Advertisment

‘କସୌଟି’ରେ କୋମଲିକାଙ୍କ ଅନ୍ତିମ ଦିନ, ପୂରା ଟିମ୍‌ ଏମିତି ଦେଲେ ବିଦାୟ

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍‌’ ‘କସୌଟି ଜିନ୍ଦେଗୀ କି ୨’ ଅନେକ ଦିନରୁ ଚର୍ଚ୍ଚାର ପରିସର ଭିତରେ ରହିଛି। ଆଉ ଏହି ଚର୍ଚ୍ଚାର ବିଷୟବସ୍ତୁ ହେଉଛି ସିରିଏଲ୍‌ରୁ କୋମଲିକା ବାହାରି ଯାଉଛନ୍ତି। ସିରିଏଲ୍‌ରେ କୋମଲିକା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ହିନା ଖାନ୍‌ଙ୍କୁ ତାଙ୍କର ପୂରା ଟିମ୍‌ ପାର୍ଟି ଦେଇ ବିଦାୟ ଦେଇଛନ୍ତି। ଏହି ପାର୍ଟିର କିଛି ଫଟୋ ହିନା ଖାନ୍‌ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ସେ ଏହି ଫଟୋ ସବୁ  ଶେଆର୍‌ କରି ଲେଖିଛନ୍ତି […]

ଅଦ୍ୟତନ ହୋଇଛି
‘କସୌଟି’ରେ କୋମଲିକାଙ୍କ ଅନ୍ତିମ ଦିନ, ପୂରା ଟିମ୍‌ ଏମିତି ଦେଲେ ବିଦାୟ

k11

Advertisment

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍‌’ ‘କସୌଟି ଜିନ୍ଦେଗୀ କି ୨’ ଅନେକ ଦିନରୁ ଚର୍ଚ୍ଚାର ପରିସର ଭିତରେ ରହିଛି। ଆଉ ଏହି ଚର୍ଚ୍ଚାର ବିଷୟବସ୍ତୁ ହେଉଛି ସିରିଏଲ୍‌ରୁ କୋମଲିକା ବାହାରି ଯାଉଛନ୍ତି। ସିରିଏଲ୍‌ରେ କୋମଲିକା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ହିନା ଖାନ୍‌ଙ୍କୁ ତାଙ୍କର ପୂରା ଟିମ୍‌ ପାର୍ଟି ଦେଇ ବିଦାୟ ଦେଇଛନ୍ତି। ଏହି ପାର୍ଟିର କିଛି ଫଟୋ ହିନା ଖାନ୍‌ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି।

Advertisment

publive-image

ସେ ଏହି ଫଟୋ ସବୁ  ଶେଆର୍‌ କରି ଲେଖିଛନ୍ତି ଯେ, ସମସ୍ତେ ମୋର ବହୁତ ମନେ ପଡ଼ିବେ। ଫଟୋରେ ହିନା ଖାନ୍‌ଙ୍କ ସହ ପ୍ରେରଣା ଚରିତ୍ରରେ ଅଭିନୟ କରୁଥିବା ଏରିକା ଏବଂ ଅନୁରାଗ ଚରିତ୍ରରେ ଅଭିନୟ କରୁଥିବା ପାର୍ଥ ମଧ୍ୟ ଦେଖାଯାଉଛନ୍ତି।

publive-image

ଏହା ସହ କସୌଟି ସିରିଏଲ୍‌ ସହ ଜଡ଼ିତ ଥିବା ଶେଷ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଏହି ଭିଡିଓରେ କୋମଲିକାଙ୍କ ମୃତ୍ୟୁ ସିନ୍‌ ଦେଖାଯାଉଛି।

Advertisment

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କସୌଟି ସିରିଏଲ୍‌ରେ କୋମଲିକାଙ୍କ ଚରିତ୍ର ବହୁତ ଲୋକପ୍ରିୟ ଥିଲା। ଏବେ କିନ୍ତୁ ଶୋ’ରେ ଏହି ଚରିତ୍ରରେ ଅଭିନୟ ବନ୍ଦ ହେବାକୁ ଯାଉଛି। ଏହା ସହ ଶୋ’ରେ ନୂଆ ଟ୍ୱିଷ୍ଟ ମଧ୍ୟ ଆସୁଛି।

publive-image

publive-image

ହିନା ଖାନ୍‌ ତାଙ୍କର ବ୍ୟସ୍ତ କାର୍ଯ୍ୟଶୈଳୀ କାରଣରୁ ଏହି ଶୋ’ ଛାଡ଼ୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe