Advertisment

ରାନୁଙ୍କ ଉପରେ ରାଗିଛନ୍ତି କି ହିମେଶ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌। ତା ପରେ ବଲିଉଡ୍‌ ଫିଲ୍ମରେ ଗାଇବାର ବିଗ୍ ଅଫର ପାଇଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ? ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍‌ୱେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର […]

ଅଦ୍ୟତନ ହୋଇଛି
ରାନୁଙ୍କ ଉପରେ ରାଗିଛନ୍ତି କି ହିମେଶ

himesh

Advertisment

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌। ତା ପରେ ବଲିଉଡ୍‌ ଫିଲ୍ମରେ ଗାଇବାର ବିଗ୍ ଅଫର ପାଇଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ? ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି।

Advertisment

ରେଲ୍‌ୱେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ ଏକ ଗୀତ ‘ଏକ୍ ପ୍ୟାର୍‌ କା ନଗ୍‌ମା ହେକୁ ନିଜ ସ୍ୱରରେ ଗାଇ ଏମିତି ପ୍ରସିଦ୍ଧ ହୋଇଗଲେ ଯେ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍‌ କରିଥିଲେ। ହେଲେ ପରିସ୍ଥିତି ଏବେ ଅଲଗା ପ୍ରକାର ହୋଇଯାଇଛି। ଏବେ ହିମେଶ୍‌ରାନୁଙ୍କ ଉପରେ କୌଣସି ପ୍ରଶ୍ନ ଶୁଣିଲା ମାତ୍ରେ ହିଁ ଚିଡ଼ି ଯାଉଛନ୍ତି। ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି।

ଆପଣ ଭାବୁଥିବେ ପ୍ରକୃତରେ ଉଭୟଙ୍କ ମଧ୍ୟରେ ଏମିତି କଣ ଘଟିଲାଯେଉଁଥିପାଇଁ ହିମେଶ୍‌ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ନିକଟରେ ମୁମ୍ବାଇରେ ଏକ ଇଭେଣ୍ଟରେ ଲାଇଭ୍‌ ପର୍‌ଫର୍‌ମାନ୍ସ ପାଇଁ ହିମେଶ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ହିମେଶଙ୍କୁ ରାନୁଙ୍କ ଉପରେ କିଛି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ହିମେଶ କହିଥିଲେ- ‘ମୁଁ ତାଙ୍କ ମ୍ୟାନେଜର୍‌ ନୁହେଁ ଯେ ଆପଣ ତାଙ୍କ କଥା ମତେ ପଚାରୁଛନ୍ତି। ଇଣ୍ଡଷ୍ଟ୍ରିରେ ମୁଁ କେବଳ ରାନୁଙ୍କୁ ବ୍ରେକ୍‌ ଦେଇ ନାହିଁବରଂ ଆହୁରି ଅନେକ ଷ୍ଟାର୍‌ସ୍‌ଙ୍କୁ ଦେଇଛି।

ଏସବୁ ପରେ ମଧ୍ୟ ହିମେଶରାନୁଙ୍କୁ ପ୍ରଶଂସା କରିଥିଲେ। ଆଗାମୀ କେଉଁ ପ୍ରୋଜେକ୍ଟରେ ରାନୁଙ୍କୁ ସେ ସୁଯୋଗ ଦେବେବୋଲି ଏକ ପ୍ରଶ୍ନରେ ହିମେଶ ଉତ୍ତର ରଖିଥିଲେ, ‘ରାନୁ ବହୁତ ଭଲ ଗୀତ ଗାଉଛନ୍ତି। ରାନୁଙ୍କୁ ଇଣ୍ଡଷ୍ଟ୍ରିରେ କିଭଳି କାମ ମିଳିବ, ସେନେଇ ମୁଁ ଅନ୍ୟ ମ୍ୟୁଜିକ୍‌ ଡାଇରେକ୍ଟର୍ସ ଓ ପ୍ରଡ୍ୟୁସର୍‌ଙ୍କ ସହ କଥା ହେବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe