Advertisment

ଷ୍ଟାର୍‌ ହେବାକୁ ପ୍ରସ୍ତୁତ ନାହାନ୍ତି ରାନୁ !

ମୁମ୍ୱାଇ: କୋଲକାତାର ରାଣାଘାଟ ରେଲୱେ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିଲେ ରାନୁ ମଣ୍ଡଳ। ଏହା ପରେ ହିମେଶ ରେଶମିୟାଙ୍କ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ଓ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତେବେ ରାମ୍ପ୍‌ ଶୋ’ରେ ଚାଲିବା ହେଉ କିମ୍ୱା ଫ୍ୟାନ୍‌ମାନଙ୍କୁ ସେଲ୍ଫି ନଦେବା ଓ ଗାଳି କରିବା-  ଏସବୁ କାରଣ ପାଇଁ ୟୁଜର ତାଙ୍କୁ ସୋଶାଲ୍‌ ମିଡିଆରେ ଭାରି ଟ୍ରୋଲ୍ କରିଥିଲେ। ଏବେ ଏସବୁକୁ ନେଇ […]

ଅଦ୍ୟତନ ହୋଇଛି
ଷ୍ଟାର୍‌ ହେବାକୁ ପ୍ରସ୍ତୁତ ନାହାନ୍ତି ରାନୁ !

ranu

Advertisment

ମୁମ୍ୱାଇ: କୋଲକାତାର ରାଣାଘାଟ ରେଲୱେ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିଲେ ରାନୁ ମଣ୍ଡଳ। ଏହା ପରେ ହିମେଶ ରେଶମିୟାଙ୍କ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ଓ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତେବେ ରାମ୍ପ୍‌ ଶୋ’ରେ ଚାଲିବା ହେଉ କିମ୍ୱା ଫ୍ୟାନ୍‌ମାନଙ୍କୁ ସେଲ୍ଫି ନଦେବା ଓ ଗାଳି କରିବା-  ଏସବୁ କାରଣ ପାଇଁ ୟୁଜର ତାଙ୍କୁ ସୋଶାଲ୍‌ ମିଡିଆରେ ଭାରି ଟ୍ରୋଲ୍ କରିଥିଲେ। ଏବେ ଏସବୁକୁ ନେଇ ମୁହଁ ଖୋଲିଛନ୍ତି ହିମେଶ ରେଶମିୟା।

Advertisment

ସେ କହିଛନ୍ତି, “ଯେତେବେଳେ ମୁଁ ରାନୁଙ୍କୁ ବ୍ରେକ୍ ଦେଇଥିଲି ମୋତେ ଲାଗିଥିଲା ଯେ ଲତାଜୀଙ୍କ ସ୍ୱର ମିଳିବ ଓ ଏହା ହିଁ ହୋଇଥିଲା। ‘ତେରି ମେରୀ କାହାନୀ’ ହିଟ୍ ହୋଇଥିଲା। ଏହାପରେ ରାନୁ ଆହୁରି ଲୋକପ୍ରିୟ ହୋଇଯାଇଥିଲେ। କିନ୍ତୁ ଫ୍ୟାନଙ୍କ ସହିତ ଫଟୋ ନଉଠାଇବାରୁ ସେ ଟ୍ରୋଲ୍ ହୋଇଥିଲେ। ମୋତେ ଏହା ପଛର କାହାଣୀ ଜଣାନାହିଁ। ତେଣୁ ଏହି ବିଷୟରେ ଟିପ୍ପଣୀ ଦେବା ପାଇଁ ମୁଁ ଠିକ୍‌ ବ୍ୟକ୍ତି ନୁହେଁ।”

ହିମେଶ ଆହୁରି କହିଛନ୍ତି, “ଷ୍ଟାର୍‌ ହେବା ପରେ ଲୋକଙ୍କ ଦୃଷ୍ଟି ଆପଣଙ୍କ ଉପରେ ନିବଦ୍ଧ ରହେବ। ଲୋକଙ୍କର ବହୁତ ଭଲ ପାଇବା ମିଳେ। ତେବେ ଏଥିପାଇଁ ଆମକୁ ବି ପ୍ରସ୍ତୁତ ରହିବା ଆବଶ୍ୟକ। ମୋତେ ଲାଗୁନାହିଁ ଯେ ରାନୁ ଏସବୁ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ ଷ୍ଟାର୍‌ ହୋଇସାରିଛନ୍ତି। ଆମକୁ ଭଲ ଲାଗୁ କିମ୍ୱା ନଲାଗୁ, ପ୍ରତ୍ୟେକ ସେଲେବ୍ରିଟିଙ୍କୁ ଏପରି ସମୟ ଦେଇ ଯିବାକୁ ପଡ଼ିଥାଏ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe