ହାଇହିଲ୍‌ ପିନ୍ଧିଲେ ଅର୍ଜୁନ୍ କପୁର

ନୂଆଦିଲ୍ଲୀ: ବଲିଉଡ୍‌ର ବେବୋ ଓ ଅର୍ଜୁନ୍ କପୁରଙ୍କ ଆଗାମୀ ଫିଲ୍ମ  ‘କି ଆଣ୍ଡ୍ କା’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ରିଲିଜ୍ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଗୀତରେ ଅର୍ଜୁନ୍ କପୁର ୪ ଇଞ୍ଚର ହାଇହିଲ୍ ପିନ୍ଧି ଡ୍ୟାନ୍ସ କରିଥିବା ଦେଖି ପାରିବେ ଦର୍ଶକ। ଏଥିପାଇଁ ଅର୍ଜୁନଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି। ଏହି ଗୀତ ରିଲିଜ୍ ପୂର୍ବରୁ ଅର୍ଜୁନ୍ ଟ୍ୱିଟ୍‌ରେ କିଛି ଫଟୋ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ହାଇହିଲ୍ ପିନ୍ଧିଥିବା ଦେଖିବାକୁ ମିଳିଛି।