Advertisment

ପ୍ରେମିକଙ୍କ ସବୁ ଇଚ୍ଛା ପୂରଣ କରିପାରିବେ ତ ହୀନା?

ମୁମ୍ବାଇ: ବିଗବସ୍‌-୧୧ ପରେ ବଦଳିଯାଇଛି ଟିଆର୍‌ପି କୁଇନ ହୀନା ଖାନଙ୍କ ଜୀବନ। ସଲମାନ ଖାନଙ୍କ ଶୋରେ ଭାଗ ନେବା ପରେ ବ୍ରିକମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ‘ୟେ ରିସ୍ତା କ୍ୟାୟା କହଲାତା ହୈ’ ଫେମ ହୀନାଙ୍କ ବଦଳିଯାଇଛି ଭାଗ୍ୟ। ଗୋଟିଏ ପରେ ଗୋଟିଏ ଅଫର ତାଙ୍କ ହାତକୁ ଆସୁଛି। ଏବେ ତାଙ୍କ ଅପକମିଂ ୱେବସିରିଜ ‘ୱିଶଲିଷ୍ଟ’ର ଟ୍ରେଲର ରିଲିଜ ହୋଇଛି। ଏହାକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହି ଟ୍ରେଲରକୁ ସେଆର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରେମିକଙ୍କ ସବୁ ଇଚ୍ଛା ପୂରଣ କରିପାରିବେ ତ ହୀନା?

hina khan-1

ମୁମ୍ବାଇ: ବିଗବସ୍‌-୧୧ ପରେ ବଦଳିଯାଇଛି ଟିଆର୍‌ପି କୁଇନ ହୀନା ଖାନଙ୍କ ଜୀବନ। ସଲମାନ ଖାନଙ୍କ ଶୋରେ ଭାଗ ନେବା ପରେ ବ୍ରିକମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା 'ୟେ ରିସ୍ତା କ୍ୟାୟା କହଲାତା ହୈ' ଫେମ ହୀନାଙ୍କ ବଦଳିଯାଇଛି ଭାଗ୍ୟ। ଗୋଟିଏ ପରେ ଗୋଟିଏ ଅଫର ତାଙ୍କ ହାତକୁ ଆସୁଛି। ଏବେ ତାଙ୍କ ଅପକମିଂ ୱେବସିରିଜ 'ୱିଶଲିଷ୍ଟ'ର ଟ୍ରେଲର ରିଲିଜ ହୋଇଛି। ଏହାକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହି ଟ୍ରେଲରକୁ ସେଆର କରି ନିଜ ବୟଫ୍ରେଣ୍ଡ ରକି ଜୟଶୱାଲଙ୍କୁ ମନେ ପକାଇଛନ୍ତି ହୀନା।

Advertisment

ରାହତ କାଜମିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ୱେବସିରିଜର ଲିଡ ରୋଲରେ ହୀନା ଖାନ ଥିବା ବେଳେ ତାଙ୍କ ଅପୋଜିଟରେ ଜିତେନ୍ଦ୍ର ରାୟ ନଜର ଆସିବେ।  ଟ୍ରେଲରରେ ହୀନାଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି।  ଯିଏକି ନିଜ ପ୍ରେମିକଙ୍କ ମୃତ୍ୟୁ ପୂର୍ବରୁ ସବୁ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ସମସ୍ତଙ୍କୁ ପ୍ରେରଣା ଦେବ।

View this post on Instagram

A post shared by HK (@realhinakhan)


ହୀନାଙ୍କ ରିଅଲ ଲାଇଫ୍‌ ବୟଫ୍ରେଣ୍ଡ ରକି ଜୟଶୱାଲଙ୍କ ପ୍ରଯୋଜନାରେ ଏହି ୱେବ ସିରିଜଟି ତିଆରି ହୋଇଛି। ୱେବ ସିରିଜର ସମସ୍ତ ସିନ୍‌ ୟୁରୋପରେ ଶୁଟିଂ କରାଯାଇଛି। ଆସନ୍ତା ୧୧ ତାରିଖରେ ଓଟିଟି ପ୍ଲାଟଫର୍ମ ମ୍ୟାକ୍ସ ପ୍ଲେଅରରେ ଏହା ରିଲିଜ ହେବ।

Advertisment

ଆଗକୁ ପଢନ୍ତୁ : ୧୦ ଦିନ ହେବ ଶୋଇନାହାନ୍ତି ନୁସରତ

ନିକଟରେ ହୀନା ଖାନ ପୁରା ପରିବାର ସହ ମଲଦ୍ବିପ ଟ୍ରିପରେ ଯାଇଥିଲେ। ଏହି ଟ୍ରିପକୁ ହୀନା ବେଶ ଏଞ୍ଜୟ କରିବା ସହ ତାଙ୍କର କିଛି ଫଟୋକୁ ମଧ୍ୟ ସେ ସୋଶାଲ ମିଡିଆରେ ସେଆର କରିଥିଲେ।  ହୀନାଙ୍କ ମଳଦ୍ବିପ ଟ୍ରିପର କିଛି ଫଟୋ ଏବେ ସୋଶାଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

Hina Khan