Advertisment

ହେମାଙ୍କୁ ବାହା ହେବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ସେତେବେଳେ ହେମା ମାଳିନୀଙ୍କ ନାଁ ପ୍ରଥମେ ଆସେ। ୭୦ ଦଶକର ଅଭିନେତ୍ରୀ ହେମା ନିଜ ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଆଜି ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କୁ ବଲିଉଡ୍‌ର ଡ୍ରିମ୍‌ଗର୍ଲ ବୋଲି କୁହାଯାଏ। ଆଜି ସେ ୭୧ ବର୍ଷରେ ପାଦ ଥାପିଛନ୍ତି। ତା’ହେଲେ ଆସନ୍ତୁ ଡ୍ରିମ୍‌ଗର୍ଲଙ୍କ ଜନ୍ମଦିନ ଅବସରରେ ତାଙ୍କର ଓ ଧର୍ମେନ୍ଦ୍ରଙ୍କର ପ୍ରେମ କାହାଣୀ ବିଷୟରେ କିଛି ଜାଣିବା।   https://www.instagram.com/p/BUwq7kDhKv6/?utm_source=ig_web_copy_link […]

ଅଦ୍ୟତନ ହୋଇଛି
ହେମାଙ୍କୁ ବାହା ହେବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଧର୍ମେନ୍ଦ୍ର

basanti-viru

Advertisment

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ସେତେବେଳେ ହେମା ମାଳିନୀଙ୍କ ନାଁ ପ୍ରଥମେ ଆସେ। ୭୦ ଦଶକର ଅଭିନେତ୍ରୀ ହେମା ନିଜ ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଆଜି ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କୁ ବଲିଉଡ୍‌ର ଡ୍ରିମ୍‌ଗର୍ଲ ବୋଲି କୁହାଯାଏ। ଆଜି ସେ ୭୧ ବର୍ଷରେ ପାଦ ଥାପିଛନ୍ତି। ତା’ହେଲେ ଆସନ୍ତୁ ଡ୍ରିମ୍‌ଗର୍ଲଙ୍କ ଜନ୍ମଦିନ ଅବସରରେ ତାଙ୍କର ଓ ଧର୍ମେନ୍ଦ୍ରଙ୍କର ପ୍ରେମ କାହାଣୀ ବିଷୟରେ କିଛି ଜାଣିବା।  

Advertisment

https://www.instagram.com/p/BUwq7kDhKv6/?utm_source=ig_web_copy_link

ଧର୍ମେନ୍ଦ୍ର ଓ ହେମାଙ୍କ ବାହାଘରକୁ ୩୯ ବର୍ଷ ହୋଇଗଲାଣି। ଆଉ ଏବେ ବି ସେମାନେ ହିଟ୍ ଯୋଡ଼ି ହୋଇ ରହିଛନ୍ତି। ଆଜି ବି ଲୋକେ ପରଦାରେ ସେମାନଙ୍କୁ ଦେଖିବାକୁ ଚାହୁଁଛନ୍ତି। ହେଲେ ସେମାନଙ୍କ ପ୍ରେମ କାହାଣୀ ଏତେ ସହଜ ନଥିଲା। ୭୦ ଦଶକରେ ବଲିଉଡରେ ରାଜ୍‌ କରୁଥିଲେ ହେମା। ସମସ୍ତଙ୍କ ମନରେ ଡ୍ରିମ୍‌ଗର୍ଲଙ୍କ ଛବି ଛପିଯାଇଥିଲା। ସେ ସମୟର ୩ ଜଣ ବଡ଼ ବଡ଼ ସୁପରଷ୍ଟାର ହେମାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଆଉ ସମସ୍ତେ ଚାହୁଁଥିଲେ ତାଙ୍କୁ ନିଜର କରିବାକୁ।

publive-imageପ୍ରଥମେ ହେମାଙ୍କ ପ୍ରେମରେ ପଡ଼ିଥିଲେ ସଞ୍ଜୀବ କୁମାର। ସେ ତାଙ୍କୁ ବିବାହ କରିବା ପାଇଁ ଚାହିଁଥିଲେ। ଏମିତିକି ତାଙ୍କ ଘରକୁ ନିଜ ମାତାପିତାଙ୍କ ହାତରେ ବିବାହ ପ୍ରସ୍ତାବ ପଠାଇଥିଲେ। ହେଲେ ହେମାଙ୍କ ମା ତାଙ୍କ ଝିଅର ବିବାହ ପାଇଁ ବୟସ ହୋଇ ନାହିଁ ବୋଲି କହି ମନା କରି ଦେଇଥିଲେ। ଏହାପରେ ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ପ୍ରପୋଜ୍ କରିଥିଲେ। ହେଲେ ସେତେବେଳକୁ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଥିଲା। ହେମାଙ୍କ ମାତାପିତା କିନ୍ତୁ ଏ ସମ୍ପର୍କରେ ରାଜି ନଥିଲେ। କାରଣ ଧର୍ମେନ୍ଦ୍ର ବିବାହିତ ଥିଲେ ଓ ତାଙ୍କର ୪ଟି ପିଲା ମଧ୍ୟ ଥିଲେ। ଏହାପରେ ଜିତେନ୍ଦ୍ର ହେମାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ। ଜିତେନ୍ଦ୍ର ଓ ହେମାଙ୍କ ବିବାହ ପ୍ରସ୍ତାବରେ ଉଭୟଙ୍କ ପରିବାର ରାଜି ହୋଇଯାଇଥିଲେ। ହେମା କିନ୍ତୁ କିଛି ନିଷ୍ପତ୍ତି ନେଇପାରୁ ନଥିଲେ।

Advertisment

publive-imageଏ କଥା ଯେତେବେଳେ ଧର୍ମେନ୍ଦ୍ରଙ୍କ କାନରେ ପଡ଼ିଲା ସେ ରାଗିଯାଇ ହେମାଙ୍କୁ ଫୋନ୍‌ କରିଥିଲେ ଓ କିଛି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କୁ ଦେଖା କରିବାକୁ କହିଥିଲେ। ଏହା ପରେ ହେମା ଧର୍ମ ସଙ୍କଟରେ ପଡ଼ିଯାଇଥିଲେ। ହେମାଙ୍କୁ ଚିନ୍ତାରେ ଦେଖି ଜିତେନ୍ଦ୍ର ଡ଼ରି ଯାଇଥିଲେ। ହେମା କାଳେ ମନ ବଦଳାଇ ଦେବେ ସେଥିପାଇଁ ସେ ସେଇଦିନ ହିଁ ମନ୍ଦିରରେ ବିବାହ କରିବାକୁ ନିଷ୍ପତି ନେଲେ। ଏନେଇ ଉଭୟଙ୍କ ପରିବାର ବିଚାର କରୁଥିବାବେଳେ ଜିତେନ୍ଦ୍ରଙ୍କୁ ଗର୍ଲଫ୍ରେଣ୍ଡ ଶୋଭାଙ୍କର ଫୋନ୍‌ ଆସିଥିଲା। ଏହାପରେ ଜିତେନ୍ଦ୍ର ଓ ହେମାଙ୍କ ବାହାଘର ଭାଙ୍ଗିଯାଇଥିଲା। ଜିତେନ୍ଦ୍ର ଶୋଭାଙ୍କୁ ବାହା ହୋଇଥିଲେ। 

publive-imageତଥାପି ଧର୍ମେନ୍ଦ୍ର ଓ ହେମାଙ୍କ ରାସ୍ତାରୁ କଣ୍ଟା ଯାଇ ନଥିଲା। ଦୁହିଁଙ୍କ ସମ୍ପର୍କରେ ପରିବାର ଲୋକେ ଆଦୌ ରାଜି ନଥିଲେ। ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌର୍‌ ମଧ୍ୟ ଛାଡ଼ପତ୍ର ଦେବାକୁ ରାଜି ନଥିଲେ। ଶେଷରେ ଦୁହେଁ ଧର୍ମ ପରିବର୍ତ୍ତନ କରି ଇସଲାମ୍‌ ଧର୍ମ ଆପଣେଇ ଥିଲେ। ଏହାପରେ କାହାକୁ ନ ଜଣେଇ ଲୁଚି ବାହା ହୋଇଥିଲେ। publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe