Advertisment

ଏଥର ବିଗ୍‌ ବସ୍‌ ଘରୁ ବାହାରିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଶୋ’ରେ ଏବେ ହାଇଭୋଲ୍ଟେଜ୍‌ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ। ଅସୀମ ଓ ହିମାଂଶୀଙ୍କ ଭିତରେ ଧୀରେ ଧୀରେ ଆରମ୍ଭ ହୋଇଛି ଲଭ୍‌। ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି ଅସୀମ। ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଆଗକୁ ଏମିତି କିଛି ହେବାକୁ ଯାଉଛି ଯାହା ପରେ ଅସୀମଙ୍କ ହୃଦୟ ଭାଙ୍ଗିଯିବ। https://www.instagram.com/p/B5udW1MgChb/?utm_source=ig_web_copy_link […]

ଆଗକୁ ବଢ଼ିବନି 'ବିଗ୍‌ ବସ୍‌ ୧୩': ଏହି ଦିନ ହେବ ଗ୍ରାଣ୍ଡ୍ ଫିନାଲେ

bigboss

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଶୋ’ରେ ଏବେ ହାଇଭୋଲ୍ଟେଜ୍‌ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ। ଅସୀମ ଓ ହିମାଂଶୀଙ୍କ ଭିତରେ ଧୀରେ ଧୀରେ ଆରମ୍ଭ ହୋଇଛି ଲଭ୍‌। ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି ଅସୀମ। ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଆଗକୁ ଏମିତି କିଛି ହେବାକୁ ଯାଉଛି ଯାହା ପରେ ଅସୀମଙ୍କ ହୃଦୟ ଭାଙ୍ଗିଯିବ।

Advertisment

https://www.instagram.com/p/B5udW1MgChb/?utm_source=ig_web_copy_link

ସୂଚନା ଅନୁଯାୟୀ,  ଏଥର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ବିବି-ହାଉସ୍‌ରୁ ହିମାଂଶୀ ଖୁରାନା ବାହାରିଯିବେ। ଅର୍ଥାତ୍ ଏହି ସପ୍ତାହରେ ତାଙ୍କର ବିଗ୍‌ ବସ୍‌ର ଯାତ୍ରା ଶେଷ ହୋଇଯିବ। ଏହି ସପ୍ତାହରେ କ୍ୟାପଟେନ୍‌ ଥିବା ସିଦ୍ଧାର୍ଥ ଶୁକ୍ଲା ନିଜ ପାୱାର୍‌ ବ୍ୟବହାର କରି ରଶ୍ମି ଦେଶାଇ, ପାରସ ଛାବ୍ରା, ହିମାଂଶୀ ଖୁରାନା, ଶେଫାଲି ଜରିୱାଲା ଓ ଅସୀମ ରିଆଜଙ୍କୁ ଏଲିମିନେଶନ୍‌ ପାଇଁ ନୋମିନେଟ୍‌ କରିଥିଲେ। ତେବେ ସମସ୍ତ ନୋମିନେଟ୍ ସଦସ୍ୟଙ୍କ ଭିତରୁ ହିମାଂଶୀଙ୍କୁ ଦର୍ଶକଙ୍କର ସବଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଘରୁ ଏଲିମିନେଟ୍‌ ହେବାକୁ ପଡ଼ିବ। ତେବେ ‘ୱିକେଣ୍ଡ କା ବାର୍‌’ରେ ବିଗ୍‌ ବସ୍‌ ଘରୁ ହିମାଂଶୀଙ୍କୁ ବାହାର କରୁଛନ୍ତି କି ନାହିଁ, ତାହା  ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ। କିନ୍ତୁ ଯଦି ଏହା ସତ ହୁଏ, ତା’ହେଲେ ଅସୀମ୍‌ଙ୍କୁ ବଡ଼ ଝଟକା ଲାଗିପାରେ।

https://www.instagram.com/p/B5rQjtnAt7a/?utm_source=ig_web_copy_link

ଅନ୍ୟପଟେ ‘ୱିକେଣ୍ଡ କା ବାର୍‌’ ପୂର୍ବରୁ ଏହି ସପ୍ତାହରେ ପାରସ୍‌ ତାଙ୍କ ଆଙ୍ଗୁଳିରେ ଲାଗିଥିବା ଆଘାତ ଯୋଗୁ ଘରୁ ବାହାରିଯାଇଛନ୍ତି। କୁହାଯାଉଛି ଯେ ସେ ଚିକିତ୍ସା ପରେ ପୁଣି ଫେରିଆସିବେ। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe