Advertisment

ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ହାଇକୋର୍ଟଙ୍କ ଅନୁମତି

ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି।

ଅଦ୍ୟତନ ହୋଇଛି
Varsa and Anubhab

Varsa and Anubhab

Advertisment

ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର। ବିବାହ ବିଚ୍ଛେଦ ପାଇଁ ଆଜି ଅନୁଭବଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ।

Advertisment

ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ବୈବାହିକ ସଂପର୍କ ଯେମିତି ରହିବା କଥା, ତାହା ସେମାନଙ୍କ ମଧ୍ୟରେ ନାହିଁ। ପରିବାରକୁ ଆଗେଇ ନେବାରେ ଓ ସନ୍ତାନସନ୍ତତି କରିବାରେ ବର୍ଷା ସହଯୋଗ କରୁ ନଥିବା ଅନୁଭବ କୋର୍ଟଙ୍କୁ କହିଥିଲେ। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍‌ମେଣ୍ଟ ଆସିବା ପରେ ଜଣାପଡ଼ିବ।

ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ପରିବାର ଅଦାଲତ ଉଭୟ ଅନୁଭବ ମହାନ୍ତି ଓ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। କୋର୍ଟଙ୍କ ଏଭଳି ରାୟକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। ପରିବାର ଅଦାଲତଙ୍କ ଏହି ରାୟ ବିରୋଧରେ ଗତ ଅକ୍ଟୋବର ମାସରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  

Advertisment
Anubhav Mohanty Odisha Highcourt Varsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe