/odisha-reporter/media/post_attachments/uploads/2022/12/pathan-controversy.jpg)
pathan-controversy
ଅହମ୍ମଦାବାଦ: ପଠାନ ଫିଲ୍ମର ‘ବେସରମ’ ଗୀତକୁ ନେଇ ଥମୁନି ବିବାଦ। ଫିଲ୍ମର ପ୍ରମୋସନକୁ ନେଇ ଉପୁଜିଛି ହଙ୍ଗାମା। ଫିଲ୍ମକୁ ବିରୋଧ କରୁଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ପକ୍ଷରୁ କରାଯାଇଛି ଭଙ୍ଗାରୁଜା। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ' ଚଳଚ୍ଚିତ୍ରର ପ୍ରମୋସନକୁ ନେଇ ବୁଧବାର ଅହମ୍ମଦାବାଦର ଏକ ମଲକୁ ଭଙ୍ଗାରୁଜା କରାଯାଇଛି। ହିନ୍ଦୁ ଗୋଷ୍ଠୀ ଶାଖା ବଜରାଜ ଦଳ ପକ୍ଷରୁ ଉକ୍ତ ମଲରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଆସନ୍ତା ଜାନୁୟାରୀ ୨୫ରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପୋଷ୍ଟରଗୁଡିକ ସେମାନେ ଚିରି ଦେଇଥିଲେ।
ଅହମ୍ମଦାବାଦର ଆଲଫାଭାନ୍ ମଲରେ ସେମାନେ ଭଙ୍ଗାଫୋପଡ଼ା କରିଥିଲେ। ସେହିପରି ଉକ୍ତ ସିନେମାକୁ ରିଲିଜ୍ ନକରାଇବାକୁ ଧମକ ମଧ୍ୟ ଦେଇଛନ୍ତି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରହାମଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ୍ ଫିଲ୍ମର ଗୀତ "ବେସରାମ ରଙ୍ଗ" ରିଲିଜ୍ ହେବା ପରଠାରୁ ବିବାଦଘେରରେ ରହି ଆସିଛି। ଏହି ଗୀତରେ ଗେରୁଆ ରଙ୍ଗରେ ବିକିନି ପିନ୍ଧି ଦୀପିକା ନୃତ୍ୟ ପ୍ରଦର୍ଶନ କରିଥିବାରୁ ଏହାକୁ ନେଇ ଆପତ୍ତି ଉଠିଛି। ମୁଖ୍ୟତଃ ଏହି ଗୀତରେ ଗେରୁଆ ରଙ୍ଗକୁ ଅଶ୍ଲୀଳ ଢଙ୍ଗରେ ପ୍ରଦର୍ଷିତ କରି ହିନ୍ଦୁ ଧର୍ମୟ ଭାବନକା କୁଠାରଘାତ କରୁଥିବା ଅଭିଯୋଗ ଆଣି ଏହାକୁ ବିରୋଧ ଜାରି ରହିଛି।
ସେପଟେ ‘ପଠାନ୍’କୁ ଦେଖିବା ପାଇଁ ଲୋକେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। କାରଣ ଏହି ସିନେମା ଜରିଆରେ ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ପ୍ରାୟ ୫ ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ଆସନ୍ତା ୨୫ ତାରିଖରେ ରିଲିଜ ହେବାକୁ ଥିବା ସିନେମା ‘ପଠାନ୍’ର ‘ବେସରମ ରଙ୍ଗ’ ଏବଂ ‘ଝୁମେ ଜୋ ପଠାନ୍’ ଦୁଇଟି ଗୀତ ନିକଟରେ ରିଲିଜ୍ ହୋଇଥିଲା। ‘ବେସରମ ରଙ୍ଗ’ ଗୀତ ରିଲିଜ ହେବା ପରେ ଏହାକୁ ନେଇ ବହୁ ବିବାଦ ଦେଖା ଦେଇଥିଲା। ଲୋକେ ସିନେମାକୁ ବଏକଟ କରିବାକୁ ଦାବି କରିଥିଲେ। ଏବେ ସିନେମାର ଟ୍ରେଲର ରିଲିଜ୍ ହେବା ବାକି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
