Advertisment

ଗ୍ରାମୀ ଆୱାର୍ଡରେ ଚମକିଲେ ଭାରତୀୟ

ଲାସ୍‌ ଭେଗାସ: ୬୪ତମ ଗ୍ରାମୀ ଆଓ୍ୱାର୍ଡରେ ଚମକିଲେ ଭାରତୀୟ ସଙ୍ଗୀତକାର ରିକି କେଜ୍। ଆମେରିକାର ଲାସ୍ ଭେଗାସରେ ଆୟୋଜିତ ଗ୍ରାମୀ ୱାଆର୍ଡ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।   ରିକି କେଜ୍‌ଙ୍କ ସଂଗୀତ ଆଲବମ୍ ‘ଡିଭାଇନ୍ ଟାଇଡସ୍‌’ଲାଗି ନ୍ୟୁ ଏଜ୍ କାଟାଗୋରୀରେ ଗ୍ରାମୀ ପୁରସ୍କାର ମିଳିଛି। ଦ୍ୱିତୀୟ ଥର ଲାଗି ଗ୍ରାମୀ ପୁରସ୍କାର ପାଇଛନ୍ତି ରିକି କେଜ୍।  ଆମେରିକୀୟ ରକ୍ ବ୍ୟାଣ୍ଡ୍ ଦ ପୁଲିସର ଡ୍ରମର ଷ୍ଟିଓ୍ୱାର୍ଟ କୋପଲାଣ୍ଡ ସହ ମିଳିତ ଭାବେ ରିକି କେଜ୍‌ଙ୍କୁ […]

ଗ୍ରାମୀ ଆୱାର୍ଡରେ ଚମକିଲେ ଭାରତୀୟ

grammy awards

Advertisment

ଲାସ୍‌ ଭେଗାସ: ୬୪ତମ ଗ୍ରାମୀ ଆଓ୍ୱାର୍ଡରେ ଚମକିଲେ ଭାରତୀୟ ସଙ୍ଗୀତକାର ରିକି କେଜ୍। ଆମେରିକାର ଲାସ୍ ଭେଗାସରେ ଆୟୋଜିତ ଗ୍ରାମୀ ୱାଆର୍ଡ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।   ରିକି କେଜ୍‌ଙ୍କ ସଂଗୀତ ଆଲବମ୍ 'ଡିଭାଇନ୍ ଟାଇଡସ୍‌'ଲାଗି ନ୍ୟୁ ଏଜ୍ କାଟାଗୋରୀରେ ଗ୍ରାମୀ ପୁରସ୍କାର ମିଳିଛି।

Advertisment

ଦ୍ୱିତୀୟ ଥର ଲାଗି ଗ୍ରାମୀ ପୁରସ୍କାର ପାଇଛନ୍ତି ରିକି କେଜ୍।  ଆମେରିକୀୟ ରକ୍ ବ୍ୟାଣ୍ଡ୍ ଦ ପୁଲିସର ଡ୍ରମର ଷ୍ଟିଓ୍ୱାର୍ଟ କୋପଲାଣ୍ଡ ସହ ମିଳିତ ଭାବେ ରିକି କେଜ୍‌ଙ୍କୁ ଏହି ପୁରସ୍କାର ଦିଆଯାଇଛି। ରିକି କେଜ୍ ୨୦ ଦେଶରେ ପାଖାପାଖି ୧୦୦ରୁ ଅଧିକ ପୁରସ୍କାର ଜିତିଛନ୍ତି।

୨୦୧୫ରେ ସେ ତାଙ୍କର ପ୍ରଥମ ଗ୍ରାମୀ ପୁରସ୍କାର ଜିତିଥିଲେ। ମ୍ୟୁଜିକ ଆଲବମ୍ 'ଓ୍ୱିଣ୍ଡ୍ସ ଅଫ୍ ସମସାରା' ପାଇଁ ତାଙ୍କୁ ପ୍ରଥମ ଗ୍ରାମୀ ପୁରସ୍କାର ମିଳିଥିଲା। ଜାତିସଂଘ ପକ୍ଷରୁ ତାଙ୍କୁ ଗ୍ଲୋବାଲ ହ୍ୟୁମାନିଟାରିଆନ ପୁରସ୍କାର ମଧ୍ୟ ମିଳିଛି। ରିକି କେଜ୍‌ଙ୍କ ଜନ୍ମ ଆମେରିକାରେ ହୋଇଥିବାବେଳେ ଏବେ ସେ ବେଙ୍ଗାଲୁରୁରେ ରହୁଛନ୍ତି।

Advertisment

ସେହିପରି ଭାରତୀୟ ବଂଶୋଦ୍ଭବ ଶିଶୁ ଗାୟିକା ଫାଲଗୁନି ଶାହଙ୍କୁ ମଧ୍ୟ ମିଳିଛି ଗ୍ରାମୀ ଆଓ୍ୱାର୍ଡ।  'ଏ କଲରଫୁଲ ଓ୍ୱାର୍ଲଡ୍' ଆଲବମ୍ ପାଇଁ ଶ୍ରେଷ୍ଠ ଶିଶୁ ମ୍ୟୁଜିକ୍ ଆଲବମ ବର୍ଗରେ ଗ୍ରାମୀ ଆଓ୍ୱାର୍ଡ ପାଇଛନ୍ତି ଫାଲଗୁନି ଶାହ।

ଏହାସହ ପାକିସ୍ତାନୀ ଗାକିୟା ଉରୁଜ ଆଫତାବଙ୍କୁ ମଧ୍ୟ ବେଷ୍ଟ ଗ୍ଲୋବାଲ ପରଫରମାନ୍ସ ଲାଗି ଗ୍ରାମୀ ପୁରସ୍କାର ମିଳିଛି।  ଏହି ପୁରସ୍କାର ଜିତିବା ସହ ଆଫତାବ୍ ଗ୍ରାମୀ ପୁରସ୍କାର ଜିତିଥିବା ପ୍ରଥମ ପାକିସ୍ତାନୀ ମହିଳା ପାଲଟିଛନ୍ତି।  ଉରୁଜଙ୍କୁ ତାଙ୍କ ଗୀତ 'ମୋହବତ' ଲାଗି ଏହି ପୁରସ୍କାର ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe