ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍

ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ବିଗ୍ ବସ୍ 13 ପ୍ରତିଯୋଗୀ ହିମାଂଶି ଖୁରାନା ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ବୟଫ୍ରେଣ୍ଡ ଅସୀମ ରିୟାଜଙ୍କ ପାଇଁ ତ କେତେବେଳେ ଶେହେନାଜ୍‌ଙ୍କ ସହ ଝଗଡ଼ା ପାଇଁ। ଅନେକ ସମୟରେ ସେ ‘ବଡିସେମିଂ’ ଟ୍ରୋଲ୍ ମଧ୍ୟ ହୋଇଛନ୍ତି। କିନ୍ତୁ ତଥାପି ସେ ସୋଶାଲ୍ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ନିଜର ନୂଆ ନୂଆ ଫଟୋ ଏବଂ ଭିଡିଓ ଶେଆର୍ କରାଇବା ସହ ତାଙ୍କ ଜୀବନ ସହ ଜଡିତ ଘଟଣା ମଧ୍ୟ ପୋଷ୍ଟ କରନ୍ତି। ନିକଟରେ ହିମାଂଶି ନିଜ ବିଷୟରେ ଏମିତି ଏକ ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

View this post on Instagram

Outfit @aliwarofficial Mua @saurabhmakeovers

A post shared by Himanshi Khurana 👑 (@iamhimanshikhurana) on

ଏକ ସାକ୍ଷାତକାରରେ ହିମାଂଶି କହିଛନ୍ତି, ମୁଁ ସୋଶାଲ୍ ମିଡିଆରେ ବହୁତ ଟ୍ରୋଲ୍ ହୋଇଛି। ‘ବିଗ୍ ବସ୍’ ପୂର୍ବରୁ ବି ହେଉଥିଲି ଆଉ ‘ବିଗ୍ ବସ୍’ ପରେ ବି ହେଉଛି। ମୁଁ ଅନେକ ସମୟରେ ବଡିଶେମିଂର ଶିକାର ହୋଇଛି। ଲୋକମାନେ ମୋର ବହୁତ ମଜାକ ଉଡ଼ାନ୍ତି। ମୋର PCOS ଅଛି। ଯେଉଁମାନେ ଏହା ବିଷୟରେ ଜାଣି ନାହାଁନ୍ତି, ଦୟାକରି ଇଣ୍ଟରନେଟ୍ କୁ ଯାଆନ୍ତୁ ଏବଂ ଏହା ବିଷୟରେ ଜାଣନ୍ତୁ। ଅନେକ ଝିଅ ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ଯେଉଁମାନେ ଏହା ବିଷୟରେ ଜାଣନ୍ତି ସେମାନେ ମୋର ସମସ୍ୟା ବୁଝିପାରିବେ।’

‘PCOS(Polycystic ovary syndrome) ସମୟରେ, ଆପଣଙ୍କ ଶରୀରର ଓଜନରେ ବହୁତ ପରିବର୍ତ୍ତନ ହୁଏ। ଏଥିରେ ତୁମର ଓଜନ କେତେବେଳେ ବହୁତ କମିଯାଏ ତ କେତେବେଳେ ବହୁତ ବଢ଼ିଯାଏ। କେବଳ ଏତିକି ନୁହେଁ, ଏହା ମୋର ରକ୍ତଚାପକୁ ମଧ୍ୟ ପ୍ରଭାବିତ କରିଥାଏ। ବେଳେବେଳେ ବିପି ଏତେ କମ୍ ହୋଇଯାଏ ଯେ ମୋତେ ତିନି ଘଣ୍ଟା ଅକ୍ସିଜେନ୍ ନେବାକୁ ପଡ଼େ। ଯେତେବେଳେ ମୁଁ କୌଣସି ଜିନିଷକୁ ରେସପଣ୍ଡ କରେନାହିଁ କିମ୍ବା ମୁଁ ଉଠେ ନାହିଁ, ମୋର ମ୍ୟାନେଜର ମଧ୍ୟ ଭୟଭୀତ ହୋଇଯାଆନ୍ତି। ମୁଁ ଘରେ ଥିବାବେଳେ ଯେମିତି ମୋ ଫୋନ୍ ବ୍ୟବହାର ନ କରେ ସେଥିପ୍ରତି ମୋ ଟିମ୍‌ ବହୁତ ଯତ୍ନ ନିଅନ୍ତି। ଆମେ ଏକ ନିୟମ ତିଆରି କରିଛୁ, ଯେତେବେଳେ ଆମେ ଇଣ୍ଟରନେଟ୍ ବନ୍ଦ କରିବୁ ସେତେବେଳେ ଆମେ କାମ ବିଷୟରେ ଆଦୌ ଆଲୋଚନା କରିବୁ ନାହିଁ। ସେହି ସମୟରେ ଆମେ ଘର କାମ କରିଥାଉ, ଅନେକ ଗପସପ କରିଥାଉ, ବିଭିନ୍ନ ଖେଳ ଖେଳୁ ଯାହାଦ୍ୱାରା ଆମେ ଏହି ସମସ୍ତ ନକାରାତ୍ମକ ଜିନିଷଠାରୁ ଦୂରରେ ରହିପାରିବୁ।’

