Advertisment

ହସନ୍‌ ପଚାରିଲେ ଏପରି ଶବ୍ଦ, ଅର୍ଥ କହିପାରିଲେନି ଥରୁର୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: କଂଗ୍ରେସ ନେତା ଶଶି ଥରୁର୍‌ ସୋଶାଲ୍‌ ମିଡିଆରେ ଅନେକ ସମୟରେ ବହୁ କଷ୍ଟ ଶବ୍ଦର ବ୍ୟବହାର କରନ୍ତି । ତାଙ୍କ ଶବ୍ଦର ଅର୍ଥ ଜାଣିବାକୁ ଲୋକଙ୍କୁ ଡିକ୍ସିନାରୀର ଆବଶ୍ୟକତା ପଡ଼ିଯାଏ। କିନ୍ତୁ ଶଶି ଥରୁର୍‌ଙ୍କ ଶବ୍ଦ ଜ୍ଞାନ ସେତେବେଳେ ଗାଏବ୍‌ ହେଇଯାଇଥିଲା ଯେତେବେଳେ ତାଙ୍କର ସାମ୍ନା ଆମେରିକାର କମେଡିଆନ୍‌ ହସନ୍‌ ମିନ୍‌ହଜ୍‌ (Hasan Minhaj) ଙ୍କ ସହ ହୋଇଥିଲା। କଂଗ୍ରେସ ନେତା ଶଶି ଥରୁର୍ ଓ ହସନ୍ ମିନ୍‌ହଜ୍‌ଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ […]

ଅଦ୍ୟତନ ହୋଇଛି
ହସନ୍‌ ପଚାରିଲେ ଏପରି ଶବ୍ଦ, ଅର୍ଥ କହିପାରିଲେନି ଥରୁର୍‌, ଦେଖନ୍ତୁ ଭିଡିଓ

s11

Advertisment

ମୁମ୍ବାଇ: କଂଗ୍ରେସ ନେତା ଶଶି ଥରୁର୍‌ ସୋଶାଲ୍‌ ମିଡିଆରେ ଅନେକ ସମୟରେ ବହୁ କଷ୍ଟ ଶବ୍ଦର ବ୍ୟବହାର କରନ୍ତି । ତାଙ୍କ ଶବ୍ଦର ଅର୍ଥ ଜାଣିବାକୁ ଲୋକଙ୍କୁ ଡିକ୍ସିନାରୀର ଆବଶ୍ୟକତା ପଡ଼ିଯାଏ। କିନ୍ତୁ ଶଶି ଥରୁର୍‌ଙ୍କ ଶବ୍ଦ ଜ୍ଞାନ ସେତେବେଳେ ଗାଏବ୍‌ ହେଇଯାଇଥିଲା ଯେତେବେଳେ ତାଙ୍କର ସାମ୍ନା ଆମେରିକାର କମେଡିଆନ୍‌ ହସନ୍‌ ମିନ୍‌ହଜ୍‌ (Hasan Minhaj) ଙ୍କ ସହ ହୋଇଥିଲା।

Advertisment

କଂଗ୍ରେସ ନେତା ଶଶି ଥରୁର୍ ଓ ହସନ୍ ମିନ୍‌ହଜ୍‌ଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡିଓରେ ହସନ୍ ଥରୁର୍‌ଙ୍କୁ ଏମିତି ଅଜବ୍ ଶବ୍ଦ ପଚାରୁଛନ୍ତି, ଯାହାକୁ ଶୁଣି ଥରୁର୍‌ଙ୍କ ହୋସ୍ ଉଡ଼ିଗଲା ଭଳି ଦେଖିବାକୁ ମିଳୁଛି ।

https://twitter.com/hasanminhaj/status/1108009248896811009

ଆମେରିକା କମେଡିଆନ୍ ହସନ୍ ମିନ୍‌ହଜ୍‌ ଏହି ଭିଡିଓକୁ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ହସନ୍ ଥରୁର୍‌ଙ୍କୁ କିଛି ଅଜବ୍ ଶବ୍ଦର ଅର୍ଥ ପଚାରୁଛନ୍ତି। ଆଉ ଶଶି ଥରୁର୍‌ ସେହି ଶବ୍ଦର ଅର୍ଥ କହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ, ହସନ୍‌ଙ୍କ ଶବ୍ଦର ଅର୍ଥ କହିପାରୁନାହାନ୍ତି। ହସନ୍‌ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, “ମୋର ଆଶା ଅଛି ଯେ, ଶଶି ଥରୁର୍‌ ସଂସଦରେ ଏହି ଭଳି ଶବ୍ଦରେ କଥାବାର୍ତ୍ତା କରିବା ଆରମ୍ଭ କରିଦେବେ”।

Advertisment

ଆମେରିକୀୟ କମେଡିଆନ୍‌ ହସନ୍‌ ମିନ୍‌ହଜ୍‌ ସାରା ଦୁନିଆରେ ଲୋକପ୍ରିୟ ଅଟନ୍ତି। ଟିଭି ଚ୍ୟାନେଲ୍‌ ନେଟ୍‌ଫ୍ଲିକ୍ସରେ “ହୋମ୍‌ମେକିଙ୍ଗ୍‌ କିଙ୍ଗ୍‌” 'Hommecking King' ନାମକ ତାଙ୍କ ଶୋ’ ବହୁ ଲୋକପ୍ରିୟ ଥିଲା। ଆଉ ଏବେ 'Petriot Actor with Hasan Minhaz' ନାମକ ଶୋ’ ବହୁତ ଲୋକପ୍ରିୟ ଶୋ’ ଭାବେ ଜଣାଶୁଣା।

https://www.instagram.com/p/Bu1OCm2HbVC/?utm_source=ig_web_copy_link

କଂଗ୍ରେସ ନେତା ଶଶି ଥରୁର୍ ଏବେ ଲୋକସଭା ନିର୍ବାଚନର ପ୍ରଚାର କରୁଛନ୍ତି। ଆଉ ସେ ଏବେ କେରଳର ଥିରୁଅନନ୍ତପୁରମ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ଇଂରାଜି ଭାଷାର ବହୁତ କଷ୍ଟ ଶବ୍ଦ ବ୍ୟବହାର କରୁଥିବା କାରଣରୁ ମଧ୍ୟ ଶଶି ଥରୁର୍ ଲୋକପ୍ରିୟ ଅଟନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe