/odisha-reporter/media/post_attachments/uploads/2021/06/71-year-old-model.jpg)
71 year old model
ନୂଆଦିଲ୍ଲୀ: ବୟସ ଏକ ନମ୍ବର ମାତ୍ର। ବୟସକୁ କୌଣସି କାମ ସହିତ ତୁଳନା କରିବା ଉଚିତ ନୁହେଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଜଣେ ମଡେଲ୍। ଅଷ୍ଟ୍ରେଲିଆନ୍ ଫ୍ୟାଶନ ୱିକ୍ର ମଡେଲିଂ ମଞ୍ଚରେ ଦେଖିବାକୁ ମିଳିଛି ଜଣେ ୭୧ ବର୍ଷିୟ ବୃଦ୍ଧ ମଡେଲ୍ଙ୍କ ଜଲୱା। ଯାହାକୁ ଦେଖି ଭୁରି ଭୁରି ପ୍ରଶଂସା କରିଛନ୍ତି ଜଜ୍ ଓ ଦର୍ଶକ। ଇଂଟରନେଟରେ ବି ଛାଇ ଯାଇଛି ବରିଷ୍ଠ ମଡେଲଙ୍କ ରାମ୍ପୱକର ଫଟୋ ଓ ଭିଡିଓ।
ଗୁରୁବାର । ସିଡନୀର କେରିଜୱକର୍ସ। ଅବସର ଥିଲା ଅଷ୍ଟ୍ରେଲିଆନ୍ ଫ୍ୟାଶନ ୱିକ୍ । ରନୱେରେ ସ୍ୱିମିଂ କଷ୍ଟ୍ୟୁମ୍ ପିନ୍ଧି ଓହ୍ଲାଇଥିଲେ ୭୧ ବର୍ଷିୟ ମଡେଲ୍ ସାରା ଗ୍ରାଣ୍ଟ । ବ୍ଳାକ୍ ସ୍କୁପ୍ ନେକ୍ ସୁଇମ୍ ସୁଟ୍ ସହ ଫ୍ଲୋରାଲ୍ ପ୍ରିଣ୍ଟେଡ୍ ଓଭରଟପ୍ ପିନ୍ଧିଥିଲେ ସାରା। ଦର୍ଶକଙ୍କ ନଜର ଅଟକି ଯାଇଥିଲା ସାରାଙ୍କ ଉପରେ। ଯିଏ ବି ଦେଖୁଥିଲା ତା ଆଖିକୁ ବିଶ୍ୱାସ ହେଉନଥିଲା। ମନେ ମନେ ପ୍ରଶ୍ନ କରୁଥିଲେ, ୭୧ ବର୍ଷ ବୟସରେ କଣ ଜଣେ ଏତେ ଆକର୍ଷଣୀୟ ଦେଖା ଦେଇପାରେ। ଜଜ୍ ମଧ୍ୟ ସୁଇମିଂ ସୁଟରେ ସାରାଙ୍କ ରାମ୍ପୱକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
[caption id="attachment_648744" align="aligncenter" width="676"]
୭୧ ବର୍ଷିୟ ମଡେଲ୍ ସାରା ଗ୍ରାଣ୍ଟ[/caption]
୧୬ ବର୍ଷ ବୟସରୁ ମଡେଲିଂ କରୁଛନ୍ତି ସାରା। ର୍ୟାମ୍ପ ୱର୍କ ବି ତାଙ୍କ ପାଇଁ ବେଶ୍ ପୁରୁଣା। ତେବେ ୭୧ ବର୍ଷ ବୟସରେ ରାମ୍ପୱକ କରିବା ତାଙ୍କ ପାଇଁ ନୂଆ ଏବଂ ଭିନ୍ନ ଅନୁଭୂତି ବୋଲି କହିଛନ୍ତି ସାରା ଗ୍ରାଣ୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
