Advertisment

ବଡ଼ ପରଦାରେ ନଜର ଆସିବେ ନୂଆ ଯୋଡ଼ି

ମୁମ୍ବାଇ: ଟେଲି ଅଭିନେତ୍ରୀ ତଥା ‘ବିଗ୍‌ ବସ୍‌’ ଫେମ୍‌  ହିନା ଖାନ୍‌ ଆଜିକାଲି ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିଜ କ୍ୟାରିୟର୍‌ ଗଢ଼ିବା ପାଇଁ ସେ ଜି-ଜାନ୍‌ ଲଗାଇଦେଇଛନ୍ତି। ପ୍ରଥମେ ଟିଭି ସିରିଏଲ୍‌ ତା’ପରେ ‘ବିଗ୍‌ ବସ୍‌’, କାନ୍ସ ରେଡ୍‌ କାର୍ପେଟ୍‌, ୱେବ୍‌ସିରିଜ୍‌, ହଲିଉଡ୍‌ ଫିଲ୍ମ ଆଉ ଏବେ ବଲିଉଡ୍‌ ଧୀରେ ଧୀରେ ସଫଳତାର ଗୋଟିଏ ଗୋଟିଏ ସିଢ଼ି ଚଢ଼ୁଛନ୍ତି ହିନା। ତାଙ୍କ ଡେବ୍ୟୁ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବାର ୨୪ ଘଣ୍ଟା ନ ହେଉଣୁ ତାଙ୍କ ଆଗାମୀ […]

ବଡ଼ ପରଦାରେ ନଜର ଆସିବେ ନୂଆ ଯୋଡ଼ି

hina

Advertisment

ମୁମ୍ବାଇ: ଟେଲି ଅଭିନେତ୍ରୀ ତଥା ‘ବିଗ୍‌ ବସ୍‌’ ଫେମ୍‌  ହିନା ଖାନ୍‌ ଆଜିକାଲି ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିଜ କ୍ୟାରିୟର୍‌ ଗଢ଼ିବା ପାଇଁ ସେ ଜି-ଜାନ୍‌ ଲଗାଇଦେଇଛନ୍ତି। ପ୍ରଥମେ ଟିଭି ସିରିଏଲ୍‌ ତା’ପରେ ‘ବିଗ୍‌ ବସ୍‌’, କାନ୍ସ ରେଡ୍‌ କାର୍ପେଟ୍‌, ୱେବ୍‌ସିରିଜ୍‌, ହଲିଉଡ୍‌ ଫିଲ୍ମ ଆଉ ଏବେ ବଲିଉଡ୍‌ ଧୀରେ ଧୀରେ ସଫଳତାର ଗୋଟିଏ ଗୋଟିଏ ସିଢ଼ି ଚଢ଼ୁଛନ୍ତି ହିନା। ତାଙ୍କ ଡେବ୍ୟୁ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବାର ୨୪ ଘଣ୍ଟା ନ ହେଉଣୁ ତାଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Advertisment

ନିକଟରେ ହିନାଙ୍କ ଅପକମିଂ ଫିଲ୍ମର ଘୋଷଣା ହୋଇଛି, ଯେଉଁଥିରେ ସେ ଟେଲି ଅଭିନେତା କୁଶାଲ୍‌ ଟଣ୍ଡନ୍‌ଙ୍କ ସହ ଅଭିନୟ କରିବେ। ପ୍ରଥମଥର ପାଇଁ ଦୁହେଁ ସ୍କ୍ରିନ୍‌ ଶେଆର୍‌ କରିବେ। ଏହା କୁଶାଲ୍‌ଙ୍କର ଡେବ୍ୟୁ ଫିଲ୍ମ ହେବ। ତେବେ ଏଯାଏଁ ଫିଲ୍ମର ନାଁ ବିଷୟରେ ଜଣାପଡ଼ି ନାହିଁ। କିନ୍ତୁ ଏହା ଏକ ହରର୍ ଫିଲ୍ମ ହେବ ବୋଲି ଜଣାପଡ଼ିଛି।

publive-imageଏହି ଫିଲ୍ମରେ କୁଶାଲ ଓ ହିନାଙ୍କ ବ୍ୟତୀତ ଆଦିତି ଆର୍ଯ୍ୟା ଓ ଋଷଭ ସିହ୍ନା ମଧ୍ୟ ଅଭିନୟ କରିବେ। କୁଶାଲ୍‌ ପ୍ରଥମେ ସିର୍‌ଏଲ୍‌ ‘ଏକ ହଜାରୋ ମେଁ ମେରି ବହନା ହୈ’ରେ ନଜର ଆସିଥିଲେ। ଏହାପରେ ସେ ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଏଣ୍ଟ୍ରି ମାରିଥିଲେ। ଯାହାପରଠୁ ତାଙ୍କ ଫ୍ୟାନ୍‌ ଫଲୋଇଂ ବହୁତ ବଢ଼ିଯାଇଥିଲା। ‘ବିଗ୍‌ ବସ୍‌ ୭’ରେ  ସେ ଗୋହର ଖାନ୍‌ଙ୍କ ସହ ଅଫେୟାର୍‌କୁ ନେଇ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ।  ତାଙ୍କ ବ୍ରେକପ୍‌ କାହାଣୀକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୋଇଥିଲା।

Advertisment

ଅନ୍ୟପଟେ ହିନାଙ୍କ କଥା କହିଲେ, ସେ ଏବେ ଲଗାତାର ନୂଆ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି। ଗତକାଲି ତାଙ୍କ ଡେବ୍ୟୁ ଫିଲ୍ମ ‘ହ୍ୟାକ୍ଡ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମଟି ଫେବୃଆରୀ ୭ରେ ରିଲିଜ୍ ହେବ। ଏହା ବ୍ୟତୀତ ସେ ଏବେ ୱେବ୍‌ସିରିଜ୍‌ ‘ଡ୍ୟାମେଜ୍ଡ’ର ଦ୍ୱୀତିୟ ସିଜିନ୍‌ରେ ମଧ୍ୟ ନଜର ଆସିବେ। ତାଙ୍କ ସହ ଅଭିନେତା ଅଧ୍ୟୟନ ସୁମନ ଅଭିନୟ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe