Advertisment

ହଲିଉଡ‌୍ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ପ୍ରକାଶ ଝାଙ୍କ ଇଚ୍ଛା

ମୁମ୍ୱାଇ: ଏକ ହଲିଉଡ‌୍ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଇଚ୍ଛା ରଖିଛନ୍ତି ଜଣାଶୁଣା ଫିଲ୍ମ ନିର୍ମାତା ପ୍ରକାଶ ଝା। ତେବେ ଏଥିପାଇଁ ତାଙ୍କର ଏକ ସର୍ତ୍ତ ରହିଛି। ତାଙ୍କ ସର୍ତ୍ତ ହେଉଛି ଫିଲ୍ମର କଥାବସ୍ତୁ ଭାରତୀୟ ହୋଇଥିବା ଆବଶ୍ୟକ। ‘ଗଙ୍ଗାଜଲ’, ‘ଅପହରଣ’ ଓ ‘ରାଜନୀତି’ ଭଳି ସାମାଜିକ ଓ ରାଜନୈତିକ କଥାବସ୍ତୁ ପର୍ଯ୍ୟବସିତ ଫିଲ୍ମ ନିର୍ମାଣ କରି ଅନେକ ପ୍ରଶଂସା ଗୋଟାଇ ଥିବା ପ୍ରକାଶ କହିଛନ୍ତି ଯେ, “ଅନ୍ୟ ଏକ ଦେଶର କାହାଣୀ ଉପରେ ଆଧାରିତ ଫିଲ୍ମର […]

ଅଦ୍ୟତନ ହୋଇଛି
ହଲିଉଡ‌୍ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ପ୍ରକାଶ ଝାଙ୍କ ଇଚ୍ଛା

Prakash-Jha

Advertisment

ମୁମ୍ୱାଇ: ଏକ ହଲିଉଡ‌୍ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଇଚ୍ଛା ରଖିଛନ୍ତି ଜଣାଶୁଣା ଫିଲ୍ମ ନିର୍ମାତା ପ୍ରକାଶ ଝା। ତେବେ ଏଥିପାଇଁ ତାଙ୍କର ଏକ ସର୍ତ୍ତ ରହିଛି। ତାଙ୍କ ସର୍ତ୍ତ ହେଉଛି ଫିଲ୍ମର କଥାବସ୍ତୁ ଭାରତୀୟ ହୋଇଥିବା ଆବଶ୍ୟକ। ‘ଗଙ୍ଗାଜଲ’, ‘ଅପହରଣ’ ଓ ‘ରାଜନୀତି’ ଭଳି ସାମାଜିକ ଓ ରାଜନୈତିକ କଥାବସ୍ତୁ ପର୍ଯ୍ୟବସିତ ଫିଲ୍ମ ନିର୍ମାଣ କରି ଅନେକ ପ୍ରଶଂସା ଗୋଟାଇ ଥିବା ପ୍ରକାଶ କହିଛନ୍ତି ଯେ, “ଅନ୍ୟ ଏକ ଦେଶର କାହାଣୀ ଉପରେ ଆଧାରିତ ଫିଲ୍ମର ନିର୍ଦ୍ଦେଶନା ଦେବା କଷ୍ଟକର ବ୍ୟାପାର। କାରଣ ସେହି ଦେଶ ସହିତ ନିର୍ଦ୍ଦେଶକ ପରିଚିତ ନ ଥାଏ। ତେବେ ସେ ଯଦି କେବେ କୌଣସି ହଲିଉଡ‌୍ ଫିଲ୍ମରେ ନିର୍ଦ୍ଦେଶନା ଦେବେ, ତା’ହେଲେ ସେଇଟି ଭାରତୀୟ କାହାଣୀ ଉପରେ ପର୍ଯ୍ୟବସିତ ହୋଇଥିବ। ସେମିତି କିଛି ସ୍କ୍ରିପ୍ଟ ମିଳିଲେ ସେ ନିଶ୍ଚିତ ହଲିଉଡ‌୍ ଫିଲ୍ମର ନିର୍ଦ୍ଦେଶନା ଦେବେ।”

Advertisment

ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ‘ଜୟ ଗଙ୍ଗାଜଲ’ ମାର୍ଚ୍ଚ ୪ ତାରିଖରେ ରିଲିଜ‌୍ ହେବ। ଏଥିରେ ପ୍ରିୟଙ୍କା ଚୋପ୍ରା ଆଇପିଏସ‌୍ ଅଫିସର‌୍ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ହେଉଛି ଆଭା ମାଥୁର।

ଏହି ଫିଲ୍ମ ଜରିଆରେ ଆକ୍ଟିଂରେ ଡେବ୍ୟୁ କରିଛନ୍ତି ପ୍ରକାଶ ଝା। ସେ ଏଥିରେ ଡିଏସପି ଭୋଲା ନାଥ ସିଂହ ଭୂମିକାରେ ଅଭିନୟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe