Advertisment

ହେ ଫଗୁଣ ତୁମେ ଗଲା ପରେ ପରେ….

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ସଙ୍ଗୀତ ଜଗତର ବାଦ୍‌ସାହା ତଥା ପ୍ରସିଦ୍ଧି ଗୀତିକାର ଏବଂ ସଙ୍ଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ‘ହେ ଫଗୁଣ ତୁମେ ଗଲା ପରେ ପରେ ’ ଆଜି ବି ଶ୍ରୋତାଙ୍କ ହୃଦୟରେ ବଞ୍ଚିରହିଛି। ପ୍ରେମ ଆଉ ବିରହଭରା ଏହି ଗୀତକୁ ପୁଣି ଥରେ ଭିନ୍ନ ସ୍ୱାଦରେ ସଙ୍ଗୀତପ୍ରେମୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ଏହି ଗୀତକୁ ନିଜ ସ୍ୱରରେ ଫୁଟାଇଛନ୍ତି ଗାୟକ ଭଏସ ଅଫ ଓଡିଶାର ବିଜେତା ବିଷ୍ଣୁମୋହନ କବି। ତରଙ୍ଗ ମ୍ୟୁଜିକ ପକ୍ଷରୁ ଆରମ୍ଭ ହୋଇଥିବା ୱାଇଲ୍ଡ ଷ୍ଟୋନ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତକୁ ପୁନଃରେକର୍ଡ଼ କରାଯାଇଛି। ରିମିକ୍ସର ଛୁଙ୍କ ସହିତ ଦମଦାର ମ୍ୟୁଜିକ୍‌ ମାଧ୍ୟମରେ ଗୀତଟିକୁ ଉପସ୍ଥାପନ କରାଯାଇଛି। ସ୍ୱର ସଂଯୋଜନା କରିଛନ୍ତି  ସଂଗୀତ ନିଦ୍ଦେର୍ଶକ ଗୁଡଲି ରଥ। ଅକ୍ଷୟ ମହାନ୍ତିଙ୍କର ଏହି ଗୀତକୁ ବେସ୍ ସୁନ୍ଦର ଢଙ୍ଗରେ  ଗାଇ ଶୁଣାଇଛନ୍ତି  ବିଷ୍ଣୁ ।

author-image
Ordigital Desk