Advertisment

୪ଥର ହୃଦ୍‌ଘାତ ପରେ ଆଖିବୁଜିଲେ ଅଭିନେତ୍ରୀ

ସେ ଲିପୋସେକ୍ସନ ସର୍ଜରୀ କରୁଥିଲେ। ଏହା ଏକ କସ୍‌ମେଟିକ୍ ସର୍ଜରୀ। ଏହି ସମୟରେ ହିଁ ତାଙ୍କୁ ହୃଦ୍‌ଘାତ ହୋଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Luana Andrade

Luana Andrade

ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ। ଥରେ କି ଦୁଇ ଥର ନୁହେଁ ଏକାଥରକେ ୪ ଥର ହୃଦ୍‌ଘାତ ହେବା ପରେ ଜଣେ ଫେମସ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା।

Advertisment

ଅଭିନେତ୍ରୀ ଲୁଆନା ଏଣ୍ଡ୍ରେଡ୍‌। ସେ ହେଉଛନ୍ତି ବ୍ରାଜିଲର ଜଣେ ଫେମସ ମଡେଲ ଆଉ ଅଭନେତ୍ରୀ। ସେ ସାଓ ପାଉଲୋରେ ରୁହନ୍ତି। ହୃଦ୍‌ଘାତ ଯୋଗୁ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ସେ ଲିପୋସେକ୍ସନ ସର୍ଜରୀ କରୁଥିଲେ। ଏହା ଏକ କସ୍‌ମେଟିକ୍ ସର୍ଜରୀ। ଏହି ସମୟରେ ହିଁ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଏହାପରେ ତାଙ୍କ ସର୍ଜରୀକୁ ଅଧାରେ ବନ୍ଦ କରାଯାଇଥିଲା। ହସ୍ପିଟାଲ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଅପରେସନ୍‌ ବନ୍ଦ କରିବା ପରେ ତାଙ୍କ ଦେହରେ Pulmonary Embolism(ହୃଦ୍‌ ସମ୍ବନ୍ଧୀୟ ରୋଗ) ହୋଇଥିବା ଜଣାପଡିଥିଲା। ପରେ ଲୁଆନାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ତାଙ୍କୁ ଔଷଧ ସହିତ ହେମୋଡାଇନାମିକ୍ ଚିକିତ୍ସା ଦିଆଯାଉଥିଲା। ତେବେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ତେବେ ସର୍ଜରୀ ପୂର୍ବରୁ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର ଦାବି କରିଛନ୍ତି। ସମସ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପରେ ହିଁ ତାଙ୍କର ଅପରେସନ୍‌ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତ। ତାଙ୍କ ମୃତ୍ୟୁ ହୋଇଛି। ସେପଟେ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବ୍ରାଜିଲର ଫୁଟବଲ ଖେଳାଳି ନେମାର ଦୁଃଖ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଅଭିନେତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

Hollywood