z11
ମୁମ୍ବାଇ: ହରିପ୍ରସାଦ ଚୌରାସିଆଙ୍କ ନାମ ଶୁଣିଲା ମାତ୍ରେ ହିଁ କାନରେ ବଂଶୀର ସ୍ୱର ଶୁଭିଥାଏ। ବାଉଁଶରେ ତିଆରି ହୋଇଥିବା ସାଧାରଣ ବଂଶୀ ଯେତେବେଳେ ହରିପ୍ରସାଦଙ୍କ ହାତରେ ପଡ଼େ ସେତେବେଳେ ବଂଶୀରେ ଜୀବନ ଚହଟି ଉଠେ। ବଂଶୀ ବାଦନରେ ଅପୂର୍ବ କଳାର ଅଧିକାରୀ ହୋଇଥିବା ହରିପ୍ରସାଦ ଚୌରାସିଆଙ୍କ ଆଜି ୮୧ ତମ ଜନ୍ମ ଦିନ।
ହରିପ୍ରସାଦ ୧୯୩୮ ମସିହା ଆଜିର ଦିନରେ ପ୍ରୟାଗରାଜରେ ଜନ୍ମ ହୋଇଥିଲେ। ହିନ୍ଦି ସିନେମା ଏବଂ ସଙ୍ଗୀତକୁ ତାଙ୍କ ଅନନ୍ୟ ବଂଶୀ ବାଦନ ଜରିଆରେ ଋଦ୍ଧିମନ୍ତ କରିଥିବା ଏହି ମହାନ୍ କଳାକାରଙ୍କ ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ବିଷୟରେ ଅଧିକ କିଛି।
ଛୋଟବେଳୁ ହରାଇଥିଲେ ମାଆଙ୍କୁ
ହରିପ୍ରସାଦ କୁସ୍ତି କରନ୍ତୁ ବୋଲି ଚାହୁଁଥିଲେ ବାପା
ହରିପ୍ରସାଦଙ୍କ ବାପା ଆଖଡ଼ା ଘରେ କୁସ୍ତି କରୁଥିଲେ। ଏଥିପାଇଁ ସେ ଚାହୁଁଥିଲେ ହରିପ୍ରସାଦ ମଧ୍ୟ କୁସ୍ତି ଶିଖନ୍ତୁ। କିନ୍ତୁ ସଙ୍ଗୀତ ପ୍ରେମରେ ଉବୁଟୁବୁ ହେଉଥିବା ହରିପ୍ରସାଦଙ୍କ ମନ କୁସ୍ତିରେ କେଉଁଠୁ ବା ଲାଗନ୍ତା ? ତଥାପି ବାପାଙ୍କ ଡରରେ ସେ ଆଖଡ଼ା ଶାଳକୁ ଯାଉଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଯେତେବେଳେ ମୁଁ ଆଖଡ଼ା ଶାଳକୁ ଯାଉଥିଲି ସେତେବେଳ ମୋ ମନରେ କେବଳ ସଙ୍ଗୀତ ହିଁ ମାଖି ରହୁଥିଲା। ଆଖଡ଼ା ଶାଳରେ ଅଭ୍ୟାସ କଲା ବେଳେ ନିଶ୍ୱାସକୁ ବାନ୍ଧି ରଖିବାକୁ ପଡ଼େ, ଏହି ଅଭ୍ୟାସ ମତେ ବଂଶୀ ବଜାଇଲା ବେଳେ କାମରେ ଆସିଲା ଓ ମୁଁ ସହଜରେ ବଂଶୀ ବଜାଇପାରିଲି।
ବାପାଙ୍କଠାରୁ ଲୁଚିକି ଶିଖୁଥିଲେ ସଙ୍ଗୀତ
ରେଡିଓରୁ ଶୁଣି ବଂଶୀ ବଜାଇବା ଶିଖିଥିଲେ ହରିପ୍ରସାଦ
ପଣ୍ଡିତ ରାଜାରାମଙ୍କ ଠାରୁ ଅଳ୍ପ ବହୁତ ସଙ୍ଗୀତ ଶିଖି ଗାଇବା ପରେ ସେ ସଙ୍ଗୀତର ପୂଜାରୀ ହୋଇଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ରେଡିଓରେ ପଣ୍ଡିତ ଭୋଳାନାଥଙ୍କ ବଂଶୀ ବାଦନ ଶୂଣି ତାଙ୍କର ବଂଶୀ ବଜାଇବା ଇଚ୍ଛା ଜାଗ୍ରତ ହୋଇଥିଲା। ଏହା ପରେ ସେ ପଣ୍ଡିତ ଭୋଳାନାଥଙ୍କ ପାଖକୁ ଯାଇ ଘର କାମ ଯେପରିକି ପରିବା କାଟିବା, ମସଲା ବାଟିବା ଇତ୍ୟାଦି କରୁଥିଲେ। ଏହା ବଦଳରେ ପଣ୍ଡିତ ଭୋଳାନାଥ ତାଙ୍କୁ ବଂଶୀ ବାଦନ ଶିଖାଇବା ଆରମ୍ଭ କରିଦେଇଥିଲେ।
ଛାଡ଼ିଥିଲେ ସରକାରୀ ଚାକିରୀ
ସିନେମାରେ ତାଙ୍କ କ୍ୟାରିୟର୍
ଦିନେ ରେଡ଼ିଓରେ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ମଦନ ମୋହନ ଏବଂ ରୋଶନ୍ ତାଙ୍କ ବଂଶୀ ବଜାଇବା ଶୁଣି ତାଙ୍କୁ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସେ ରେଡିଓ ଉଡ଼ି ଫିଲ୍ମରେ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କ ସଙ୍ଗୀତ ଏବଂ ବଂଶୀର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/z11.jpg)