Advertisment

କରୋନା କବଳରେ ହଲିଉଡ୍ ଅଭିନେତା

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଚୀନ୍‌ର ଉହାନରୁ ସୃଷ୍ଟି ହୋଇଥିବା ଏହି ପ୍ରାଣଘାତୀ ଭାଇରସ୍‌ ପାଖାପାଖି ୧୦୦ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି। ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ବୋଲି ମଧ୍ୟ ଘୋଷଣା କରିଦେଇଛି। ଏଯାବତ ଏହି ରୋଗରେ ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ରୋଗର କବଳରେ ହଲିଉଡ୍‌ ଷ୍ଟାର ଟମ୍‌ ହ୍ୟାଙ୍କ୍ସ (୬୩) ମଧ୍ୟ ପଡ଼ିଯାଇଛନ୍ତି। ଟମ୍‌ ହ୍ୟାଙ୍କ୍ସଙ୍କ ସହିତ […]

author-image
Chinmayee Roy
ଅଦ୍ୟତନ ହୋଇଛି
କରୋନା କବଳରେ ହଲିଉଡ୍ ଅଭିନେତା

TOM-HANKS

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଚୀନ୍‌ର ଉହାନରୁ ସୃଷ୍ଟି ହୋଇଥିବା ଏହି ପ୍ରାଣଘାତୀ ଭାଇରସ୍‌ ପାଖାପାଖି ୧୦୦ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି। ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ବୋଲି ମଧ୍ୟ ଘୋଷଣା କରିଦେଇଛି। ଏଯାବତ ଏହି ରୋଗରେ ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ରୋଗର କବଳରେ ହଲିଉଡ୍‌ ଷ୍ଟାର ଟମ୍‌ ହ୍ୟାଙ୍କ୍ସ (୬୩) ମଧ୍ୟ ପଡ଼ିଯାଇଛନ୍ତି।

Advertisment

publive-imageଟମ୍‌ ହ୍ୟାଙ୍କ୍ସଙ୍କ ସହିତ ତାଙ୍କ ପତ୍ନୀ ରୀତା ୱିଲ୍‌ସନ୍‌ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଶୁଟିଂ ବେଳେ ଟମ୍ ଏହି ମାରାତ୍ମକ ଭାଇରସ୍‌ର ଆକ୍ରାନ୍ତ ହୋଇଥିଲେ। କରୋନାର କିଛି ଲକ୍ଷଣ ଦେଖାଯିବା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରୀକ୍ଷା ପରେ ସେ ଏହି ଭାଇରସ୍‌ର କବଳକୁ ଚାଲି ଯାଇଥିବା ଜଣାପଡ଼ିଥିଲା।

https://www.instagram.com/p/B9nVasnBNF5/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ଟମ୍‌ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଫିଲ୍ମ ‘ଏଲଭିସ୍‌’ର ଶୁଟିଂ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କର ଶର୍ଦ୍ଦି ଓ କାଶ ହୋଇଥିଲା।  ପୂରା ଶରୀର ନାଲି ନାଲି ହୋଇ ଫଳି ଯାଇଥିଲା। ଏହାପରେ ସେମାନଙ୍କର ଟେଷ୍ଟ କରାଯା‌ଇଥିଲା ଓ ଦୁହେଁ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।

Advertisment

https://www.instagram.com/p/B4_nGQ3h3k-/?utm_source=ig_web_copy_link

ସୂଚନାଯୋଗ୍ୟ, ଟମ୍‌ ହ୍ୟାଙ୍କ୍ସ ହଲିଉଡ୍‌ର ଜଣେ ବଡ଼ ଅଭିନେତା। ସେ ‘ଫରେଷ୍ଟ ଗମ୍ପ’, ‘କାଷ୍ଟ ଆୱେ’, ‘କ୍ୟାପ୍ଟେନ୍ ଫିଲିପ୍ସ’ ଓ ‘ଦ ଟର୍ମିନାଲ୍‌’ ଭଳି ବିଗ୍‌ ହିଟ୍‌ ସିନେମାରେ କାମ କରିଛନ୍ତି। ବଲିଉଡ୍‌ରେ ବି ତାଙ୍କ ଅଭିନୀତ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍‌ ହେଉଛି। ଅଭିନେତା ଆମୀର ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଲାଲ୍‌ସିଂହ ଚଡ୍ଡା’ ହେଉଛି ଏହି ଫିଲ୍ମର ଅଫିସିଆଲ୍‌ ରିମେକ୍‌। ଏଥିରେ ଅଭିନେତ୍ରା କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି।