Advertisment

ଡିପ୍ରେସନ୍‌ରେ ଥିଲେ ଏହି ପ୍ରଯୋଜକ, ୨୭ ମହଲାରୁ ଡେଇଁ ପଡ଼ିଲେ

ନୂଆଦିଲ୍ଲୀ: ହଲିଉଡ୍‌ ପ୍ରଯୋଜକ ଷ୍ଟିଭ୍‌ ବିଙ୍ଗ୍‌ ଆତ୍ମହତ୍ୟା କରିଛନ୍ତି। ସୋମବାର ଦିନ ଲସ୍ ‌ଏଞ୍ଜେଲ୍‌ରେ ସ୍ଥିତ ନିଜ ଆପାର୍ଟମେଣ୍ଟର ୨୭ତମ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। କରୋନା ଭାଇରସ୍‌ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏବଂ ଏହି କାରଣରୁ ସେ ଡିପ୍ରେସନକୁ ଚାଲିଯାଇଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ସମୟରେ ନିଃସଙ୍ଗ ହୋଇପଡ଼ିବାରୁ ସେ ବହୁତ ଦୁଃଖୀ ହୋଇଯାଇଥିଲେ ବୋଲି ପଡ଼ୋଶୀମାନେ […]

author-image
Biswobandita Swain
ଡିପ୍ରେସନ୍‌ରେ ଥିଲେ ଏହି ପ୍ରଯୋଜକ, ୨୭ ମହଲାରୁ ଡେଇଁ ପଡ଼ିଲେ

holly

ନୂଆଦିଲ୍ଲୀ: ହଲିଉଡ୍‌ ପ୍ରଯୋଜକ ଷ୍ଟିଭ୍‌ ବିଙ୍ଗ୍‌ ଆତ୍ମହତ୍ୟା କରିଛନ୍ତି। ସୋମବାର ଦିନ ଲସ୍ ‌ଏଞ୍ଜେଲ୍‌ରେ ସ୍ଥିତ ନିଜ ଆପାର୍ଟମେଣ୍ଟର ୨୭ତମ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।

Advertisment

କରୋନା ଭାଇରସ୍‌ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏବଂ ଏହି କାରଣରୁ ସେ ଡିପ୍ରେସନକୁ ଚାଲିଯାଇଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ସମୟରେ ନିଃସଙ୍ଗ ହୋଇପଡ଼ିବାରୁ ସେ ବହୁତ ଦୁଃଖୀ ହୋଇଯାଇଥିଲେ ବୋଲି ପଡ଼ୋଶୀମାନେ କହିଛନ୍ତି। ସେ କାହା ସହ କଥାବାର୍ତ୍ତା ମଧ୍ୟ କରୁ ନଥିଲେ। ସୋମବାର ଦିନ ପାଖାପାଖି ୧ଟା ବେଳେ ସେ ଲସ୍‌ ଏଞ୍ଜେଲସର ସେଞ୍ଚୁରୀ ସିଟିରେ ରହୁଥିବା ତାଙ୍କ ଆପାର୍ଟମେଣ୍ଟର ୨୭ ମହଲାରୁ ଡେଇଁ ପଡ଼ିଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

‘ଦ ପୋଲାର ଏକ୍ସପ୍ରେସ୍‌’, ‘ଗେଟ୍‌ କାର୍ଟର’, ‘ୱାରେନ୍‌ ବିୟୁଟି’, ‘ରୁଲ୍ସ ଡୋଣ୍ଟ୍ ଆପ୍ଲାଏ’ ଭଳି ସିନେମାର ସେ ଥିଲେ ପ୍ରଯୋଜକ। ସେ ଜଣେ ସମାଜସେବୀ ମଧ୍ୟ ଥିଲେ। ଅନେକ ଭଲ କାର୍ଯ୍ୟ ପାଇଁ ସେ ଖୋଲା ହୃଦୟରେ ଦାନ କରୁଥିଲେ। ବିଶେଷ କରି ପରିବେଶ ସୁରକ୍ଷା ଓ ତମାଖୁ ବିରୋଧୀ ଅଭିଯାନ ପାଇଁ ସେ ଅର୍ଥ ଦାନ କରୁଥିଲେ।

Advertisment

ଷ୍ଟିଭ୍‌ଙ୍କ ମୃତ୍ୟୁ ପରେ ହଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ମଧ୍ୟ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।