Advertisment

ଦର୍ଶକଙ୍କୁ ଦେବଯାନୀଙ୍କ ସରପ୍ରାଇଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦର୍ଶକମାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଦେବଯାନୀ ଦେଗୁରିଆ। ନିକଟରେ ସେ ତାଙ୍କ ପ୍ରଶଂସକ ମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଏକ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ନିଜ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଅପଲେଡ୍‌ କରି ସେ ଏହାର ସୂଚନା ଦେଇଛନ୍ତି। ଦେବଯାନୀ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମନୋରଞ୍ଜନ, ଖାଦ୍ୟ, ରୋଷେଇ, ବିୟୁଟି ଟିପ୍ସ, ଶୁଟିଂ ପଛର ସିନ୍‌, ଜୀବନଶୈଳୀ, ଯାତ୍ରା ଓ ଯୋଗ ସମ୍ପର୍କିତ ଭିଡିଓ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଦର୍ଶକଙ୍କୁ ଦେବଯାନୀଙ୍କ ସରପ୍ରାଇଜ୍‌

debjani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦର୍ଶକମାନଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଦେବଯାନୀ ଦେଗୁରିଆ। ନିକଟରେ ସେ ତାଙ୍କ ପ୍ରଶଂସକ ମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଏକ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ନିଜ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଅପଲେଡ୍‌ କରି ସେ ଏହାର ସୂଚନା ଦେଇଛନ୍ତି।

Advertisment

ଦେବଯାନୀ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମନୋରଞ୍ଜନ, ଖାଦ୍ୟ, ରୋଷେଇ, ବିୟୁଟି ଟିପ୍ସ, ଶୁଟିଂ ପଛର ସିନ୍‌, ଜୀବନଶୈଳୀ, ଯାତ୍ରା ଓ ଯୋଗ ସମ୍ପର୍କିତ ଭିଡିଓ ଅପ୍‌ଲୋଡ୍‌ କରି ଦର୍ଶକମାନଙ୍କ ମନୋରଞ୍ଜନ କରିବେ ବୋଲି କହିଛନ୍ତି।

ଯେମିତି ତାଙ୍କ ଫିଲ୍ମ ଏବଂ ଅନ୍ୟାନ କାମକୁ ଲୋକମାନେ ଭଲ ପାଇବା ଦେଇଛନ୍ତି ସେମିତି ତାଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ମଧ୍ୟ ଭଲ ପାଇବା ଦେବେ ବୋଲି ଦେବଯାନୀ ଆଶା ରଖିଥିବା କହିଛନ୍ତି। ଏଥିସହ ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଲାଇକ୍,‌ ଶେଆର ଏବଂ ସବ୍‌ସ୍କ୍ରାଇବ୍‌ କରିବାକୁ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

Advertisment

https://www.instagram.com/p/CDja0IMA2Lr/?utm_source=ig_web_copy_link

ଗତ କିଛି ଦିନ ତଳେ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଜୁଲାଇ ୨୩ତାରିଖ ଦିନ ଏଲିନା ତାଙ୍କ ଜନ୍ମଦିନ ଅବସରରେ ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ।

ଅଭିନେତ୍ରୀ ପୁନମ୍‌ ମିଶ୍ରଙ୍କର ମଧ୍ୟ ଗୋଟେ ଅଫିସିଆଲ୍‌ ୟୁଚ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ସେ ବିଭିନ୍ନ ସମୟରେ ମନୋରଞ୍ଜନ, ସ୍କିନ୍‌ କେୟାର୍‌, ଫ୍ୟାସନ୍‌ ସମ୍ପର୍କିତ ଭିଡିଓ କରି ଶେଆର କରନ୍ତି।