Advertisment

ରିଲିଜ୍‌ ହେଲା ହିନାଙ୍କ ଡେବ୍ୟୁ ଫିଲ୍ମ 'ହ୍ୟାକ୍ଡ୍'ର ଟ୍ରେଲର୍

ମୁମ୍ବାଇ: ‘ବିଗ୍‌ ବସ୍‌’ ଫେମ୍‌ ତଥା ଟେଲି ଅଭିନେତ୍ରୀ ହିନା ଖାନ୍‌ଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ‘ହ୍ୟାକ୍ଡ୍’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌ରେ ହିନାଙ୍କୁ ଏକଦମ୍‌ ହଟକେ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି ଯାହାକି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହିନାଙ୍କ ଅଭିନୟ ଦେଖି ଦର୍ଶକ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ଫିଲ୍ମର  ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ସମସ୍ତେ ଏହାକୁ ବଲିଉଡ୍‌ରେ ଏକ ନୂଆ କନ୍‌ସେପ୍ଟର ଫିଲ୍ମ ବୋଲି କହିବା ସହ ଏହାର ଟ୍ରେଲର୍‌କୁ ହଲିଉଡ୍‌ ଫିଲ୍ମ […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ହିନାଙ୍କ ଡେବ୍ୟୁ ଫିଲ୍ମ 'ହ୍ୟାକ୍ଡ୍'ର ଟ୍ରେଲର୍

hacked

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌’ ଫେମ୍‌ ତଥା ଟେଲି ଅଭିନେତ୍ରୀ ହିନା ଖାନ୍‌ଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ‘ହ୍ୟାକ୍ଡ୍’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌ରେ ହିନାଙ୍କୁ ଏକଦମ୍‌ ହଟକେ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି ଯାହାକି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହିନାଙ୍କ ଅଭିନୟ ଦେଖି ଦର୍ଶକ ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ଫିଲ୍ମର  ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ସମସ୍ତେ ଏହାକୁ ବଲିଉଡ୍‌ରେ ଏକ ନୂଆ କନ୍‌ସେପ୍ଟର ଫିଲ୍ମ ବୋଲି କହିବା ସହ ଏହାର ଟ୍ରେଲର୍‌କୁ ହଲିଉଡ୍‌ ଫିଲ୍ମ ଟ୍ରେଲର୍ ସହ ତୁଳନା କରିଛନ୍ତି। ମାତ୍ର ୨୪ଘଣ୍ଟା ଭିତରେ ଟ୍ରେଲର୍‌ଟିକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

https://www.instagram.com/p/B7h4M41pg7M/?utm_source=ig_web_copy_link

ଫିଲ୍ମଟି ବିଷୟରେ କହିଲେ ଏଥିରେ ଇଣ୍ଟରନେଟ୍‌ ହ୍ୟାକିଂ କାରଣରୁ କିଭଳି ଜଣେ ବ୍ୟକ୍ତିଙ୍କ ଜୀବନ ବର୍ବାଦ ହୋଇଯାଏ ସେ ବିଷୟରେ ଦେଖିବାକୁ ମିଳିବ। ଏଥିରେ ହିନା ଖାନ୍‌ ଜଣେ ସଫଳ ବିଜ୍‌ନେସ୍‌ ୱମେନ୍‌ ଭୂମିକାରେ ଅଭିନୟ କରିଛନ୍ତି ଯିଏ କି ଜଣେ ୧୯ ବର୍ଷୀୟ ଯୁବକ ସହ ବନ୍ଧୁତା କରୁଛନ୍ତି। ହେଲେ ପରବର୍ତ୍ତୀ ସମୟରେ ସେ ହିନାଙ୍କ ପ୍ରେମରେ ପାଗଳ ହୋଇଯାଉଛନ୍ତି ଓ ତାଙ୍କୁ ପାଇବାର ଜିଦ୍‌ରେ ସେ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ ଘରେ କ୍ୟାମେରା ଲଗାଇଦେଉଛନ୍ତି। ଯାହା ପରେ ହିନାଙ୍କ ସମସ୍ତ ବ୍ୟକ୍ତିଗତ ମୁହୂର୍ତ୍ତକୁ ସେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରିଦେଉଛନ୍ତି ଓ  ତାଙ୍କୁ ଆପଣେଇବାକୁ ଡରାଉଛନ୍ତି ଓ ଧମକାଉଛନ୍ତି। କେବଳ ହିନା ନୁହେଁ ଏହି ହ୍ୟାକର୍‌ଙ୍କ ଫାଶରେ ଆହୁରି ଅନେକ ଝିଅ ମଧ୍ୟ ପଡ଼ିଛନ୍ତି।

publive-imageଟ୍ରେଲର୍‌ ଦେଖିବାପରେ ହିନାଙ୍କର ଏହି ନୂଆ କନ୍‌ସେପ୍ଟର ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମରେ ହିନାଙ୍କ ସହ ରୋଶନ ଶାହ, ମୋହିତ୍ ମଲହୋତ୍ରା ଓ ସିଡ୍‌ ମକ୍କାରେ ମଧ୍ୟ ଅଭିନୟ କରିଛନ୍ତି। ଜି ଷ୍ଟୁଡିଓ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ବିକ୍ରମ ଭଟ୍ଟ ଦେଇଥିବା ବେଳେ ଅମର ଠକ୍କର୍, କୃଷ୍ଣ ଭଟ୍ଟ ଓ ଜତିନ ସେଠି ମିଳିତ ଭାବରେ ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମଟି ଫେବୃଆରୀ ୭ରେ ପରଦାକୁ ଆସିବ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe