Advertisment

ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କୁ ନେଇ ଏମିତି କହିଲେ ହେମା

ମୁମ୍ବାଇ: ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ହେଉଛି ବୀରୁ ଓ ବସନ୍ତୀଙ୍କ ଯୋଡ଼ି। ଅର୍ଥାତ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଓ ଧର୍ମେନ୍ଦ୍ରଙ୍କ ଯୋଡ଼ି। ୭୦ ଦଶକରେ ଦୁହେଁ ବଲିଉଡର ସବୁଠୁ ହିଟ୍‌ ଯୋଡ଼ିଥିଲେ। ଦୁହେଁ ଏକାଠି ବଲିଉଡ୍‌କୁ ‘ସୋଲେ’, ‘ସୀତା ଓ ଗୀତା’, ‘ଡ୍ରିମ ଗର୍ଲ’ ପରି ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ବି ଲୋକମାନେ ତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଧର୍ମେନ୍ଦ୍ର ଓ ହେମାଙ୍କ ବାହାଘରକୁ ୩୯ ବର୍ଷ ହୋଇଗଲାଣି। ଆଜି ବି […]

author-image
Chinmayee Roy
ଅଦ୍ୟତନ ହୋଇଛି
ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କୁ ନେଇ ଏମିତି କହିଲେ ହେମା

hema-malini

ମୁମ୍ବାଇ: ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ହେଉଛି ବୀରୁ ଓ ବସନ୍ତୀଙ୍କ ଯୋଡ଼ି। ଅର୍ଥାତ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଓ ଧର୍ମେନ୍ଦ୍ରଙ୍କ ଯୋଡ଼ି। ୭୦ ଦଶକରେ ଦୁହେଁ ବଲିଉଡର ସବୁଠୁ ହିଟ୍‌ ଯୋଡ଼ିଥିଲେ। ଦୁହେଁ ଏକାଠି ବଲିଉଡ୍‌କୁ ‘ସୋଲେ’, ‘ସୀତା ଓ ଗୀତା’, ‘ଡ୍ରିମ ଗର୍ଲ’ ପରି ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ବି ଲୋକମାନେ ତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଧର୍ମେନ୍ଦ୍ର ଓ ହେମାଙ୍କ ବାହାଘରକୁ ୩୯ ବର୍ଷ ହୋଇଗଲାଣି। ଆଜି ବି ସେମାନଙ୍କ ମଧ୍ୟରେ ଏକ ନବ ବିବାହିତ ଯୋଡ଼ି ପରି ଭଲପାଇବା ରହିଛି। ଦୁହେଁ ଦୁହିଁଙ୍କୁ ପ୍ରେମ ତ କରିବସିଲେ ହେଲେ ପରସ୍ପରକୁ ବିବାହ କରିବା ସେମାନଙ୍କ ପାଇଁ ଏତେ ସହଜ ନଥିଲା। ସମସ୍ତେ ଜାଣନ୍ତି ଯେ ହେମା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ।  ଆଜି ଯାଏ କେବେ ହେଲେ ହେମା କି ଧର୍ମେନ୍ଦ୍ର ମିଡିଆ ଆଗରେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କି ପ୍ରଥମ ପତ୍ନୀଙ୍କ ବିଷୟରେ କୁହନ୍ତି ନାହିଁ। ହେଲେ ଏବେ ପ୍ରଥମ ଥର ପାଇଁ ହେମା ଏ ନେଇ ମୁହଁ ଖୋଲିଛନ୍ତି।

Advertisment

publive-imageଏକ ସାକ୍ଷାତକାରରେ ହେମା ଧର୍ମେନ୍ଦ୍ରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କହିଛନ୍ତି, ‘ମୁଁ ଯେବେ ପ୍ରଥମଥର ଧର୍ମେନ୍ଦ୍ରଙ୍କୁ ଦେଖିଥିଲି, ସେବେଠୁ ହିଁ ଜାଣିସାରିଥିଲି ଯେ ସେ କେବଳ ମୋ ପାଇଁ ହିଁ ବନିଛନ୍ତି। ମୁଁ ତାଙ୍କ ସହ ସାରା ଜୀବନ ବିତାଇବାକୁ ଚାହୁଁଥିଲି।’ ଏହା ପରେ ହେମାଙ୍କୁ ଯେତେବେଳେ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌର୍‌ଙ୍କ ବିଷୟରେ ପଚରାଗଲା ସେ କହିଥିଲେ,  ‘ମୁଁ ଚାହୁଁ ନଥିଲି ଯେ ଆମ ବାହାଘର ଯୋଗୁଁ କାହାକୁ କଷ୍ଟ ହେଉ। ମୁଁ ତାଙ୍କର ଓ ତାଙ୍କ ପିଲାମାନଙ୍କ ଜୀବନରେ କେବେହେଲେ ହସ୍ତକ୍ଷେପ କରିନାହିଁ। ମୁଁ ଧର୍ମେନ୍ଦ୍ରଙ୍କୁ ବାହା ହେଲି ସତ, କିନ୍ତୁ କେବେହେଲେ ତାଙ୍କୁ ତାଙ୍କ ପ୍ରଥମ ପତ୍ନିଙ୍କଠୁ ଆଲଗା କରିନାହିଁ।’

କେମିତି ହୋଇଥିଲା ହେମା ଓ ଧର୍ମେନ୍ଦ୍ରଙ୍କ ବାହାଘର?

୭୦ ଦଶକରେ ହେମାଙ୍କ ସୌନ୍ଦର୍ଯ୍ୟର ଯାଦୁ ସମସ୍ତଙ୍କୁ ମତୁଆଲା କରିଦେଇଥିଲା। ସେତେବେଳେର ୩ ଜଣ ବଡ଼ ବଡ଼ ସୁପରଷ୍ଟାର ହେମାଙ୍କ ପ୍ରେମରେ ପଡ଼ିଯାଇଥିଲେ। ୧୯୭୪ରେ ସଞ୍ଜୀବ କୁମାର ଓ ଜିତେନ୍ଦ୍ର ହେମାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ହେମା ଧର୍ମେନ୍ଦ୍ରଙ୍କୁ ଭଲପାଉଥିଲେ। ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ ତେଣୁ ହେମାଙ୍କ ପରିବାର ତାଙ୍କ ସହ ବିବାହ ପାଇଁ ରାଜି ନଥିଲେ।

Advertisment

publive-imageଅନ୍ୟପଟେ ଧର୍ମେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ହେମାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ପତ୍ନୀ ଛାଡ଼ପତ୍ର ପାଇ ରାଜି ହୋଇ ନଖିଲେ। ଶେଷରେ ୧୯୮୦ରେ ଦୁହେଁ ଧର୍ମ ପରିବର୍ତ୍ତନ କରି ଇସଲାମ୍‌ ଧର୍ମ ଆପଣେଇ ଥିଲେ। ଏହାପରେ କାହାକୁ ନ ଜଣେଇ ଲୁଚି ବାହା ହୋଇଥିଲେ।