Ram Charan
ହୋଲିରେ ନିଜ ଫ୍ୟାନ୍ସଙ୍କୁ ବିଗ୍ ସରପ୍ରାଇଜ ଦେଇଛନ୍ତି ସାଉଥ ସୁପରଷ୍ଟାର ତଥା ଆର୍ଆର୍ଆର୍ ଫେମ୍ ରାମଚରଣ । ଏନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଇନଷ୍ଟଗ୍ରାମ୍ରେ ଦେଇଛନ୍ତି ସୂଚନା ।
ରାମଚରଣଙ୍କ ସୂଚନା ଅନୁଯାୟୀ, ନିଜ ଆଗାମୀ ପ୍ରୋଜେକ୍ଟରେ ସେ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାରଙ୍କ ସହ ଦେଖାଇବେ ଜଲୱା। ସୁକୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମରେ ବଡ଼ ପରଦାରେ ରାମଚରଣଙ୍କ ଆକ୍ସନ ଦେଖିବେ ଫ୍ୟାନ୍ସ।
ରାମଚରଣ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୁକୁମାରଙ୍କ ସହ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ପ୍ରଥମ ପୋଷ୍ଟରେ ଉଭୟ ରାମଚରଣ ଓ ସୁକୁମାର ପରସ୍ପରକୁ ହୋଲି ଅବସରରେ ରଙ୍ଗ ବୋଳି ଅଭିନନ୍ଦନ ଜଣାଉଛନ୍ତି। ଦ୍ୱିତୀୟ ଫଟୋରେ ସେ ନିଜ ଅପକମିଙ୍ଗ ମୁଭିର ଫାଷ୍ଟ ଲୁକ୍ ପୋଷ୍ଟର ଶେଆର କରିଛନ୍ତି। ଏଥିସହ କ୍ୟାପସନ୍ରେ ସେ ଲେଖିଛନ୍ତି, #RC17 the force reunites.”
ରାମଚରଣ ଓ ସୁକୁମାର ପରସ୍ପର ପାଇଁ ନୂଆ ନୁହନ୍ତି। ଉଭୟ ପୂର୍ବରୁ Rangasthalam ଫିଲ୍ମରେ କାମ କରି ସାରିଛନ୍ତି। ରାମଚରଣଙ୍କ ଆଗାମୀ ଫିଲ୍ମ ସମଗ୍ର ଦେଶରେ ୨୦୨୫ ଶେଷ ଆଡ଼କୁ ରିଲିଜ ହେବ ବୋଲି ଜଣାଯାଇଛି। ମାତ୍ର ଫିଲ୍ମର ଅନ୍ୟ ଲିଡ ରୋଲ୍ ପ୍ଲେ କରିଥିବା ଷ୍ଟାରଙ୍କ ସମ୍ପର୍କରେ କିଛି ସୂଚନା ମିଳି ପାରିନି।
ଶେଷ ଥର ପାଇଁ ବ୍ଲକବଷ୍ଟର ମୁଭି ‘RRR’ ରେ ନିଜ ଦମଦାର ଆକ୍ସନ ଦେଖାଇଥିଲେ ରାମଚରଣ । ନିଜ ଆଗାମୀ ଫିଲ୍ମ ‘Game Changer’ ରେ କିଆରା ଆଡଭାନୀଙ୍କ ସହ ସ୍କ୍ରିନ୍ ଶେଆର କରିବେ। ଏହାବାଦ ସେ ଜାହ୍ନବୀ କପୁରଙ୍କ ସହ ବି ଏକ ଫିଲ୍ମ କରିବେ ବୋଲି ଜଣାଯାଇଛି। ଏହାର ଫଟୋ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us