଆଙ୍କ ଆଜି ୮୧ ତମ ଜନ୍ମ ଦିନ। ହରିପ୍ରସାଦ ୧୯୩୮ ମସିହା ଆଜିର ଦିନରେ ପ୍ରୟାଗରାଜରେ ଜନ୍ମ ହୋଇଥିଲେ। ହିନ୍ଦି ସିନେମା ଏବଂ ସଙ୍ଗୀତକୁ ତାଙ୍କ ଅନନ୍ୟ ବଂଶୀ ବାଦନ ଜରିଆରେ […]

z11

z11

Rosalin Rath
  • Published: Monday, 01 July 2019
  • Updated: 01 July 2019, 03:21 PM IST

Sports

Latest News

ମୁମ୍ବାଇ: ହରିପ୍ରସାଦ ଚୌରାସିଆଙ୍କ ନାମ ଶୁଣିଲା ମାତ୍ରେ ହିଁ କାନରେ ବଂଶୀର ସ୍ୱର ଶୁଭିଥାଏ। ବାଉଁଶରେ ତିଆରି ହୋଇଥିବା ସାଧାରଣ ବଂଶୀ ଯେତେବେଳେ ହରିପ୍ରସାଦଙ୍କ ହାତରେ ପଡ଼େ ସେତେବେଳେ ବଂଶୀରେ ଜୀବନ ଚହଟି ଉଠେ। ବଂଶୀ ବାଦନରେ ଅପୂର୍ବ କଳାର ଅଧିକାରୀ ହୋଇଥିବା ହରିପ୍ରସାଦ ଚୌରାସିଆଙ୍କ ଆଜି ୮୧ ତମ ଜନ୍ମ ଦିନ।

ହରିପ୍ରସାଦ ୧୯୩୮ ମସିହା ଆଜିର ଦିନରେ ପ୍ରୟାଗରାଜରେ ଜନ୍ମ ହୋଇଥିଲେ। ହିନ୍ଦି ସିନେମା ଏବଂ ସଙ୍ଗୀତକୁ ତାଙ୍କ ଅନନ୍ୟ ବଂଶୀ ବାଦନ ଜରିଆରେ ଋଦ୍ଧିମନ୍ତ କରିଥିବା ଏହି ମହାନ୍‌ କଳାକାରଙ୍କ ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ବିଷୟରେ ଅଧିକ କିଛି।

ଛୋଟବେଳୁ ହରାଇଥିଲେ ମାଆଙ୍କୁ

https://www.youtube.com/watch?v=-klQkGJEsIg

ହରିପ୍ରସାଦ ଜନ୍ମ ହେବାର କିଛି ବର୍ଷ ପରେ ହିଁ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ଆଉ କେହି ନିଜ ମାଆ ଭଳି ଭଲ ପାଇ ପାରିବନାହିଁ ଭାବି ବାପା ମଧ୍ୟ ଦ୍ୱିତୀୟ ବିବାହ କରି ନଥିଲେ। ବାପା ହିଁ ତାଙ୍କୁ ଛୋଟବେଳୁ ପାଳି ପୋଷି ବଡ଼ କରିଛନ୍ତି।

ହରିପ୍ରସାଦ କୁସ୍ତି କରନ୍ତୁ ବୋଲି ଚାହୁଁଥିଲେ ବାପା

ହରିପ୍ରସାଦଙ୍କ ବାପା ଆଖଡ଼ା ଘରେ କୁସ୍ତି କରୁଥିଲେ। ଏଥିପାଇଁ ସେ ଚାହୁଁଥିଲେ ହରିପ୍ରସାଦ ମଧ୍ୟ କୁସ୍ତି ଶିଖନ୍ତୁ। କିନ୍ତୁ ସଙ୍ଗୀତ ପ୍ରେମରେ ଉବୁଟୁବୁ ହେଉଥିବା ହରିପ୍ରସାଦଙ୍କ ମନ କୁସ୍ତିରେ କେଉଁଠୁ ବା ଲାଗନ୍ତା ? ତଥାପି ବାପାଙ୍କ ଡରରେ ସେ ଆଖଡ଼ା ଶାଳକୁ ଯାଉଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଯେତେବେଳେ ମୁଁ ଆଖଡ଼ା ଶାଳକୁ ଯାଉଥିଲି ସେତେବେଳ ମୋ ମନରେ କେବଳ ସଙ୍ଗୀତ ହିଁ ମାଖି ରହୁଥିଲା। ଆଖଡ଼ା ଶାଳରେ ଅଭ୍ୟାସ କଲା ବେଳେ ନିଶ୍ୱାସକୁ ବାନ୍ଧି ରଖିବାକୁ ପଡ଼େ, ଏହି ଅଭ୍ୟାସ ମତେ ବଂଶୀ ବଜାଇଲା ବେଳେ କାମରେ ଆସିଲା ଓ ମୁଁ ସହଜରେ ବଂଶୀ ବଜାଇପାରିଲି।

ବାପାଙ୍କଠାରୁ ଲୁଚିକି ଶିଖୁଥିଲେ ସଙ୍ଗୀତ

https://www.youtube.com/watch?v=BGGphY03i3Y

ହରିପ୍ରସାଦଙ୍କ ବାପାଙ୍କ କହିବା ଅନୁଯାୟୀ ଭିକ ମାଗିବା ପାଇଁ ସଙ୍ଗୀତ ଗାନ କରାଯାଏ। ଏହା କେବଳ ରାଜା ମହାରାଜାଙ୍କ ଦରବାର ପାଇଁ ହୋଇଥାଏ। ହରିପ୍ରସାଦ ତାଙ୍କ ସଙ୍ଗୀତ ପ୍ରେମ ପାଇଁ ବହୁତ ଥର ବାପାଙ୍କଠାରୁ ମାଡ଼ ମଧ୍ୟ ଖାଇଛନ୍ତି। ବାପାଙ୍କଠୁ ଲୁଚି ଲୁଚି ପଡ଼ୋଶୀଙ୍କ ଘରେ ସେ ସଙ୍ଗୀତ ଶିଖୁଥିଲେ।

ରେଡିଓରୁ ଶୁଣି ବଂଶୀ ବଜାଇବା ଶିଖିଥିଲେ ହରିପ୍ରସାଦ

ପଣ୍ଡିତ ରାଜାରାମଙ୍କ ଠାରୁ ଅଳ୍ପ ବହୁତ ସଙ୍ଗୀତ ଶିଖି ଗାଇବା ପରେ ସେ ସଙ୍ଗୀତର ପୂଜାରୀ ହୋଇଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ରେଡିଓରେ ପଣ୍ଡିତ ଭୋଳାନାଥଙ୍କ ବଂଶୀ ବାଦନ ଶୂଣି ତାଙ୍କର ବଂଶୀ ବଜାଇବା ଇଚ୍ଛା ଜାଗ୍ରତ ହୋଇଥିଲା। ଏହା ପରେ ସେ ପଣ୍ଡିତ ଭୋଳାନାଥଙ୍କ ପାଖକୁ ଯାଇ ଘର କାମ ଯେପରିକି ପରିବା କାଟିବା, ମସଲା ବାଟିବା ଇତ୍ୟାଦି କରୁଥିଲେ। ଏହା ବଦଳରେ ପଣ୍ଡିତ ଭୋଳାନାଥ ତାଙ୍କୁ ବଂଶୀ ବାଦନ ଶିଖାଇବା ଆରମ୍ଭ କରିଦେଇଥିଲେ।

ଛାଡ଼ିଥିଲେ ସରକାରୀ ଚାକିରୀ

https://www.youtube.com/watch?v=Th9aKUpaNEA

ବଂଶୀ ଶିଖୁଶିଖୁ ଅନେକ ସମୟ ବିତି ଯାଇଥିଲା। ଏହା ପରେ ହରିପ୍ରସାଦଙ୍କୁ ଉତ୍ତରପ୍ରଦେଶରେ ସରକାରୀ କ୍ଲର୍କ ଚାକିରୀ ମଧ୍ୟ ମିଳିଥିଲା। ଏହା ଜାଣି ବାପା ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ତାଙ୍କର ଚାକିରୀରେ ମନ ବିଲ୍‌କୁଲ୍‌ ନ ଥିଲା। ଏହା ପରେ ତାଙ୍କୁ ଅଲ ଇଣ୍ଡିଆ ରେଡିଓ କଟକରୁ ଷ୍ଟାଫ୍‌ ଆର୍ଟିଷ୍ଟ ହେବା ପାଇଁ ପ୍ରସ୍ତାବ ଆସିଥିଲା। ଏହା ପରେ ସେ ସରକାରୀ ଚାକିରୀ ଛାଡ଼ିଦେଇଥିଲେ।

ସିନେମାରେ ତାଙ୍କ କ୍ୟାରିୟର୍‌

https://www.youtube.com/watch?v=4oMRVu9YX18

ହରିପ୍ରସାଦ ୧୯୫୭ରେ କଟକର ଆକାଶବାଣୀରେ ଆସି ଯୋଗ ଦେଇଥିଲେ। ଏଠାରେ କାମ ତାଙ୍କୁ ପସନ୍ଦ ଆସିଥିଲା ଏବଂ ଧୀରେ ଧୀରେ ତାଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବାକୁ ଲାଗିଲା। ଏହାପରେ ମୁମ୍ବାଇରେ ମାସିକ ୨୫୦ ଟଙ୍କାରେ କାମ କରିବାକୁ ତାଙ୍କୁ ପ୍ରସ୍ତାବ ଆସିଥିଲା। ସେଠାକୁ ସେ ଯାଇଥିଲେ ସତ, କିନ୍ତୁ କାମ ତାଙ୍କୁ ପସନ୍ଦ ଆସିଲା ନାହିଁ।

ଦିନେ ରେଡ଼ିଓରେ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ମଦନ ମୋହନ ଏବଂ ରୋଶନ୍‌ ତାଙ୍କ ବଂଶୀ ବଜାଇବା ଶୁଣି ତାଙ୍କୁ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସେ ରେଡିଓ ଉଡ଼ି ଫିଲ୍ମରେ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କ ସଙ୍ଗୀତ ଏବଂ ବଂଶୀର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରିଛନ୍ତି।

https://www.youtube.com/watch?v=GEgHyIm-BJA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story