farhan-akhtar
ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଟ୍ୱିଟ୍ କରିବା ବଲିଉଡ୍ ଅଭିନେତା ଫରହାନ୍ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ ଦେଶରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ସହିତ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ନିଆଁ ଲଗାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଆଡ୍ଭୋକେଟ୍ କରୁଣା ସାଗର ଏହି ଅଭିଯୋଗ କରିଛନ୍ତି। ସେ ଏହି ସଂଗଠନ ସହିତ ଜଡ଼ିତ ଅଛନ୍ତି।
https://twitter.com/ANI/status/1208075596707721216
ଫରହାନ୍ ଗତ ୧୭ ତାରିଖରେ ଏକ ଟ୍ୱିଟ୍ କରି ଲେଖିଥିଲେ, ‘ଆପଣମାନେ ଜାଣିବା ଉଚିତ୍ ଯେ ଏହି ପ୍ରଦର୍ଶନ କ’ଣ ପାଇଁ ଜରୁରୀ? ଆପଣ ସମସ୍ତଙ୍କ ସହ ୧୯ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନ୍ରେ ଦେଖା ହେବ। କେବଳ ସୋଶାଲ୍ ମିଡିଆରେ ବିରୋଧ କରିବାର ସମୟ ଏବେ ସରିଯାଇଛି।’
ଏଥିସହ ସେ ଏକ ଗ୍ରାଫିକ୍ ଶେଆର୍ କରିଥିଲେ, ଯେଉଁଥିରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍ଆର୍ସି)କୁ ବ୍ୟାଖ୍ୟା କରାଯାଇଥିଲା। ତେବେ ଏଥିରେ ଭାରତ ମାନଚିତ୍ରଟି ଭୁଲ୍ ଥିଲା। ଫଳରେ ସେ ଆଉ ଏକ ଟ୍ୱିଟ୍ କରି ଏଥିପାଇଁ କ୍ଷମା ମାଗିଥିଲେ। ଫର୍ହାନ୍ ଏଥିରେ ଲେଖିଥିଲେ ଯେ ଡିସେମ୍ବର ୧୯ ତାରିଖର ବୈଠକକୁ ନେଇ ସେ ଏକ ପୋଷ୍ଟ୍ କରିଥିଲେ। ସେ ଯାହା କହିଥିଲେ ସେଥିରୁ ପଲଟି ନାହାନ୍ତି। କିନ୍ତୁ ଏହି ଗ୍ରାଫିକ୍ରେ ଭାରତର ମାନଚିତ୍ର ଭୁଲ୍ ଥିଲା। କଶ୍ମୀରର ପ୍ରତ୍ୟେକ ଇଞ୍ଚ୍ ଓ ଅଂଶ ହେଉଛି ଭାରତର। ସେ ଉକ୍ତ ଭୁଲ୍ ମାନଚିତ୍ରକୁ ଗ୍ରହଣ କରୁ ନାହାନ୍ତି। ସେ ସେତେବେଳେ ସେହି ଭୁଲ୍ଟିକୁ ଦେଖି ପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା ବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/farhan-akhtar.jpg)