hema
ମୁମ୍ୱାଇ : ବଲିଉଡ୍ର ଡ୍ରିମ୍ ଗାର୍ଲ ହେମାମାଳିନୀ ନିକଟରେ କପିଲ ଶର୍ମାଙ୍କ ଟେଲିଭିଜନ ଶୋ’ ‘କମେଡ଼ି ନାଇଟ୍ସ ଉଇଥ୍ କପିଲ’ରେ ଝିଅ ଈଶା ଦେଓଲ୍ଙ୍କ ସହିତ ଯୋଗ ଦେଇଥିଲେ। ଶୋ’ରେ ମା’ଝିଅଙ୍କର ସିକ୍ରେଟ୍ ଓ ମଜାଳିଆ କଥାବାର୍ତ୍ତାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
କପିଲ ପଚାରିଥିବା କିଛି ମଜାଳିଆ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଈଶା କହିଥିଲେ, ‘ମାମା ଓ ମୁଁ ଦୁଇ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଫୋନ୍ରେ କଥା ହୋଇପାରିବୁ ନାହିଁ। ଫୋନ୍ରେ ଶୀଘ୍ର କଥା ସାରିବା ପାଇଁ ଆମେ ଭଲପାଉ। ଏହି ବିଷୟକୁ ନେଇ ମାମାଙ୍କର ଏକ ମଜାଳିଆ ଷ୍ଟୋରୀ ମଧ୍ୟ ରହିଛି। ଥରେ ମାମାଙ୍କ ସହିତ କଥା ହେବାବେଳେ ବାପା ଅଚାନକ ମାମାଙ୍କ ଘୁଙ୍ଗୁଡ଼ି ଶୁଣିଥିଲେ।’।
ଝିଅ ଈଶାଠାରୁ ଏହି କଥା ଶୁଣିବା ପରେ ହେମା କହିଥିଲେ, ‘ରାତିସାରା ବ୍ୟସ୍ତ ଶୁଟିଂ ସେଡ୍ୟୁଲ୍ରେ ଥରେ ମୁଁ ଥକି ଯାଇଥିଲି। ଧର୍ମେନ୍ଦ୍ର ମୋ ସହିତ ଫୋନ୍ରେ ରୋମାଣ୍ଟିକ କଥା ହେଉଥିଲେ। କିନ୍ତୁ ରୋମାଣ୍ଟିକ କଥା କିଛି ସମୟ ପାଇଁ ଭଲ ଲାଗିଥାଏ। ହଠାତ୍ ମୁଁ ଶୋଇପଡ଼ିଥିଲି ଏବଂ ସେପଟେ ଧର୍ମେନ୍ଦ୍ର ମୋର ଘୁଙ୍ଗୁଡ଼ି ଶବ୍ଦ ଶୁଣିଥିଲେ।’
କେବଳ ହେମା ନୁହନ୍ତି ଝିଅ ଈଶା ମଧ୍ୟ ତାଙ୍କର ଏକ ସିକ୍ରେଟ୍ ଶୋ’ରେ ଶେଆର୍ କରିଥିଲେ। ସେ କହିଥିଲେ, ‘ମୋର ଜଣେ ସାଙ୍ଗ ଅଛି, ଯିଏ ମୋର ଅବିକଳ କଣ୍ଠସ୍ୱରରେ କଥାବାର୍ତ୍ତା କରିପାରେ। ଯେବେ ମୁଁ ଫୋନ୍ରେ କଥା ହୋଇ ବୋର୍ ହୋଇଯାଏ, ତାକୁ କଥା ହେବା ପାଇଁ ଫୋନ୍ ଦେଇଥାଏ।’
କପିଲଙ୍କ ଶୋ’ରେ ମା’ଝିଅଙ୍କର ଏପରି ହସଥଟ୍ଟାକୁ ଦର୍ଶକେ ବେଶ୍ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/hema.jpg)