ହିମାଂଶି ଆହୁରି କହିଛନ୍ତି, “ଗତ ମାସରେ ମୋତେ ପ୍ୟାନିକ୍ ଆଟାକ୍ ଆସିଥିଲା। ଏହା ପରେ ମୋର କାଉନ୍‌ସେଲିଂ ଆବଶ୍ୟକ ପଡ଼ିଲା, ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ କଥା ହେଲି। ମୁଁ ମାନସିକ ସ୍ତରରେ ଜଣେ ବହୁତ ମଜଭୁତ ଝିଅ। ମୋତେ ନିଜ ଯତ୍ନ ନେବାକୁ ପଡ଼ିବ। ସୁସ୍ଥ ହେବାକୁ ମୋତେ ପ୍ରାୟ ଦୁଇ ସପ୍ତାହ ଲାଗିଲା।  ଯେଉଁମାନେ ମୋ ବିଷୟରେ ଅବଗତ ନୁହଁନ୍ତି, ସେମାନେ ମୋ ବିଷୟରେ ଖରାପ ଜିନିଷ ଲେଖୁଛନ୍ତି। ଏହି ସବୁ ଜିନିଷରେ ମୁଁ ବହୁତ ବିରକ୍ତ ହୋଇଯାଇଥିଲି ମୁଁ ଭାବିଲି ଲୋକମାନେ କିପରି ଏତେ ନକାରାତ୍ମକ ହୋଇପାରନ୍ତି। କିନ୍ତୁ ତା’ପରେ ମୁଁ ସକରାତ୍ମକ ଜିନିଷ ଚିନ୍ତା କରିବା ଆରମ୍ଭ କଲି, ମୁଁ କିଛି ଓଜନ ହ୍ରାସ କରିଛି। ଓଜନ ହ୍ରାସ କରିବାକୁ ମୁଁ ଚେଷ୍ଟା କରୁଛି। କିନ୍ତୁ ଲୋକମାନେ ଅନ୍ୟ ଜଣେ ମଣିଷ ବିଷୟରେ ମଧ୍ୟ ଭାବିବା ଉଚିତ୍।’

ହିମାଂଶିଙ୍କ ଏହି ଖୁଲାସା ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି। ହୁଏତ ଏହା ପରେ ତାଙ୍କୁ ନେଇ ଅଯଥାରେ ହେଉଥିବା ଟ୍ରୋଲିଂ କମିପାରେ। କିଛି ଦିନ ପୂର୍ବରୁ ହିମାଂଶିଙ୍କ ଗାଡ଼ି ଉପରେ କେହି ଜଣେ ଆଟାକ୍ ମଧ୍ୟ କରିଥିଲେ। ଏନେଇ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ସିଂହ ସହ ଲଢ଼େଇ କରୁଛନ୍ତି ଛୋଟ ପଶୁ, ଦେଖନ୍ତୁ ଭିଡିଓ