Advertisment

କରୋନା ନେଲା ହଲିଉଡ୍ ଅଭିନେତାଙ୍କ ଜୀବନ

ଲଣ୍ଡନ: କରୋନା ଭାଇରସ୍ ସଂକ୍ରମଣ ହେତୁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୪୭ ହଜାର ପାର ହୋଇସାରିଲାଣି। ଆଉ ଏଥିରେ ଅଭିନେତା ଆଣ୍ଡ୍ରିୟୁ ଜ୍ୟାକ୍ ମଧ୍ୟ ପ୍ରାଣ ହରାଇଛନ୍ତି। https://www.instagram.com/p/B-YrwtKnyXS/?utm_source=ig_web_copy_link ମୃତ୍ୟୁବେଳକୁ ଆଣ୍ଡ୍ରିୟୁଙ୍କୁ ୭୫ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ସେ ବ୍ରିଟେନରେ ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଗାବ୍ରିଏଲା ରୋଡର୍ସ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଏକାନ୍ତବାସରେ ରହିଛନ୍ତି। ତେଣୁ ସେ ଶେଷ ସମୟରେ ବି ସ୍ୱାମୀଙ୍କୁ ଭେଟିପାରି ନାହାନ୍ତି। ଏକ […]

author-image
Chinmayee Roy
କରୋନା ନେଲା ହଲିଉଡ୍ ଅଭିନେତାଙ୍କ ଜୀବନ

jack

ଲଣ୍ଡନ: କରୋନା ଭାଇରସ୍ ସଂକ୍ରମଣ ହେତୁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୪୭ ହଜାର ପାର ହୋଇସାରିଲାଣି। ଆଉ ଏଥିରେ ଅଭିନେତା ଆଣ୍ଡ୍ରିୟୁ ଜ୍ୟାକ୍ ମଧ୍ୟ ପ୍ରାଣ ହରାଇଛନ୍ତି।

Advertisment

https://www.instagram.com/p/B-YrwtKnyXS/?utm_source=ig_web_copy_link

ମୃତ୍ୟୁବେଳକୁ ଆଣ୍ଡ୍ରିୟୁଙ୍କୁ ୭୫ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ସେ ବ୍ରିଟେନରେ ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଗାବ୍ରିଏଲା ରୋଡର୍ସ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଏକାନ୍ତବାସରେ ରହିଛନ୍ତି। ତେଣୁ ସେ ଶେଷ ସମୟରେ ବି ସ୍ୱାମୀଙ୍କୁ ଭେଟିପାରି ନାହାନ୍ତି। ଏକ ସୋଶାଲ୍ ମିଡିଆ ପୋଷ୍ଟରେ ସେ ଏହି ସୂଚନା ଦେଇ ଲେଖିଛନ୍ତି, “ମୋତେ ଆପଣମାନଙ୍କୁ ଜଣାଇବାକୁ ବହୁତ କଷ୍ଟ ଅନୁଭବ ହେଉଛି ଯେ ଆଜି ମୁଁ ଜଣେ ବ୍ୟକ୍ତିଙ୍କୁ ହରାଇଛି। ଆଣ୍ଡ୍ରିୟୁଙ୍କୁ ୪୮ ଘଣ୍ଟା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଥିଲେ। ଆଜି ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି।”

ଅଭିନେତା ଆଣ୍ଡ୍ରିୟୁ ଜ୍ୟାକ୍ ‘Star Wars: The Last Jedi’, ‘Star Wars: The Force Awakens’ ଓ ‘Kate and Leopold’ ପରି ସୁପରହିଟ୍ ହଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଅନେକ ଗୁଡ଼ିଏ ସୁପରହିଟ୍ ହଲିଉଡ୍ ଫିଲ୍ମରେ ଡାଇଲଗ୍ ପ୍ରଶିକ୍ଷକ ଭାବେ କାମ କରିଛନ୍ତି।

Advertisment