sharon-stone
ଜୟପୁର: କରୋନା ସଂକ୍ରମଣ ସଙ୍କଟ ସମୟରେ ସାରା ଦେଶରେ ଲକଡାଉନ ଜାରି ରହିଛି। କେତେକ ଅଞ୍ଚଳରେ ଲକଡାଉନ କଟକଣା କୋହଳ କରିଦିଆଯାଇଥିବା ବେଳେ କେତେକ ଅଞ୍ଚଳରେ ଏବେ ବି ବଳବତ୍ତର ରହିଛି। ତେବେ ଲକଡାଉନ କଟକଣା ଭିତରେ ଲୋକେ କଡ଼ାକଡ଼ି ନିୟମ ପାଳନ କରି ଘର ଭିତରେ ରହୁଥିଲେ। ରାସ୍ତାଘାଟ ଜନଶୂନ୍ୟ ରହୁଥିଲା। ଯଦ୍ଦ୍ବାରା ପଶୁପକ୍ଷୀଙ୍କୁ ନିଜ ସ୍ୱାଧିନତାକୁ ଉପଭୋଗ କରିବାର ସୁଯୋଗ ମିଳିଥିଲା।
ଏଭଳି ଦୃଶ୍ୟ ଲକଡାଉନ ଅବଧିରେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନର ଏକ ଗ୍ରାମ୍ୟାଞ୍ଚଳରେ ଶୂନଶାନ ରାସ୍ତାରେ ମୟୂର ନାଚୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ତେବେ ଏହି ଭିଡିଓର ଗୁରୁତ୍ୱ ଆହୁରି ବଢ଼ିଗଲା ଯେତେବେଳେ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶାରୋନ୍ ଷ୍ଟୋନ୍ ଏହାକୁ ଟ୍ୱିଟ୍ କରିଥିଲେ।
ଶାରୋନ୍ ରାଜସ୍ଥାନର ଏହି ଭିଡିଓକୁ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହା ସହ ରାଜସ୍ଥାନରେ ମୟୂରମାନେ ଖାଲି ପଡ଼ିଥିବା ରାସ୍ତାରେ ନାଚୁଛନ୍ତି ବୋଲି ଭିଡିଓ କ୍ୟାପଶନରେ ଲେଖିଛନ୍ତି। ଏନେଇ ରାଜସ୍ଥାନ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱେନ୍ଦର ସିଂହ ଏହି ଭିଡିଓକୁ ରିଟ୍ୱିଟ୍ କରି ଶାରୋନ୍ ଷ୍ଟୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଶାରୋନଙ୍କୁ 'ପଧାରୋ ହ୍ମାରେ ଦେଶ୍' ଅର୍ଥାତ୍ ରାଜସ୍ଥାନ ଆସିବାକୁ ନିମନ୍ତ୍ରଣ ବି ଦେଇଛନ୍ତି ମନ୍ତ୍ରୀ ସିଂହ।
ପ୍ରକୃତରେ ଭିଡିଓଟି ଅନେକ ଦିନରୁ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହେଲେ ଶାରୋନ୍ ଏହାକୁ ଟ୍ୱିଟ୍ କରିବା ପରେ ଏହା ଚର୍ଚ୍ଚାକୁ ଆସିଯାଇଛି। ଶାରୋନ୍ ମେ' ୨୦ରେ ଏହା ଶେୟାର କରିଥିଲେ। ୬୨ ବର୍ଷୀୟ ଶୋରେନ୍ ହଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ଏଣୁ ସେ ଏଭଳି ଭିଡିଓ ଟ୍ୱିଟ୍ କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥିବାରୁ ମନ୍ତ୍ରୀ ସିଂହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ନିଜ ରାଜ୍ୟକୁ ବୁଲି ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/sharon-stone.jpg)