joker
ମୁମ୍ବାଇ: ପୁଣି ଥରେ ଭାରତରେ ରିଲିଜ୍ ହେବ ଚର୍ଚ୍ଚିତ ହଲିଉଡ୍ ଫିଲ୍ମ ‘ଜୋକର୍’। ୱାକିନ୍ ଫୋନିକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃଆରୀ ୧୪ରେ ଭାରତରେ ରିଲିଜ୍ କରାଯିବ। ଫିଲ୍ମଟି ପ୍ରଥମେ ଅକ୍ଟୋବର ୨ରେ ଭାରତରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସ୍ରେ ସବୁ ରେକର୍ଡ୍ ଭାଙ୍ଗିଦେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହାକୁ ପୁଣି ରିଲିଜ୍ କରାଯାଉଛି।
https://www.instagram.com/p/B3RVVz7lLgi/?utm_source=ig_web_copy_link
ଫିଲ୍ମ ରିଲିଜ୍କୁ ଏତେ ଦିନ ବିତିଗଲା ପରେ ବି ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଫିଲ୍ମ ଜଗତର ସବୁଠୁ ପ୍ରତିଷ୍ଠିତ ଆୱାର୍ଡ଼ ‘ଓସ୍କର୍’ର ଘୋଷଣା ହୋଇସାରିଛି। ଆଉ ଏଥିରେ ଶ୍ରେଷ୍ଠ ଫିଲ୍ମ ପାଇଁ ‘ଜୋକର୍’ର ନାଁ ମନୋନୀତ ହୋଇଛି। ଟୋଡ୍ ଫିଲିପ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୱାକିନ୍ ଫୋନିକ୍ସଙ୍କ ଜଣେ ମାନସିକ ରୂପରେ ଅସ୍ଥିର ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଚମତ୍କାର ଅଭିନୟ ହିଁ ଏହି ଫିଲ୍ମର ସଫଳତାର ମୂଳ କାରଣ। ଦର୍ଶକଙ୍କୁ ତାଙ୍କ ଅଭିନୟ ବେଶ୍ ପସନ୍ଦ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/joker-1.jpg)