Advertisment

ହଲିଉଡ୍‌ ଅଭିନେତ୍ରୀଙ୍କ ଭାରତୀୟ ନାଁ 'ରାଧାରାଣୀ'

ନୂଆଦିଲ୍ଲୀ: ହଲିଉଡ୍‌ ତାରକା ରାଧାରାଣୀ। ହଲିଉଡରେ ଓଡ଼ିଆ ନାଁ ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ। ଜଣାଇ ଦେବାକୁ ଚାହୁଁ ଯେ ସେ ଆଦୌ ଭାରତର ନୁହଁନ୍ତି କି ତାଙ୍କ ମାତା ପିତା ବି ଭାରତୀୟ ନୁହଁନ୍ତି` ସେ ହେଉଛନ୍ତି ସମ୍ପୂର୍ଣ୍ଣ ବିଦେଶୀ। ପ୍ରକୃତ କଥା ହେଲା ରାଧାରାଣୀଙ୍କ ମା’ ଥିଲେ କୃଷ୍ଣ ପ୍ରେମୀ। ତେଣୁ ସେ ତାଙ୍କ ନାଁ ଦେଇଥିଲେ ରାଧାରାଣୀ। ତାଙ୍କ ପୂରା ନାଁ ହେଉଛି ରାଧାରାଣୀ ଅମ୍ବର ଇଣ୍ଡିଗୋ ଆନନ୍ଦା ମିସେଲ୍। […]

ହଲିଉଡ୍‌ ଅଭିନେତ୍ରୀଙ୍କ ଭାରତୀୟ ନାଁ 'ରାଧାରାଣୀ'

radha

Advertisment

ନୂଆଦିଲ୍ଲୀ: ହଲିଉଡ୍‌ ତାରକା ରାଧାରାଣୀ। ହଲିଉଡରେ ଓଡ଼ିଆ ନାଁ ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ। ଜଣାଇ ଦେବାକୁ ଚାହୁଁ ଯେ ସେ ଆଦୌ ଭାରତର ନୁହଁନ୍ତି କି ତାଙ୍କ ମାତା ପିତା ବି ଭାରତୀୟ ନୁହଁନ୍ତି` ସେ ହେଉଛନ୍ତି ସମ୍ପୂର୍ଣ୍ଣ ବିଦେଶୀ। ପ୍ରକୃତ କଥା ହେଲା ରାଧାରାଣୀଙ୍କ ମା’ ଥିଲେ କୃଷ୍ଣ ପ୍ରେମୀ। ତେଣୁ ସେ ତାଙ୍କ ନାଁ ଦେଇଥିଲେ ରାଧାରାଣୀ। ତାଙ୍କ ପୂରା ନାଁ ହେଉଛି ରାଧାରାଣୀ ଅମ୍ବର ଇଣ୍ଡିଗୋ ଆନନ୍ଦା ମିସେଲ୍। ହଲିଉଡ୍ ଇଣ୍ଡଷ୍ଟ୍ରିରେ ତାଙ୍କୁ ସମସ୍ତେ ରାଧା ମିସେଲ୍ ଭାବେ ଜାଣନ୍ତି।

Advertisment

https://www.instagram.com/p/B8srE38INom/?utm_source=ig_web_copy_link

କଥା କହି ଶିଖିବା ପରଠାରୁ ନିଜ ନାଁର ବ୍ୟାଖ୍ୟା କରି ଆସୁଛନ୍ତି ରାଧାରାଣୀ। ତେବେ ଏଥିପାଇଁ ସେ ଦୁଃଖୀ ନୁହଁନ୍ତି। ଏହି ହଲିଉଡ୍ ତାରକା ବଡ଼ ଗର୍ବର ସହ କୁହନ୍ତି, ‘ବୋଧହୁଏ ମୋର ଗତ ଜନ୍ମରୁ ଭାରତ ସହ  କିଛି ଖାସ ସମ୍ପର୍କ ରହିଛି। ସେଥିପାଇଁ ମୋ ନାଁ ରାଧାରାଣୀ ରହିଛି।’

ରାଧାରାଣୀଙ୍କ ଜନ୍ମ ଅଷ୍ଟ୍ରେଲିଆରେ ହୋଇଥିଲା। ତାଙ୍କ ବାପା-ମା’ ସେଠିକାର ନାଗରିକ ଥିଲେ। ରାଧାରାଣୀ ‘ହାଇ ଆର୍ଟ’, ‘ପିଚ୍‌ ବ୍ଲାକ’, ‘ଫୋନ ବୁଥ୍’, ‘ସାଇଲେଣ୍ଟ ହିଲ୍‌’ ପରି ଅନେକ ପ୍ରସିଦ୍ଧ ଫିଲ୍ମରେ କାମ କରିଛନ୍ତି। ୨୦୧୦ରେ ଆମେରିକାରେ ହୋଇଥିବା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଲସ୍‌ ଏଞ୍ଜଲସରେ ରାଧାରାଣୀଙ୍କ ଫିଲ୍ମ ଦ ‘ୱେଟିଙ୍ଗ ସିଟି’ ପ୍ରଦର୍ଶିତ ହୋଇଥିଲା। ସେ ଓସ୍କାର ପୁରସ୍କାର ମଧ୍ୟ ଜିତିଛନ୍ତି।

Advertisment

https://www.instagram.com/p/B6bljb1I5x_/?utm_source=ig_web_copy_link

ରାଧାରାଣୀ କୁହନ୍ତି ଯେ ତାଙ୍କର ନାଁ କେବଳ ଭାରତ ସହ ଯୋଡ଼ି ହୋଇନି, ବରଂ ସେ ଭାରତକୁ ତାଙ୍କର ଦ୍ୱିତୀୟ ଘର ବୋଲି ଭାବନ୍ତି। ସେ କହିଛନ୍ତି, ‘ମୋ ଜନ୍ମ ପୂର୍ବରୁ ମା’ ଭାରତ ଯାଇଥିଲେ। ସେଠିକାର ଇଣ୍ଡିଆନ ଫିଲସୋଫି, ହିନ୍ଦୁ ଏବଂ ବୌଦ୍ଧ ଧର୍ମ ତାଙ୍କୁ ବହୁତ ପ୍ରଭାବିତ କରିଥିଲା। ମା’ଙ୍କର ଏହି ଭାରତ ଯାତ୍ରାର ଫଳ ସ୍ୱରୂପ ମୁଁ ମୋ ନାଁ ପାଇଛି।’ ରାଧାରାଣୀଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ସେ ଭାରତ ଆସିଥିଲେ। ଏହା ପରେ ଅନେକ ଥର ସେ ଭାରତ ଆସିଛନ୍ତି। ଲାଲ୍‌କିଲ୍ଲା ତାଙ୍କୁ ଖୁବ୍‌ ଭଲ ଲାଗିଥିଲା। ସେ କୁମ୍ଭମେଳା ବି ଯାଇଛନ୍ତି। ଫଲ୍ମ ମେକର ସତ୍ୟଜିତ୍‌ ରୟଙ୍କ ଦ୍ୱାରା ସେ ଖୁବ୍‌ ପ୍ରଭାବିତ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe