ନାଗିନ୍‌-୪ରେ ଅଭିନୟର ଯାଦୁ ଦେଖାଇବେ ହିନା!

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ନାଗିନ୍‌ର’ ସବୁ ସିରିଜ୍‌କୁ ଫ୍ୟାନ୍‌ମାନେ ଜବର୍‌ଦସ୍ତ ଭଲ ପାଇବା ଦେଇଛନ୍ତି। ଏହାର ଶେଷ ଏପିସୋଡ୍‌ ୨୬ ମେ’ରେ ପ୍ରସାରିତ ହୋଇଥିଲା। ଏହା ପରେ ନାଗିନ୍‌-୪ର ପ୍ରୋମୋ ଜାରି କରାଯାଇଛି। ନାଗିନ୍‌-୪ରେ କେଉଁ ଅଭିନେତ୍ରୀ ଲିଡ୍‌ ରୋଲ୍‌ରେ ଆସିବେ, ଏହାକୁ ଏବେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ରିପୋର୍ଟ ଅନୁସାରେ, ନାଗିନ୍‌-୪ରେ ହିନା ଖାନ୍‌ ଲିଡ୍‌ ରୋଲ୍‌ରେ ଆସିବେ। ଏଥିପାଇଁ ହିନାଙ୍କ ସହ କଥାବାର୍ତ୍ତା କରାଯାଇଛି। ତେବେ ଏଯାଏଁ କିଛି […]

n11

Rosalin Rath
  • Published: Wednesday, 05 June 2019
  • , Updated: 06 June 2019, 02:10 PM IST

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ନାଗିନ୍‌ର’ ସବୁ ସିରିଜ୍‌କୁ ଫ୍ୟାନ୍‌ମାନେ ଜବର୍‌ଦସ୍ତ ଭଲ ପାଇବା ଦେଇଛନ୍ତି। ଏହାର ଶେଷ ଏପିସୋଡ୍‌ ୨୬ ମେ’ରେ ପ୍ରସାରିତ ହୋଇଥିଲା। ଏହା ପରେ ନାଗିନ୍‌-୪ର ପ୍ରୋମୋ ଜାରି କରାଯାଇଛି। ନାଗିନ୍‌-୪ରେ କେଉଁ ଅଭିନେତ୍ରୀ ଲିଡ୍‌ ରୋଲ୍‌ରେ ଆସିବେ, ଏହାକୁ ଏବେ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଏକ ରିପୋର୍ଟ ଅନୁସାରେ, ନାଗିନ୍‌-୪ରେ ହିନା ଖାନ୍‌ ଲିଡ୍‌ ରୋଲ୍‌ରେ ଆସିବେ। ଏଥିପାଇଁ ହିନାଙ୍କ ସହ କଥାବାର୍ତ୍ତା କରାଯାଇଛି। ତେବେ ଏଯାଏଁ କିଛି ସ୍ପଷ୍ଟ ସୂଚନା ଆସିନାହିଁ।

ହିନା ଖାନ୍‌ ‘କସୌଟି ଜିନ୍ଦେଗି କି’ ସିରିଏଲ୍‌ରେ କୋମଲିକା ଚରିତ୍ରରେ ଅଭିନୟ କରୁଥିଲେ। ସିରିଏଲ୍‌ରେ ଏହି ଚରିତ୍ରର ଭୂମିକା ଶେଷ ହୋଇଯାଇଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, କଲର୍ସ ଟିଭିର ଅଫିସିଆଲ୍‌ ପେଜ୍‌ରେ ନାଗିନ୍‌-୪ ର ପ୍ରୋମୋ ଶେଆର୍‌ କରାଯାଇଛି। ଭିଡିଓଟିରେ ତିନିଟି ପ୍ରତିମୂର୍ତ୍ତି ଦେଖିବାକୁ ମିଳୁଛି। ସେମାନଙ୍କ ଚକ୍ଷୁରୁ ନିର୍ଗତ ରଶ୍ମୀରୁ ଆଉ ଏକ ନାଗିନ୍ ଜନ୍ମ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଚରିତ୍ରରେ କିଏ ଅଭିନୟ କରୁଛନ୍ତି, ତାହା ସ୍ପଷ୍ଟ କରାଯାଇନି।

https://twitter.com/ColorsTV/status/1132927029987295232

ସୁରଭି ଜ୍ୟୌତି ଏହି ଭୂମିକାରେ ଅଭିନୟ କରିବେ ନା ଆଉ କାହାକୁ ରିପ୍ଲେସ୍‌ କରାଯିବ, ତାହା ଏବେ ଚର୍ଚ୍ଚାରେ ରହଛି। ସୋଶାଲ୍‌ ମିଡିଆରେ ସୁରଭିଙ୍କୁ ନେବା ପାଇଁ ଫ୍ୟାନ୍‌ମାନେ କହୁଛନ୍ତି। କିନ୍ତୁ ହିନା ଖାନ୍‌ଙ୍କ ନାମ ଆସିବା ପରେ ଫ୍ୟାନ୍‌ମାନଙ୍କ ପସନ୍ଦ ବଦଳି ବି ଯାଇପାରେ।

Related story